News18 Odia Digital
ପାଟଣା: ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ବିହାର ଗସ୍ତକୁ ନେଇ ମୁହଁ ଖୋଲିଛନ୍ତି ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ସେ କହିଛନ୍ତି ଶାହଙ୍କ ଭାଷଣ କମେଡି ଶୋ ଭଳି ଲାଗୁଥିଲା। ସେ କାହାକୁ ଭୟଭୀତ କରିବାକୁ ଏଠାକୁ ଆସିଛନ୍ତି?
ତେଜସ୍ୱୀ କହିଛନ୍ତି ଗୃହମନ୍ତ୍ରୀ ଭାଷଣ ସମୟରେ ଯେଉଁ ଭାଷା, ଶୈଳୀ ବ୍ୟବହାର କରୁଥିଲେ ଲାଗୁଥିଲା ଭାଷଣ ନୁହେଁ କମେଡ଼ି ଶୋ ଦେଖୁଛି। ସେ ମହଙ୍ଗା, ବେରୋଜଗାରୀ ଉପରେ କିଛି କହିନଥିଲେ। ମିଛ କହି ମାହୋଲ ଗଡ଼ବଡ଼ କରିବାକୁ ଚେଷ୍ଟା କରିବେ ଓ କହିବେ ଜଙ୍ଗଲ ରାଜ ଚାଲିଛି।
ସେ ଦେଶର ଗୃହମନ୍ତ୍ରୀ କିନ୍ତୁ ସେପରି ଦେଖାଯାଉଥିଲେ କି? ମୋ ପାଇଁ ସେ ଜଣେ ରାଜନୈତିକ ନେତା କିମ୍ବା ଗୃହମନ୍ତ୍ରୀ ନୁହଁନ୍ତି। ସେ କିପରି ଦେଖାଯାଉଥିଲେ ମୁଁ କହିବାକୁ ଚାହେଁ ନାହିଁ ବୋଲି କହିଛନ୍ତି ତେଜସ୍ୱୀ।
ଅମିତ ଶାହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆରଜେଡ଼ି ଓ କଂଗ୍ରେସ ସହ ହାତ ମିଳାଇ ବିଜେପି ପ୍ରତି ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛନ୍ତି। ଶାହ ଦାବି କରିଛନ୍ତି ଯେ ବିଜେପି ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ରାଜ୍ୟରେ ସରକାର ଗଠନ କରିବ। ସେ ଅଭିଯୋଗ କରିଛନ୍ତି ଯେ ନୀତିଶଙ୍କର କୌଣସି ଆଦର୍ଶ ନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।