ଫେବୃଆରୀରେ ଭାରତ ଆସିପାରନ୍ତି ଡୋନାଲ୍ଡ ଟ୍ରମ୍ପ; ‘ହାଉଡ଼ି ମୋଦି‘ ଭଳି ଅହମଦାବାଦରେ ହୋଇପାରେ ‘କେମ ଛୋ ଟ୍ରମ୍ପ‘

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ ଶେଷ ସପ୍ତାହରେ ଭାରତ ଗସ୍ତରେ ଆସିପାରନ୍ତି । ଏହି କାର୍ଯ୍ୟକ୍ରମକୁ ଗୁଜୁରାଟି ନାମ ଦିଆଯାଇ ‘କେମ ଛୋ ଟ୍ରମ୍ପ’ କରାଯାଇଛି ।

ଫେବୃଆରୀରେ ଭାରତ ଆସିପାରନ୍ତି ଡୋନାଲ୍ଡ ଟ୍ରମ୍ପ; ‘ହାଉଡ଼ି ମୋଦି‘ ଭଳି ଅହମଦାବାଦରେ ହୋଇପାରେ ‘କେମ ଛୋ ଟ୍ରମ୍ପ‘
ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
  • News18 Odia
  • Last Updated: January 23, 2020, 5:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗତବର୍ଷ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇଥିବାବେଳେ ସେଠାରେ ‘ହାଉଡ଼ି ମୋଦି’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେଥିରେ ଯୋଗ ଦେଇଥିଲେ । ଏବେ ଭାରତରେ ମଧ୍ୟ ଠିକ୍ ସେହିଭଳି କାର୍ଯ୍ୟକ୍ରମ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ବାଗତ ଜଣାଇବାକୁ ଆୟୋଜିତ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି । ଫେବୃଆରୀରେ ଆୟୋଜିତ ହେବାକୁଥିବା ଏହି କାର୍ଯ୍ୟକ୍ରମକୁ ଗୁଜୁରାଟୀ ନାମ ଦିଆଯାଇ ‘କେମ ଛୋ ଟ୍ରମ୍ପ’ ରଖାଯାଇଛି ।

ଟେକ୍ସାସର ହ୍ୟୁଷ୍ଟନରେ ସହରରେ ଗତବର୍ଷ ଆୟୋଜିତ ହୋଇଥିବା ହାଉଡ଼ି ମୋଦି କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦିଙ୍କ ସହ ମଞ୍ଚରେ ଉପସ୍ଥିତ ରହିଥିଲେ । ଠିକ୍ ଏହି ଭଳି କାର୍ଯ୍ୟକ୍ରମ ଭାରତରେ ଟ୍ରମ୍ପଙ୍କୁ ସ୍ବାଗତ ଜଣାଇ କରିବାକୁ ଯୋଜନା କରାଯାଇଥିବାବେଳେ ନ୍ୟୁଜ ୧୮କୁ ମିଳିଥିବା ସୂତ୍ର ଅନୁଯାୟୀ ଟ୍ରମ୍ପ ଏହାକୁ ନୂଆ ଦିଲ୍ଲୀରେ କରାଯିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଶୁଣାଯାଉଛି କି ଟ୍ରମ୍ପ ଭାରତ ଗସ୍ତ ସମୟରେ ଦିଲ୍ଲୀଛାଡ଼ି ଅନ୍ୟ ସହରକୁ ଯିବାକୁ ପ୍ରସ୍ତୁତ ନାହାନ୍ତି । କାହିଁକିନା ତାଙ୍କ ପାଖରେ ସମୟର ଘୋର ଅଭାବ ରହିଛି ।

ମାତ୍ର ଭାରତ ପକ୍ଷରୁ ଏହାକୁ ଦିଲ୍ଲୀରେ  ନକରାଯିବା ପାଇଁ ଆଗ୍ରହ ପ୍ରକାଶ କରାଯାଇଛି । ଏହାର କାରଣ ହ୍ୟୁଷ୍ଟନ ଭଳି ଭିଡ଼କୁ ମ୍ୟାନେଜ କରିବା ଲାଗି ଦିଲ୍ଲୀ ଅପେକ୍ଷା ଅହମଦାବାଦରେ ସହଜ ହେବ ।  ଏହା ସହ ନାଗରିକତା ସଂଶୋଧନ ଆଇନକୁ ନେଇ ଚାଲିଥିବା ବିରୋଧ ଯୋଗୁ ଏହି କାର୍ଯ୍ୟକ୍ରମକୁ ଅହମଦାବାଦରେ କରିବାକୁ ସରକାର ଉଚିତ ମଣୁଛନ୍ତି ।

ସେପଟେ ଟ୍ରମ୍ପଙ୍କ ଟିମ୍ ଏହା ଚାହୁଁଛି କି କାର୍ଯ୍ୟକ୍ରମ ଏଭଳି ସ୍ଥାନରେ ଆୟୋଜିତ ହେଉ ଯାହାର ସିଧା ଫାଇଦା ଆମେରିକା ରାଷ୍ଟ୍ରପତି ନିର୍ବାଚନର ପ୍ରତିଫଳିତ ହେଉ । ଏପରିସ୍ଥଳରେ ଯଦି ଏହି କାର୍ଯ୍ୟକ୍ରମ ଗୁଜୁରାଟରେ ଆୟୋଜିତ ହେବ ତାହାଲେ ଏହାର ଫାଇଦା ଟ୍ରମ୍ପଙ୍କୁ ମିଳିପାରିବ । କାହିଁକିନା ଗୁଜୁରାଟୀ ଲୋକମାନେ ବଡ଼ ସଂଖ୍ୟାରେ ଆମେରିକାରେ ରହିଥାନ୍ତି । ଏହି କର୍ଯ୍ୟକ୍ରମକୁ ଆମେରିକାରେ ରହୁଥିବା ଭାରତୀୟ ଲୋକମାନଙ୍କୁ ମଧ୍ୟ ଡକାଯାଇପାରେ ବୋଲି ସୂଚନା ମିଳିଛି ।

ତେବେ ଏହି କାର୍ଯ୍ୟକ୍ରମ ଲାଗି ସ୍ଥାନ ଚୂଡ଼ାନ୍ତ ହୋଇନଥିବାବେଳେ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମକୁ ଆୟୋଜିତ କରାଯାଇପାରେ । ଏହି ଷ୍ଟାଡିୟମରେ ୧,୧୦,୦୦୦ ଲୋକ ବସିବାର ବ୍ୟବସ୍ଥା ରହିଛି । ମାତ୍ର ବର୍ତ୍ତମାନ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏନେଇ ସନ୍ଦେହ ସୃଷ୍ଟି ହୋଇଛି ଯେ, ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସରିବ ନା ନାହିଁ । ଆଗରୁ ମଧ୍ୟ ଅହମଦାବାଦରେ ବଡ଼ ବଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇସାରିଛି । ଟ୍ରମ୍ପଙ୍କ ଭାରତ ଗସ୍ତ ୨୪ କିମ୍ବା ୨୬ ଫେବୃଆରୀରେ ହୋଇପାରେ । ଟ୍ରମ୍ପଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ ତାଜମହଲ ଦେଖିବା ପାଇଁ ଆଗ୍ରା ଯିବାର ସମ୍ଭାବନା ରହିଥିବା କୁହାଯାଉଛି ।
First published: January 23, 2020, 5:09 PM IST
corona virus btn
corona virus btn
Loading