ଅମିତ ଶାହାଙ୍କ କଂଗ୍ରେସ-ଡିଏମକେ ଉପରେ ଟାର୍ଗେଟ; କହିଲେ- '2G, 3G ଓ 4G ସବୁ ତାମିଲନାଡୁରେ ଅଛି'

ଶାହା କହିଛନ୍ତି ଯେ କଂଗ୍ରେସ ଓ ଡିଏମକେ କେବଳ ନିଜ ପରିବାରର ଉନ୍ନତି ପାଇଁ ଚିନ୍ତା କରନ୍ତି । ଦେଶ ତଥା ରାଜ୍ୟର ବିକାଶ ପାଇଁ ସେମାନଙ୍କର ଆଗ୍ରହ ନାହିଁ । ସୋନିଆ ଗାନ୍ଧୀ ରାହୁଲ ଗାନ୍ଧୀଙ୍କୁ ପ୍ରଧାନ ମନ୍ତ୍ରୀ ଓ ଷ୍ଟାଲିନଙ୍କୁ ତାଙ୍କ ପୁଅ ଉଦୟାନିଧିଙ୍କୁ ମୁଖ୍ୟ ମନ୍ତ୍ରୀ କରିବାକୁ ବ୍ୟଗ୍ର ।

ଅମିତ ଶାହାଙ୍କ କଂଗ୍ରେସ-ଡିଏମକେ ଉପରେ ଟାର୍ଗେଟ; କହିଲେ- '2G, 3G ଓ 4G ସବୁ ତାମିଲନାଡୁରେ ଅଛି'
ଅମିତ ଶାହାଙ୍କ କଂଗ୍ରେସ-ଡିଏମକେ ଉପରେ ଟାର୍ଗେଟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଚେନ୍ନାଇ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସ ରବିବାର ଦିନ ତାମିଲନାଡୁର ବିଲିପୁରମରେ ସଂକଳ୍ପ ଯାତ୍ରା ସମୟରେ କଂଗ୍ରେସ ଓ ଡିଏମକେଙ୍କୁ କଡ଼ା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ଓ ଡିଏମକେ ମିଳିତ ଭାବେ କେନ୍ଦ୍ରରେ ୧୨ ଲକ୍ଷ କୋଟି ଟଙ୍କା ଠକେଇ କରିଛନ୍ତି । ତାମିଲନାଡୁରେ ଆମେ ୨ଜି, ୩ଜି ଓ ୪ଜି ଏକାଠି ଦେଖିପାରିବା ।ଏହାର ଅର୍ଥ ବ୍ୟାଖ୍ୟା କରି ଗୃହ ମନ୍ତ୍ରୀ କହିଛନ୍ତି ଯେ ୨ଜି ର ଅର୍ଥ ହେଉଛି ମାରାନ ପରିବାରର ଦୁଇ ପିଢ଼ି, ୩ଜି ଅର୍ଥାତ୍ କରୁଣାନିଧି ପରିବାରର ତିନି ପିଢ଼ି ଓ ୪ଜି ଅର୍ଥାତ୍ ଗାନ୍ଧୀ ପରିବାରର ଚାରି ପିଢ଼ି ।

ଶାହା କହିଛନ୍ତି ଯେ କଂଗ୍ରେସ ଓ ଡିଏମକେ କେବଳ ନିଜ ପରିବାରର ଉନ୍ନତି ପାଇଁ ଚିନ୍ତା କରନ୍ତି । ଦେଶ ତଥା ରାଜ୍ୟର ବିକାଶ ପାଇଁ ସେମାନଙ୍କର ଆଗ୍ରହ ନାହିଁ । ସୋନିଆ ଗାନ୍ଧୀ ରାହୁଲ ଗାନ୍ଧୀଙ୍କୁ ପ୍ରଧାନ ମନ୍ତ୍ରୀ ଓ ଷ୍ଟାଲିନଙ୍କୁ ତାଙ୍କ ପୁଅ ଉଦୟାନିଧିଙ୍କୁ ମୁଖ୍ୟ ମନ୍ତ୍ରୀ କରିବାକୁ ବ୍ୟଗ୍ର ।

ଗୃହ ମନ୍ତ୍ରୀ କହିଛନ୍ତି ଯେ ତାମିଲନାଡୁର ଲୋକମାନେ ଜଲ୍ଲିକଟ୍ଟୁକୁ ନେଇ କଂଗ୍ରେସର ଦ୍ଵିମୁହାଁ ମନୋଭାବକୁ କେବେ ଭୁଲି ପାରିବେ ନାହିଁ । ଯେତେବେଳେ ରାହୁଲ ଗାନ୍ଧୀ ଜଲିକଟ୍ଟୁ ଉପଭୋଗ କରିବାକୁ ଯାଇଥିଲେ ସେତେବେଳେ ୨୦୧୬ ମନିଫେଷ୍ଟୋରେ ସେ ଏହାକୁ ନିଷିଦ୍ଧ କରିବାକୁ ପ୍ରତିଶୃତି ଦେଇଥିଲେ । ମୋଦୀ ସରକାର ଏହାକୁ ଜାରି ରଖିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ।

ମୋଦୀ ସରକାର ଚେନ୍ନାଇ ରେଳ ଷ୍ଟେସନର ନାମ ମହାନ ଏମଜିଆର ନାମରେ କରିଛନ୍ତି । ସମ୍ପ୍ରତି ସମସ୍ତ ଘୋଷଣା ଇଂରାଜୀରେ କରାଯାଇଥିଲା କିନ୍ତୁ ବର୍ତ୍ତମାନ ସମସ୍ତ ଘୋଷଣା ତାମିଲରେ ଘଟୁଛି । ପ୍ରଧାନ ମନ୍ତ୍ରୀ ମୋଦୀ ଏହି ପରିବର୍ତ୍ତନ ଆଣିଛନ୍ତି ।
Published by: Jagdish Barik
First published: March 3, 2021, 9:41 PM IST