ମୁଁ ଗୋଟିଏ ଦିନରେ ଶେଷ କରିଦେବି ଋଷ-ୟୁକ୍ରେନ ଯୁଦ୍ଧ: ଡୋନାଲ୍ଡ ଟ୍ରମ୍ପ

Donald Trump on Russia Ukraine War: ଗାର୍ଡିୟନର ରିପୋର୍ଟ ଅନୁଯାୟୀ ଟ୍ରମ୍ପ ଋଷ-ୟୁକ୍ରେନ ଯୁଦ୍ଧକୁ ଦୃଷ୍ଟିରେ ରଖି ସେ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ କହିଛନ୍ତି।

ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ

ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Donald Trump on Russia Ukraine War: ଫେବୃଆରୀ ୨୪ ତାରିଖରେ ଋଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂରିଥିଲା। ବର୍ଷରୁ ଅଧିକ ସମୟ ବିତିଗଲାଣି ହେଲେ ଉଭୟ ଦେଶ ପରସ୍ପରଠୁ ହାର ମାନିବାକୁ ରାଜି ନାହାଁନ୍ତି।

ଇତିମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଗୋଟିଏ ଦିନରେ ସେ ଏହି ଭୟଙ୍କର ଯୁଦ୍ଧକୁ ଶେଷ କରିପାରିବେ ବୋଲି ସେ ଦାବି କରିଛନ୍ତି।

ଶନିବାର 'କଞ୍ଜରଭେଟିଭ ପଲିଟିକାଲ ଆକ୍ସନ କନଫ୍ରେନ୍ସ ସମ୍ମିଳନୀ'ରେ (CPEC) ସମ୍ବୋଧନ ସମୟରେ ଟ୍ରମ୍ପ ଏହି ବୟାନ ଦେଇଥିଲେ।

ସେ ମଧ୍ୟ ୨୦୨୪ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ରିପବ୍ଲିକାନ୍ ପାର୍ଟିର ଆଧିପତ୍ୟ ଫେରାଇ ଆଣିବାକୁ ଚେଷ୍ଟା କରୁଛନ୍ତି। ଗାର୍ଡିୟନର ରିପୋର୍ଟ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ସମ୍ପୂର୍ଣ୍ଣ ୧୦୦ ମିନିଟର ଭାଷଣ ଦେଇଥିଲେ। ଋଷ-ୟୁକ୍ରେନ ଯୁଦ୍ଧକୁ ଠିକ୍ ସମୟରେ ଶେଷ ନକରିବାରୁ ସେ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ମଧ୍ୟ କହିଥିଲେ।

ହେଲେ ସେ ଏହା କରିବାକୁ ଦେବେ ନାହିଁ ବୋଲି ସେ ଦାବି କରିଛନ୍ତି। ରଏଟର୍ସ ରିପୋର୍ଟ ଅନୁଯାୟୀ ଟ୍ରମ୍ପ କହିଛନ୍ତି ଯେ ଯୁଦ୍ଧର ସମାଧାନ ପାଇଁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ତାଙ୍କର ଭଲ ସାକ୍ଷାତ ହେବ ଏବଂ ସେ ନିଶ୍ଚିତ ଭାବରେ ତାଙ୍କ କଥା ଶୁଣିବେ।

ଆମେରିକାର ଆଫଗାନିସ୍ତାନରୁ ବିଫଳ ହେବା କାରଣରୁ ଅଗଷ୍ଟ ୨୦୨୧ରେ ଋଷର ଭ୍ଲାଦିମିର ପୁତିନ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଯଦି ଶୀଘ୍ର ପଦକ୍ଷେପ ନିଆ ନ ଯାଏ, ତେବେ ଆମେ ତୃତୀୟ ବିଶ୍ୱଯୁଦ୍ଧ ଦେଖିବା କଥା ଦାବି କରିଛନ୍ତି ଟ୍ରମ୍ପ।

ସେ କହିଥିଲେ, ‘‘ମୁଁ ଏକମାତ୍ର ପ୍ରାର୍ଥୀ ଯିଏ ତୃତୀୟ ବିଶ୍ୱଯୁଦ୍ଧ ବନ୍ଦ କରିବି ବୋଲି ପ୍ରତିଶ୍ରୁତି ଦେଇପାରେ। ମୁଁ ଓଭାଲ ଅଫିସରେ ପହଞ୍ଚିବା ପୂର୍ବରୁ, ମୁଁ ଋଷ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଭୟଙ୍କର ଯୁଦ୍ଧକୁ ସମାପ୍ତ କରିବି। ମୁଁ ଜାଣେ ସେଠାରେ କ’ଣ କହିବି।’’

ଆହୁରି ମଧ୍ୟ ସେ କହିଥିଲେ ଯେ ବାଇଡେନଙ୍କୁ ହ୍ବାଇଟ ହାଉସରୁ ବହିଷ୍କାର କରିବେ ଏବଂ ଆମେରିକାକୁ ଏହି ଭିଲେନ ଏବଂ ଘୃଣ୍ୟ ବ୍ୟକ୍ତିଙ୍କଠାରୁ ସବୁଦିନ ପାଇଁ ମୁକ୍ତ କରିବେ।’’

ପଢ଼ନ୍ତୁ ଏହି ଖବର:  Vastu Tips: ଘର ସାମ୍ନାରେ ଭୁଲରେ ବି ରଖନ୍ତୁନି ଏହି ଜିନିଷ; ମାଡ଼ି ଆସିବ ଦୁଃଖ

ସେ ବାଇଡେନ ପ୍ରଶାସନର ନୀତିକୁ ସମାଲୋଚନା କରି କହିଛନ୍ତି ଯେ ଏହା ଆମ ଦେଶର ଇତିହାସରେ ସବୁଠାରୁ ବିପଜ୍ଜନକ ସମୟ।
Published by:Lipina Das
First published: