ଜାମ୍ମୁ କାଶ୍ମୀର ଗସ୍ତରେ ଯିବେ ଗୃହମନ୍ତ୍ରୀ ଅମିତ ଶାହା
- News18 Odia
- Last Updated :
- Other, India
News 18 Odia Digital
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜିଠାରୁ ୩ ଦିନିଆ ଗସ୍ତରେ ଜାମ୍ମୁ କାଶ୍ମୀର ଯାଉଛନ୍ତି। ଅମିତ ଶାହା ସନ୍ଧ୍ୟା ପ୍ରାୟ ୫ଟାରେ ଜାମ୍ମୁରେ ପହଞ୍ଚିବେ। ତିନି ଦିନିଆ ଗସ୍ତ ସମୟରେ ଅମିତ ଶାହା ଅନେକ ବିକାଶମୂଳକ କାର୍ଯ୍ୟର ମୂଳଦୁଆ ପକାଇ ରାଯୌରୀ, ଶ୍ରୀନଗର ଏବଂ ବାରାମୁଲ୍ଲା ଜିଲ୍ଲା ପରିଦର୍ଶନ କରିବେ। ସେଠାରେ ସେ ବିଭିନ୍ନ ପ୍ରତିନିଧୀଙ୍କୁ ମଧ୍ୟ ଭେଟିବେ। ଯେଉଁଠାରେ ୟୁନିଅନ୍ ଟେରିଟୋରୀର ରାଜନୈତିକ ପରିସ୍ଥିତି ଏବଂ ପାର୍ଟି ସମ୍ବନ୍ଧୀୟ ଆଲୋଚନା ହେବ।
ଏହା ସହିତ ଆଇନ ଶୃଙ୍ଖଳା ଏବଂ ଆତଙ୍କବାଦୀ ଘଟଣାର ସମୀକ୍ଷା କରିବୁ। ଏହି ସଭାରେ ଲେଫ୍ଟନାଣ୍ଟ ରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ରହିବେ। ଶାହାଙ୍କ ସହିତ ଗୃହ ମନ୍ତ୍ରଣାଳୟର ଅଧିକାରୀ ଏବଂ ବିଭିନ୍ନ ସୁରକ୍ଷା ଏଜେନ୍ସି ରହିବେ। ଏହି ଗସ୍ତ ସମୟରେ ଜାମ୍ମୁ କାଶ୍ମୀରରେ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯାଇଛି।
ଏଥି ସହିତ ଅମିତ ଶାହାଙ୍କ ଗସ୍ତ ସମ୍ପର୍କରେ ସମଗ୍ର ଜାମ୍ମୁ କାଶ୍ମୀରରେ ଏକ ସତର୍କ ସୂଚନା ଜାରି କରାଯାଇଛି। ସେନା ଏବଂ SOG ଦଳ ବିଭିନ୍ନ ସ୍ଥାନରେ ଅବରୋଧ ଲଗାଇ ଯାନ ଯାଞ୍ଚ କରୁଛନ୍ତି। ରଯୌରୀରେ ଶାହାଙ୍କ ରାଲି ପାଇଁ ସବୁ ସ୍ଥାନରେ ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି। ଜାମ୍ମୁ ଏବଂ ଶ୍ରୀନଗର ସହର ବ୍ୟତୀତ ପୋଲିସ, ସୁରକ୍ଷା ଏଜେନ୍ସିମାନେ ମଧ୍ୟ ବାହାର ଅଞ୍ଚଳରେ ସଚେତନତା ତଥା ପେଟ୍ରୋଲିଂ ବୃଦ୍ଧି କରିଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।