ଅମିତ ଶାହଙ୍କ ଚଷମାର ମୂଲ୍ୟ ୨.୫ ଲକ୍ଷ ଟଙ୍କା: ରାଜସ୍ଥାନ CM ଅଶୋକ ଗେହଲଟ

ଭରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧିଙ୍କ ଟି-ସାର୍ଟର ମୂଲ୍ୟକୁ ନେଇ ବିବାଦ କରିଥିବା ବିଜେପିଙ୍କୁ ଟାର୍ଗେଟ କରିଛନ୍ତି ରାଜସ୍ଥାନ ସିଏମ ଅଶୋକ ଗେହଲଟ।

ଅଶୋକ ଗେହଲଟ (ପ୍ରତୀକାତ୍ମକ ଛବି)

ଅଶୋକ ଗେହଲଟ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ : ଭରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧିଙ୍କ ଟି-ସାର୍ଟର ମୂଲ୍ୟକୁ ନେଇ ରାଜସ୍ଥାନ ସିଏମ ଅଶୋକ ଗେହଲଟ ବିଜେପିକୁ ଟାର୍ଗେଟ କରିଛନ୍ତି । ସାଦୁଲପୁରରେ ବ୍ଲକ ସ୍ତରୀୟ ରାଜୀବ ଗାନ୍ଧି ଗ୍ରାମୀଣ ଅଲିମ୍ପିକ୍ ଗେମ୍ସର ଉଦଘାଟନୀ ଉତ୍ସବରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି । ସିଏମ୍ ଗେହଲଟ କହିଛନ୍ତି ରାହୁଲ ଗାନ୍ଧିଙ୍କ ଟି-ସାର୍ଟ ଉପରେ ରାଜନୀତି କରୁଥିବା ଶାହ ୨.୫ ଲକ୍ଷ ଟଙ୍କା ମୂଲ୍ୟର ଚଷମା ପିନ୍ଧନ୍ତି। ତାଙ୍କର ମଫଲର ମୂଲ୍ୟ ମଧ୍ୟ ୮୦ ହଜାର ଟଙ୍କା ।



ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଜେପିକୁ ଆହୁରି ଟାର୍ଗେଟ କରି କହିଛନ୍ତି ଭାରତ ଯୋଡୋ ଯାତ୍ରାର ଲୋକପ୍ରିୟତା ଦେଖି ବିଜେପି ନେତାମାନେ ସହି ପାରୁନାହାଁନ୍ତି । ସେମାନଙ୍କ ପାଖରେ ଆଉ କିଛି କହିବାର ବିଷୟ ନାହିଁ, ତେଣୁ ସେ ରାହୁଲ ଗାନ୍ଧିଙ୍କ ଟି-ସାର୍ଟ ବିଷୟରେ କହିବା ଆରମ୍ଭ କରିଛନ୍ତି ।

ରାହୁଲ ଗାନ୍ଧିଙ୍କ ଭାରତ ଯୋଡା ଯାତ୍ରା ସମ୍ପର୍କରେ ବିଜେପି ଉଠାଇଥିବା ପ୍ରଶ୍ନ ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମୁଦ୍ରାସ୍ଫୀତି, ବେକାରୀ, ଜିଏସଟି ଏବଂ ଦେଶରେ ସୃଷ୍ଟି ହୋଇଥିବା ଉତ୍ତେଜନା ପରିସ୍ଥିତି ଶେଷ ହେବା ଉଚିତ । ଏହା ହେଉଛି ଭାରତ ଯୋଡୋର ମୂଳ ଉଦ୍ଦେଶ୍ୟ ।

ସୂଚନାଯୋଗ୍ୟ ଯେ ନିକଟରେ ଯୋଧପୁର ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯାଇ ବିଜେପି ବୁଥ କର୍ମୀ ସଂକଳ୍ପ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ବର୍ତ୍ତମାନ ରାହୁଲ ବାବା ଏକ ବିଦେଶୀ ଟି-ସାର୍ଟ ପିନ୍ଧି ଭାରତ ଗସ୍ତରେ ବୁଲୁଛନ୍ତି । ସେ କୁଆଡେ ଭାରତକୁ ପୁଣି ସଂଯୋଗ କରିବାକୁ ଚାହୁଁଛନ୍ତି ।
Published by:Sujit Swain
First published: