ଅମିତ ଶାହଙ୍କ ଉପସ୍ଥିତିରେ ୩୦ହଜାର କିଲୋରୁ ଅଧିକ ଡ୍ରଗ୍ସ ନଷ୍ଟ କରିବ NCB

ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ୭୫,୦୦୦ କିଲୋଗ୍ରାମ ଡ୍ରଗ୍ସ ନଷ୍ଟ କରିବାକୁ ଯୋଜନା କରିଥିଲେ କେନ୍ଦ୍ର ସରକାର। ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ୩୦ ହଜାର କିଲୋଗ୍ରାମରୁ ଅଧିକ ଡ୍ରଗ୍ସ ନଷ୍ଟ କରିବ NCB।

ଅମିତ ଶାହ

ଅମିତ ଶାହ

  • Share this:
News18 Odia Digital

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ୩୦ ହଜାର କିଲୋଗ୍ରାମରୁ ଅଧିକ ଡ୍ରଗ୍ସ ନଷ୍ଟ କରିବ NCB। ଗୃହମନ୍ତ୍ରୀ ଅମିତ ଶାହ ଆଜି ଚଣ୍ଡିଗଡ଼ରେ ଡ୍ରଗ୍ କାରବାର ତଥା ଜାତୀୟ ସୁରକ୍ଷା କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ସମୟରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଟିମ୍ ଦିଲ୍ଲୀ, ଚେନ୍ନାଇ, ଗୌହାଟୀ ଓ କୋଲକାତାରେ ଉଦ୍ଧାର ହୋଇଥିବା ଡ୍ରଗ୍ସ ନଷ୍ଟ କରିବାର ଯୋଜନା ରଖିଛି।

ଏହି ଜାତୀୟ ସମ୍ମିଳନୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଡ୍ରଗ୍ କଣ୍ଟ୍ରୋଲ୍ ଏଜେନ୍ସି ଦେଶର ଗୃହମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ରହିବେ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ସମୟ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସାମ୍ନାରେ ଦିଲ୍ଲୀରୁ ୧୯୩୨୦ କିଲୋଗ୍ରାମ, ତାମିଲନାଡୁର ଚେନ୍ନାଇରୁ ୧୩୦୯ କିଲୋଗ୍ରାମ, ଆସାମର ଗୌହାଟୀରୁ ୬୭୬୧ କିଲୋଗ୍ରାମ, ପଶ୍ଚିମବଙ୍ଗର କୋଲକାତାରୁ ୩୦୭୭ କିଲୋଗ୍ରାମ ଜବତ  ହୋଇଥିବା ଡ୍ରଗ୍ସ ନଷ୍ଟ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅମୃତ ମହୋତ୍ସବ ଆହ୍ୱାନରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ୭୫,୦୦୦ କିଲୋଗ୍ରାମ ଡ୍ରଗ୍ସ ନଷ୍ଟ କରିବାକୁ ପ୍ରତିଶ୍ରୁତି ଦେଇଥିଲା।

ଜୁନ୍ ୧, ୨୦୨୨ ରୁ ଜୁଲାଇ ୨୯ ପର୍ଯ୍ୟନ୍ତ, ୧୧ ଟି ବିଭିନ୍ନ ରାଜ୍ୟରେ ସମୁଦାୟ ୫୧ ହଜାର କିଲୋଗ୍ରାମରୁ ଅଧିକ ନିଶା ଦ୍ରବ୍ୟ ନଷ୍ଟ କରାଯାଇଛି। ଶନିବାର କେନ୍ଦ୍ର ଗୃହମନ୍ତ୍ରୀଙ୍କ ସାମ୍ନାରେ ନଷ୍ଟ ହେବାକୁ ଥିବା ଡ୍ରଗ୍ସର ପରିମାଣ ୮୧ହଜାର କିଲୋଗ୍ରାମରୁ ଅଧିକ ହେବ।
Published by:Soumya Das
First published: