ଶାହଙ୍କ ବୟାନ: TRS ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ

ଟିଆରଏସ ଓ କଂଗ୍ରେସ ସମାନ ମୁଦ୍ରାର ଦୁଇ ପାର୍ଶ୍ୱ। ଉଭୟ କେବଳ ସେମାନଙ୍କର ରାଜନୈତିକ ଉଦ୍ଦେଶ୍ୟ ପାଇଁ କାର୍ଯ୍ୟ କରୁଛନ୍ତି: ଗୃହମନ୍ତ୍ରୀ ଶାହ

ଅମିତ ଶାହ (ପ୍ରତୀକାତ୍ମକ ଛବି)

ଅମିତ ଶାହ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ହାଇଦ୍ରାବାଦ: ଟିଆରଏସ ଓ କଂଗ୍ରେସ ସମାନ ମୁଦ୍ରାର ଦୁଇ ପାର୍ଶ୍ୱ। ଉଭୟ କେବଳ ସେମାନଙ୍କର ରାଜନୈତିକ ଉଦ୍ଦେଶ୍ୟ ପାଇଁ କାର୍ଯ୍ୟ କରିଛନ୍ତି। ତେଲେଙ୍ଗାନା ଓ ଏହାର ଲୋକଙ୍କୁ ସର୍ବଦା ଅଣଦେଖା କରୁଛନ୍ତି। ଶନିବାର ଦିନ ତେଲେଙ୍ଗାନାରେ ଗୃହମନ୍ତ୍ରୀ ଅମିତ ଶାହ ଏପରି କହିଛନ୍ତି। ସେ ଦୁଇ ଦିନିଆ ଗସ୍ତରେ ତେଲେଙ୍ଗାନାରେ ଅଛନ୍ତି।  ବିଜେପି କୋର ଗ୍ରୁପର ବୈଠକରେ ଗୃହମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଦଳର ନେତାମାନେ ତାଙ୍କ ଆଗରେ ବିଭିନ୍ନ କାର୍ଯ୍ୟକ୍ରମର ରିପୋର୍ଟ ଉପସ୍ଥାପନ କରିଥିଲେ।

ଏହି ବୈଠକରେ ଶାହ ରାଜ୍ୟ ୟୁନିଟରେ ଅଗ୍ରଗତି ନେଇ ଖୁସି ବ୍ୟକ୍ତ କରିଛନ୍ତି, କିନ୍ତୁ ଏହି ଗତି ଆଗକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଶାସକ ଟିଆରଏସ ଶାସନ ବିରୋଧରେ ସଂଗ୍ରାମକୁ ଜାରି ରଖିବାକୁ ଗୃହମନ୍ତ୍ରୀ ଦଳର ନେତାମାନଙ୍କୁ କହିଛନ୍ତି। ବର୍ତ୍ତମାନ ବିଜେପି ରାଜ୍ୟ ୟୁନିଟ୍ ଦ୍ୱାରା ପରିଚାଳିତ ଅନେକ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ ହେଉଛି ବାଇକ୍ ରାଲି। ରାଜ୍ୟର ସମସ୍ତ ଗ୍ରାମରେ ଏହି ବାଇକ୍ ରାଲି ବାହାର କରିବାକୁ ଗୃହମନ୍ତ୍ରୀ ରାଜ୍ୟ ୟୁନିଟ୍କୁ କହିଥିଲେ। ବର୍ତ୍ତମାନ ତେଲେଙ୍ଗାନା ରାଜ୍ୟରେ ୧୦ ହଜାରରୁ ଅଧିକ ଗାଁ ଅଛି ଓ କେନ୍ଦ୍ର ଗୃହମନ୍ତ୍ରୀ ଏହି ପ୍ରତ୍ୟେକ ଗ୍ରାମରେ ପହଁଚିବା ଓ କେସିଆର ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ଭୁଲ୍ ବିଷୟରେ ଆଲୋଚନା କରିବାକୁ ରାଜ୍ୟ ନେତୃତ୍ୱଙ୍କୁ ପରାମର୍ଶ ଦେଇଛନ୍ତି।

ଗୃହମନ୍ତ୍ରୀ ରାଜ୍ୟ ୟୁନିଟକୁ ପରାମର୍ଶ ଦେଇଛନ୍ତି ଯେ ଯେଉଁ ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚିବା ଆବଶ୍ୟକ ତାହା ହେଉଛି ଉଭୟ ଟିଆରଏସ ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ।  ସେ କହିଛନ୍ତି ଟିଆରଏସ ହେଉଛି ଏକ ଦଳ ଯାହା ପାରିବାରିକ ଶାସନ ଯୋଗୁଁ ଦୁର୍ନୀତିରେ ପରିଣତ ହୋଇଛି। ଅନ୍ୟ ଦଳ କଂଗ୍ରେସ ଧୀରେ ଧୀରେ ଏହାର ଗୁରୁତ୍ୱ ହରାଉଛି ଓ ମିଳିତ ଆନ୍ଧ୍ରର ଆନ୍ଧ୍ର ଓ ତେଲେଙ୍ଗାନାର ବିଭାଜନ ପାଇଁ ଦାୟୀ।
Published by:Soumya Das
First published: