Bihar Polls: ପ୍ରଚାରରୁ ଫେରି ଅମିଶା ପଟେଲ କହିଲେ, ‘‘ସେଠି ମୋ’ର ରେପ୍ ହୋଇଯାଇଥା’ନ୍ତା’’

ବଲିଉଡ୍ ଅଭିନେତ୍ରୀ ଅମିଶା ପଟେଲଙ୍କୁ ଏକ ବିମାନ ଧରି ମୁମ୍ବାଇ ଫେରିବାର ଥିଲା, ହେଲେ LJPର ଯେଉଁ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ସେ ବିହାର ଯାଇଥିଲେ ସେ ତାଙ୍କୁ ତାହା କରିବାକୁ ଦେଇ ନ ଥିଲେ ବୋଲି ସେ କହିଛନ୍ତି ।

Bihar Polls: ପ୍ରଚାରରୁ ଫେରି ଅମିଶା ପଟେଲ କହିଲେ, ‘‘ସେଠି ମୋ’ର ରେପ୍ ହୋଇଯାଇଥା’ନ୍ତା’’
ଅମିଶା ପଟେଲ୍
  • News18 Odia
  • Last Updated: October 28, 2020, 9:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଅଭିନେତ୍ରୀ ଅମିଶା ପଟେଲ (Amisha Patel) ବିହାର ବିଧାନ ସଭା ନିର୍ବାଚନ (Bihar Assembly Elections) ପାଇଁ ପ୍ରଚାର କରିବାକୁ ଯାଇଥିଲେ । ସେ ଏଲଜେପି ପ୍ରାର୍ଥୀ ଡକ୍ଟର ପ୍ରକାଶ ଚନ୍ଦ୍ରଙ୍କ ଉପରେ ତାଙ୍କୁ ଧମକ ଦେଇଥିବା ଓ ତାଙ୍କ ସହ ପ୍ରଚାର ସମୟରେ ଖୁବ୍‌ ଖରାପ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ।

ଅମିଶା ପଟେଲ୍‌ କ୍ୟାମେରା ସାମନାରେ କିଛି କହିନାହାନ୍ତି, ହେଲେ ଏବିପି ନ୍ୟୁଜର ଏକ ରିପୋର୍ଟ ଅନୁସାରେ ସେ ମେସେଜ୍‌ ଜରିଆରେ ତାଙ୍କ ସହ ହୋଇଥିବା ସମଗ୍ର ଖରାପ ଅନୁଭୁତି ବିଷୟରେ କହିଛନ୍ତି । ସେ ଏଲଜେପି ପ୍ରାର୍ଥୀ ଡକ୍ଟର ପ୍ରକାଶ ଚନ୍ଦ୍ରଙ୍କ ଅତିଥି ଭାବେ ତାଙ୍କ ପାଇଁ ଓ ତାଙ୍କ ଦଳ ପାଇଁ ପ୍ରଚାର କରିବାକୁ ବିହାର ଯାଇଥିଲେ । ହେଲେ ସେଠି ତାଙ୍କ ସହ ରେପ୍‌ ହୋଇଯାଇଥା’ନ୍ତା ବୋଲି କହିଛନ୍ତି ଅମିଶା ।

ଏହା ବି ପଢ଼ନ୍ତୁ | ସୈଫ୍ଅଲୀ ଖାନ୍‌  କରୀନା କପୁର୍‌ ବଲିଉଡର ସର୍ବୋତ୍ତମ ଦମ୍ପତିମାନଙ୍କ ମଧ୍ୟରୁ ଅନ୍ୟତମ; ବିବାହକୁ ବର୍ଷ ପୂରିଲା

‘‘ମୁଁ କେବଳ ଏତିକି କରିପାରିବି ଯେ ମୁଁ ଅତିଥି ଭାବରେ ଡକ୍ଟର ପ୍ରକାଶ ଚନ୍ଦ୍ରଙ୍କ ନିକଟକୁ ଯାଇଥିଲି। ସେ ଜଣେ ବିପଜ୍ଜନକ ବ୍ୟକ୍ତି। ସେ ମୋତେ ବ୍ଲାକମେଲ କରି ଧମକ ଦେଉଥିଲେ । ମୋ’ ଟିମ୍‌ ସହ ଖରାପ ବ୍ୟବହାର କରାଯାଇଥିଲା । ମୁଁ ମୁମ୍ବାଇରେ ପହଞ୍ଚିବା ପରେ ବି ସେମାନେ ମୋତେ ଧମକପୂର୍ଣ୍ଣ କଲ୍‌ ଓ ମେସେଜ୍‌ ପଠାଇ କହିଥିଲେ ଯେ ମୁଁ ତାଙ୍କ ବିଷୟରେ ମିଡ଼ିଆକୁ ସମ୍ମାନଜନକ କଥା କହିବା ଉଚିତ । କାରଣ ମୁଁ ୨୬ ଅକ୍ଟୋବରରେ ତାଙ୍କ ସହ ମୋ’ ଭୟଙ୍କର ଅନୁଭୂତି ବିଷୟରେ ସଚ୍ଚୋଟ ଭାବେ କହିଥିଲି,’’ ଏବିବି ନ୍ୟୁଜକୁ ଅମିଶା ପଟେଲ୍‌ କହିଛନ୍ତି ।

ଅମିଶା ପଟେଲ୍‌


ପ୍ରସିଦ୍ଧ ଅଭିନେତ୍ରୀ ଆହୁରି କହିଛନ୍ତି ଯେ ଯଦିଓ ବିହାରରୁ ମୁମ୍ବାଇ ପାଇଁ ତାଙ୍କର ଫ୍ଲାଇଟ୍‌ ଧରିବାର ଥିଲା ପ୍ରକାଶ ଚନ୍ଦ୍ର ତାଙ୍କୁ ତିନି ଘଣ୍ଟା ଅଧିକ ସମୟ ତାଙ୍କ ସହ କ୍ୟାମ୍ପେନ୍‌ କରିବାକୁ ବାଧ୍ୟ କରିଥିଲେ ଓ ଧମକ ଦେଇଥିଲେ । ‘‘ସେହି ଦିନ ସନ୍ଧ୍ୟାରେ ମୋତେ ଏକ ବିମାନ ଧରିବାକୁ ଥିଲା, କିନ୍ତୁ ସେମାନେ ମୋତେ ତାହା କରିବାକୁ ଦେଲେ ନାହିଁ । ସେମାନେ ମୋତେ ସେହି ଗାଁରେ ରଖି ଧମକ ଦେଇଥିଲେ ଯେ ଯଦି ମୁଁ ତାଙ୍କ କଥାରେ ରାଜି ନ ହୁଏ ଓ ତାଙ୍କ ସହ ପ୍ରଚାରକୁ ନ ଯାଏ ତେବେ ସେମାନେ ମୋତେ ସେଇଠି ଛାଡ଼ି ଚାଲିଯିବେ,’’ କହିଛନ୍ତି ଅମିଶା ।

ଏହା ବି ପଢ଼ନ୍ତୁ | ‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ…’’: ‘ଦିଲାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ୨୫ ପୂରିଲା; ଫିଲ୍ମର ଯାଦୁ ଏବେ ବି ସେମିତି ଅଛି!

ମୁମ୍ବାଇ ଫେରିବା ପରେ ପ୍ରକାଶ ଚନ୍ଦ୍ରଙ୍କ ତରଫରୁ ଅମିଷା ପଟେଲଙ୍କ ନିକଟକୁ ବ୍ଲାକମେଲ୍‌ ଉଦ୍ଦେଶ୍ୟରେ ଫୋଲ୍‌ ଆସିଥିବଲା ବୋଲି ସେ କହିଛନ୍ତି । ‘‘ସେ ମୋତେ କହିଥିଲେ ତୁମ ଆକାଉଣ୍ଟରେ ଟଙ୍କା ନିଅ ଓ ମୋ’ ବିଷୟରେ ଭଲ ଭଲ କଥା କୁହ । ଏମିତି ସେ ମୋତେ ବ୍ଲାକମେଲ କରିଥିଲେ । ମୋତେ କେବଳ ହଁ କହିବାକୁ ପଡ଼ିଥିଲା ଓ ଫୋନ୍ ରଖିବାକୁ ପଡ଼ିଥିଲା କାରଣ ସେମାନେ ମୋ’ର ସବୁ କର୍ମଚାରୀମାନଙ୍କୁ ଫୋନ୍‌ କରି ମୋ’ ସହ କଥା ହେବାକୁ ଅନୁରୋଧ କରିଥିଲେ ଓ ଧମକ ଦେଉଥିଲେ,’’ କହିଛନ୍ତି ଅମିଶା ।

‘‘ସେମାନେ ମୋତେ ଧମକ ଦେଇଥିଲେ ଯେ ଯଦି ମୁଁ ତାଙ୍କ କଥା ନ ଶୁଣେ ତେବେ ମୋତେ ପାଟନା ଠାରୁ ତିନି ଘଣ୍ଟା ଦୂରରେ ଥିବା ଗାଁରେ ଛାଡ଼ି ଚାଲିଯିବେ । ମୋ’ ପାଖରେ କୌଣସି ବିକଳ୍ପ ନ ଥିଲା । ମୁଁ ବିହାରରେ ଥିବା ବେଳେ ଚୁପ୍ ରହିଲି । କିନ୍ତୁ ମୁମ୍ବାଇରେ ପହଞ୍ଚିବା ପରେ ମୋତେ ସାରା ବିଶ୍ୱକୁ ସତ କହିବାର ଥିଲା । ମୋ’ର ବଳାତ୍କାର ହୋଇଯାଇଥାନ୍ତା, ମୋତେ ହତ୍ୟା କରାଯାଇପାରିଥା’ନ୍ତା । ସେମାନେ ମୋତେ କୌଣସି ସୁରକ୍ଷା ଯୋଗାଇ ଦେଇ ନ ଥିଲେ । ସେଠି ପାଗଳାମି ଥିଲା । ମୋ’ କାରକୁ ସବୁ ସମୟରେ ତାଙ୍କ ଲୋକେ ଘେରି ରହୁଥିଲେ… ସେମାନେ ମୋତେ ଫସେଇଥିଲେ ଓ ମୋ’ ଜୀବନକୁ ବିପଦରେ ପକାଇଥିଲେ,’’ କହିଛନ୍ତି ଅମିଶା ।



ଅମିଶାଙ୍କ ଏହି ଅଭିଯୋଗ ଉପରେ ଚନ୍ଦ୍ର ପ୍ରକାଶ କହିଛନ୍ତି ଯେ ଅମିଶା ଅନ୍ୟ ଜଣେ ପ୍ରାର୍ଥୀଙ୍କ ଠାରୁ ଟଙ୍କା ନେଇ ତାଙ୍କ ପାଇଁ ପ୍ରଚାର କରୁଥିଲେ । ଅଭିନେତ୍ରୀ କହିଛନ୍ତି ଯେ ଚନ୍ଦ୍ର ପ୍ରକାଶ ଏହି ଆରୋପର ପ୍ରମାଣ ଦେଖାଇବା ଉଚିତ କାରଣ ଦୋଷୀ ବ୍ୟକ୍ତି ତ ନିଜ ସୁରକ୍ଷା ପାଇଁ କିଛି ବି କହିବେ ।
Published by: Anand Shankar Thankur Das
First published: October 28, 2020, 9:30 PM IST
corona virus btn
corona virus btn
Loading