News18 Odia Digital
American Influencer Dancing Video: ଯେତେବେଳେ ଡ୍ୟାନ୍ସ କଥା ଆସେ, ତେବେ ବଲିଉଡ ଗୀତ ଏବଂ ବିଶେଷ ଭାବରେ ପଞ୍ଜାବୀ ନମ୍ବରର ସମସ୍ତଙ୍କ ମନରେ ଆସେ। ଏହି ଜିନିଷ କେବଳ ଆମ ଦେଶରେ ସୀମିତ ନୁହେଁ, ବିବାହ ପାଇଁ ବଲିଉଡ ଗୀତର କ୍ରେଜ ବିଦେଶରେ ମଧ୍ୟ ଦେଖାଯାଏ। ଏହାର ଏକ ଉଦାହରଣ ହେଉଛି ଏକ ଭିଡିଓ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବାରେ ଲାଗିଛି, ଯେଉଁଥିରେ ଜଣେ ଆମେରିକୀୟ ଇନଫ୍ଲୁଏନ୍ସର ବଲିଉଡର ଲୋକପ୍ରିୟ ଗୀତ 'ମେହେନ୍ଦୀ ଲାଗା କେ ରଖନ'ରେ ଦମଦାର ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି।
ଶାହରୁଖ ଖାନ ଏବଂ କାଜୋଲ ୯୦ ଦଶକର ସୁପରଡୁପର ହିଟ୍ ଫିଲ୍ମ ମଧ୍ୟରୁ DDLJରେ ଅନେକ ଡ୍ୟାନ୍ସ ଦେଖାଇଥିଲେ, ଯାହା କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଲୋକଙ୍କ ହୃଦୟ ଜିତିଛି। ଆମେରିକାର ଫେମସ ଇନଫ୍ଲୁଏନ୍ସର ରିକି ପଣ୍ଡ ‘ଦିଲୱାଲେ ଦୁଲହାନିଆ ଲେ ଜୟେଙ୍ଗେ’ର ଏକ ଗୀତରେ ଜବରଦସ୍ତ ଡ୍ୟାନ୍ସ ପ୍ରଦର୍ଶନ କରିଛନ୍ତି। ଆପଣ ମଧ୍ୟ ଭିଡିଓ ଦେଖିବା ପରେ ତାଙ୍କର ପ୍ରଶଂସକ ହୋଇଯିବେ।
’ମେହେନ୍ଦୀ ଲାଗା କେ ରଖନାରେ ଆମେରିକା ବ୍ୟକ୍ତିଙ୍କ ଠୁମକାଏହି ଭିଡିଓ ଭାଇରାଲ ହେଉଛି ୱାଶିଂଟନର ଜଣେ ଫେମସ ଇନଫ୍ଲୁଏନ୍ସର ରିକି ପଣ୍ଡଙ୍କର, ଯିଏକି ବଲିଉଡର ପ୍ରାୟ ଗୀତରେ ନିଜର ଡ୍ୟାନ୍ସ ଦକ୍ଷତାକୁ ଦେଖାଇବାକୁ ଚେଷ୍ଟା କରନ୍ତି। ତାଙ୍କର ଡ୍ୟାନ୍ସ ମୁଭ୍ ମାଧ୍ୟମରେ ସେ ଭାରତୀୟଙ୍କ ମଧ୍ୟରେ ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲେ। ନିକଟରେ ‘ଦିଲୱାଲ୍ ଦୁଲହାନିଆ ଲେ ଜୟେଙ୍ଗେ’ର ଲୋକପ୍ରିୟ ଗୀତ 'ମେହେନ୍ଦୀ ଲାଗା କେ ରଖନା'ରେ ରିକି ଡ୍ୟାନ୍ସ କରୁଥିବା ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ଏହାପୂର୍ବରୁ ସେ ଶାହରୁଖଙ୍କ 'ଛଂୟା ଛଂୟା' ରୁ ଲୁଡୋ ଫିଲ୍ମର ଫେମସ ଗୀତ 'ହେ ବିଟା ଜି'ରେ ଡ୍ୟାନ୍ସ କରି ଲୋକଙ୍କ ମନ କିଣିସାରିଛନ୍ତି।
ଲୋକ ମଜଦାର ଲାଗିଲା ଏହି ଭିଡିଓଏହି ଭିଡିଓକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ରିକି ପଣ୍ଡ ତାଙ୍କ ଆକାଉଣ୍ଟରୁ ricky.pond ରୁ ସେୟାର କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୫୫ ହଜାରରୁ ଅଧିକ ଲୋକ ଏହି ଭିଡିଓକୁ ଦେଖିଥିବାବେଳେ ୩୨୦୦ ରୁ ଅଧିକ ଲୋକ ଏହାକୁ ଲାଇକ କରିଛନ୍ତି। ଉପଭୋକ୍ତାମାନେ ଭିଡିଓରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। କିଛି ଉପଭୋକ୍ତା ତାଙ୍କ ଡ୍ୟାନ୍ସକୁ ପ୍ରଶଂସା କରିଥିବାବେଳେ କେତେକ ପଚାରିଥିଲେ, ‘‘ଆପଣ ହିନ୍ଦୀ ବୁଝୁଛନ୍ତି କି?’’ ସେ ପ୍ରାୟତଃ ନିଜର ନୂଆ ଡ୍ୟାନ୍ସ ଭିଡିଓ ସହିତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।