ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଠିକ୍ ଜାଗାରେ ନ ଥିଲେ, ତଥାପି ୯୯ ବର୍ଷ ଯାଏଁ ବଞ୍ଚିଲେ ମହିଳା

ମୃତ ଦେହର ଡାକ୍ତରୀ ଅଧ୍ୟୟନ ସମୟରେ ମେଡିକାଲ୍ କଲେଜର ଛାତ୍ରମାନେ ଜାଣିବାକୁ ପାଇଥିଲେ ଯେ ତାଙ୍କର ଆଭ୍ୟନ୍ତରୀଣ ଅଙ୍ଗ ସବୁ ନିଜ ନିଜ ସ୍ଥାନରେ ନ ଥିଲେ । ହେଲେ ୯୯ ବର୍ଷ ପର୍ଯ୍ୟନ୍ତ ସେ ପୂରା ସୁସ୍ଥ ରହିଥିଲେ ।

ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ସବୁ ଠିକ୍ ଜାଗାରେ ନ ଥିଲେ, ତଥାପି ୯୯ ବର୍ଷ ଯାଏଁ ବଞ୍ଚିଲେ ମହିଳା
ରୋଜ୍ ମେରି ବେଣ୍ଟଲି (ଫଟୋ: ଏପି)
  • News18 Odia
  • Last Updated: September 26, 2020, 5:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ୱାଶିଂଟନ୍: କିଛି ଲୋକ ଅସାଧାରଣ ପ୍ରତିଭା ସହିତ ଜନ୍ମଗ୍ରହଣ କରିଥାନ୍ତି, ଯେଉଁଥି ପାଇଁ ସେମାନେ ଦୁନିଆରେ ନିଜ ନାମ ଉଜ୍ଜ୍ୱଳ କରନ୍ତି । ଏହି ପରି ଜଣେ ମହିଳା ଥିଲେ ଆମେରିକାର (America) ବାସିନ୍ଦା ରୋଜ୍‌ ମେରି ବେଣ୍ଟଲି (Rose Marie Bentley)। ସେ ଜଣେ ସନ୍ତରଣକାରୀ (swimmer) ଥିଲେ ଓ ତାଙ୍କର ପାଞ୍ଚଟି ସନ୍ତାନ ଥିଲେ । ୯୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ତାଙ୍କ ଶରୀରକୁ ପୋର୍ଟଲ୍ୟାଣ୍ଡର ସ୍ୱାସ୍ଥ୍ୟ ଓ ବିଜ୍ଞାନ ବିଶ୍ୱବିଦ୍ୟାଳୟକୁ ଦାନ କରାଯାଇଥିଲା । ଏହା ପରେ କିଛି ଡାକ୍ତରୀ ଛାତ୍ର ତାଙ୍କ ମୃତ ଶରୀରର ଅଧ୍ୟୟନ କରିଥିଲେ, ଯେଉଁଥିରେ ଅନେକ ଆଶ୍ଚର୍ଯ୍ୟଜନକ ରହସ୍ୟ ସାମନାକୁ ଆସିଥିଲା ।

ତାଙ୍କ ମୃତ ଦେହର ଡାକ୍ତରୀ ଅଧ୍ୟୟନ ସମୟରେ ଛାତ୍ରମାନଙ୍କୁ ମେରୀଙ୍କର ସବୁ ଆଭ୍ୟନ୍ତରୀଣ ଅଙ୍ଗ ନିଜ ନିଜ ସ୍ଥାନରେ ନ ଥିବା ଜଣାପଡ଼ିଲା । ଛାତ୍ରମାନେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ଚକିତ ହେଲେ ଯେ ଜଣେ ବ୍ୟକ୍ତିଙ୍କ ଶରୀରର ଅନେକ ଆଭ୍ୟନ୍ତରୀଣ ଅଙ୍ଗରେ ଏତେ ବିକୃତି ଥିବା ସତ୍ତ୍ୱେ କେମିତି ସେ ୯୯ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଲେ ।

ବାସ୍ତବରେ ମେରୀଙ୍କ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ଭୁଲ୍‌ ସ୍ଥାନରେ ଥିଲା । କେବଳ ଏତିକି ନୁହେଁ, ଏହି ଅଙ୍ଗଗୁଡ଼ିକର ଆକାର ବି ସ୍ୱାଭାବିକ ନ ଥିଲା । ସେଥିରୁ କେତେକ ସେମାନଙ୍କ ନିଜ ସ୍ଥାନରେ ନ ଥିଲେ, ଅର୍ଥାତ୍ ଯେଉଁଠି କିଡନୀ ରହିବା କଥା ସେଠି କିଡନୀ ନ ଥିଲା ଓ ଯେଉଁଠି ହୃଦୟ ରହିବା ଉଚିତ୍ ସେଠି ହୃଦୟ ନ ଥିଲା । ଆଉ ଏହି ସବୁ ଅଙ୍ଗ ଅନ୍ୟ ସ୍ଥାନରେ ଥିଲେ ।

ଯୁବାବସ୍ଥାରେ ରୋଜ୍ ମେରି ବେଣ୍ଟଲି


ବୈଜ୍ଞାନିକ ଭାଷାରେ ଏମିତି ଅବସ୍ଥାକୁ ଲେକୋକାର୍ଡ଼ିୟା (levocardia) ଓ ସାଇଟ୍ ଇନଭର୍ସ କୁହାଯାଏ । ମେରୀ ବେଣ୍ଟଲି ୯୯ ବର୍ଷ ବୟସ ପର୍ଯ୍ୟନ୍ତ ପୂରା ସୁସ୍ଥ ଅବସ୍ଥାରେ ରହିଥିଲେ, ଯଦିଓ ଏହି ଅବସ୍ଥାରେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗଗୁଡ଼ିକ ଓଲଟା ହୋଇଯାଏ । ଛାତ୍ରମାନଙ୍କ ପ୍ରଫେସର କାମେରନ୍ ୱାକର କହିଛନ୍ତି ଯେ ଅନୁସନ୍ଧାନ ପରେ ବେଣ୍ଟଲିଙ୍କ ମୃତ ଦେହରେ ମିଳିଥିବା ଜଟିଳ ସ୍ଥିତି ପାଞ୍ଚ କୋଟି ମଣିଷଙ୍କ ମଧ୍ୟରୁ ମାତ୍ର ଜଣଙ୍କ ଦେହରେ ରହିବାର ସମ୍ଭାବନା ଥାଏ ।

ମେରୀ ବେଣ୍ଟଲିଙ୍କ ଡାହାଣ ଫୁସଫୁସରେ ତିନୋଟି ବଦଳରେ ଦୁଇଟି ଲୋବ୍‌ ଥିଲା । ଏ ସବୁ ତଥ୍ୟ ପ୍ରକାଶ ପାଇବା ପରେ ବେଣ୍ଟଲିଙ୍କ ଝିଅ ଜିଞ୍ଜର ରବିନ୍ସ କହିଛନ୍ତି ଯେ ତାଙ୍କ ମା’ଙ୍କର କେବେ କୌଣସି ଅସୁବିଧା ହୋଇ ନ ଥିଲା । ସେ ସର୍ବଦା ସୁସ୍ଥ ରହିଥିଲେ ଓ ବହୁତ ଭଲ ସନ୍ତରଣକାରୀ ଥିଲେ ।

ଆନାଟୋମି (anatomy) ଛାତ୍ର ନିଏଲସନ୍‌ ଜାଣିବାକୁ ପାଇଥିଲେ ଯେ ମେରୀ ବେଣ୍ଟଲିଙ୍କ ହୃଦୟରେ ଏକ ବଡ଼ ଶିରା ନ ଥିଲା, ଯାହା ସାଧାରଣତଃ ସବୁ ହୃଦୟର ଡାହାଣ ପାର୍ଶ୍ୱରେ ଥାଏ । ଅଧିକ ଅଧ୍ୟୟନ ପରେ ଏହି ଶିରା ତାଙ୍କ ହୃଦୟର ବାମ ପାର୍ଶ୍ୱରେ ଦେଖିବାକୁ ମିଳିଥିଲା । ତା’ ଛଡ଼ା ତାଙ୍କ ହୃଦୟର ଡାହାଣ ଆଟ୍ରିଅମ୍ ସାଧାରଣ ଆକାର ଠାରୁ ଦୁଇ ଗୁଣ ବଡ଼ ଥିଲା ।

ଏହା ବି ପଢ଼ନ୍ତୁ | ଅକ୍ଟୋବର ପହିଲାରୁ ରାଜ୍ୟରେ ବଢ଼ିବ ବିଜୁଳି ଦର; ୟୁନିଟ୍‌ ପିଛା ୨୦ ପଇସା ମହଙ୍ଗା ହେବ

ଏହା ବି ପଢ଼ନ୍ତୁ ଆଉ ମୃତକମାନଙ୍କର ହେବନି କରୋନା ଟେଷ୍ଟ; ସାନି ନିର୍ଦ୍ଦେଶ ଜାରି କଲା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

କେବଳ ଏତିକି ନୁହେଁ, ପ୍ରଫେସର କାମେରୁନ ୱାକରଙ୍କ କହିବା ଅନୁସାରେ ମରିୟମର ହଜମ ପ୍ରକ୍ରିୟା ବି ଓଲଟା ଥିଲା । ତାଙ୍କ ଶରୀରରେ ବାମ ପଟେ ପାକସ୍ଥଳୀ ରହିବା ପରିବର୍ତ୍ତେ ଏହା ଡାହାଣ ପଟେ ଥିଲା । ତାଙ୍କର ଯକୃତ ବି ଡାହାଣ ସାଇଟରେ ଥିଲା, ଯାହା ସାଧାରଣତଃ ବାମ ପଟେ ରହିଥାଏ । ଚିକିତ୍ସା ବିଜ୍ଞାନରେ ଏମିତି ଅବସ୍ଥାକୁ ଏକ ଚମତ୍କାର କୁହାଯାଇପାରେ ।



ମେରୀ ବେଣ୍ଟଲି ନିଜ ସ୍ୱାମୀଙ୍କ ସହିତ ଏକ ଦୋକାନ ଚଳାଉଥିଲେ । ସେଥିରେ ପଶୁ ଫିଡ୍ (animal feed) ବିକ୍ରି କରୁଥିଲେ ।
Published by: Anand Shankar Thankur Das
First published: September 26, 2020, 5:30 PM IST
corona virus btn
corona virus btn
Loading