News18 Odia Digital
ନୂଆ ଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ବିଜେପି ସରକାର ତାଙ୍କ ଜମିରେ କୌଣସି ଅନୁପ୍ରବେଶକୁ ଅନୁମତି ଦେବେ ନାହିଁ। ଯେପର୍ଯ୍ୟନ୍ତ ପିଏମ ମୋଦି ସେଠାରେ ଅଛନ୍ତି, ସେପର୍ଯ୍ୟନ୍ତ ଭାରତର ଏକ ଇଞ୍ଚ ଜମି ଦଖଲ ହୋଇପାରିବ ନାହିଁ। ସୈନିକମାନଙ୍କ ଦ୍ୱାରା ଦେଖାଯାଇଥିବା ସାହସିକତା ପ୍ରଶଂସନୀୟ, ସେମାନେ ଆମ ଜମିକୁ ରକ୍ଷା କରିଛନ୍ତି।
ମଙ୍ଗଳବାର ଦିନ, ଅରୁଣାଚଳ ପ୍ରଦେଶର ତମାଙ୍ଗରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ହୋଇଥିବା ସଂଘର୍ଷକୁ ନେଇ ସଂସଦର ବିରୋଧୀଦଳ ନେତାମାନେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ। ସୋମବାର ଦିନ ଯେତେବେଳେ ଭାରତୀୟ ସେନା ଏକ ବିବୃତ୍ତିରେ କହିଛି ଯେ ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷରେ ଉଭୟ ପକ୍ଷର ସୈନିକମାନେ ସାମାନ୍ୟ ଆହତ ହୋଇଛନ୍ତି। ଜୁନ୍ ୨୦୨୦ ପରଠାରୁ ଦୁଇ ଦେଶ ମଧ୍ୟରେ ଏହା ହେଉଛି ପ୍ରଥମ ଘଟଣା। ସମ୍ବେଦନଶୀଳ ଲଦାଖ ସେକ୍ଟରରେ ଗଲଭାନ ଉପତ୍ୟକାରେ ସଂଘର୍ଷ ହୋଇଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଗାଲଭାନରେ ସୈନିକମାନଙ୍କୁ ହତ୍ୟା କରାଯିବାବେଳେ ଚୀନ୍ କୂଟନୀତିଜ୍ଞଙ୍କ ସହ କିଏ ରାତ୍ରୀ ଭୋଜନ କରୁଥିଲା? ସେ କହିଛନ୍ତି ଯେ ୨୦୦୬ ରେ ଯେତେବେଳେ କଂଗ୍ରେସ କ୍ଷମତାରେ ଥିଲା ସେତେବେଳେ ଚୀନ୍ ଅରୁଣାଚଳ ଉପରେ ନିଜର ଅଧିକାରକୁ ଅକ୍ତିଆର କରି ଦେଇଥିଲା।
୨୦୧୦ ମସିହାରେ କଂଗ୍ରେସ କ୍ଷମତାରେ ଥିବାବେଳେ ଜାମ୍ମୁ କାଶ୍ମୀରର ବାସିନ୍ଦାଙ୍କୁ ଚୀନ୍ କାଗଜ ଭିସା ପ୍ରଦାନ ପ୍ରସଙ୍ଗକୁ ମଧ୍ୟ ଶାହା ଉଠାଇଥିଲେ। ସେ କହିଛନ୍ତି ଯେ ଡେମଚୋକ୍ରେ ରାସ୍ତା ଓ ଭିତ୍ତିଭୂମି ନିର୍ମାଣ କଂଗ୍ରେସ ଦ୍ୱାରା ଅଟକି ରହିଛି। ମୁଁ କହିବାକୁ ଚାହେଁ ଯେ ବିଜେପି ସରକାର ଜମି ଉପରେ କୌଣସି ପ୍ରକାର ଅନୁପ୍ରବେଶ କରିବାକୁ ଦେବେ ନାହିଁ। ସୈନିକମାନଙ୍କ ଦ୍ୱାରା ଦେଖାଯାଇଥିବା ସାହସିକତା ପ୍ରଶଂସନୀୟ, ସେମାନେ ଆମ ଦେଶକୁ ରକ୍ଷା କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।