News18 Odia Digital
ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲୋନ୍ ମସ୍କଙ୍କ ମା ଗ୍ୟାରେଜରେ ଶୁଅନ୍ତି। ଏକଥା ନିଜେ ତାଙ୍କ ମା ମାୟେ ମସ୍କ କହିଛନ୍ତି। ବିଲିୟନେୟାର ପୁଅ ମସ୍କଙ୍କୁ ଦେଖା କରିବାକୁ ଟେକ୍ସାସ ଗଲେ ସେଠାରେ ସେ ଗ୍ୟାରେଜରେ ଶୋଇଥାନ୍ତି।
ନିକଟରେ ଏକ ସାକ୍ଷାତକାରରେ ଦ ଟାଇମ୍ସକୁ କହିଛନ୍ତି, 'ମୋତେ ଗ୍ୟାରେଜରେ ଶୋଇବାକୁ ପଡେ। ଏକ ରକେଟ୍ ସାଇଟ୍ ନିକଟରେ ତାଙ୍କର କୌଣସି ଘର ନାହିଁ'।
ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଏହା ବିଷୟରେ ମାୟେ ଅଧିକ କିଛି ପ୍ରକାଶ କରି ନାହିଁ। ତେବେ ସେ କହିଛନ୍ତି ଯେ ପୁଅ ମସ୍କଙ୍କ ସମ୍ପତ୍ତିରେ ତାଙ୍କର କୌଣସି ଆଗ୍ରହ ନାହିଁ। ଏପ୍ରିଲରେ, ଏଲୋନ୍ ମସ୍କ ନିଜେ ପ୍ରକାଶ କରିଛନ୍ତି ଯେ ତାଙ୍କର ଏପର୍ଯ୍ୟନ୍ତ ଘର ନାହିଁ। ସେ ତାଙ୍କ ସାଙ୍ଗମାନଙ୍କ ଘରେ ରୁହନ୍ତି। ଏହା ପରେ ମସ୍କ ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କର ପ୍ରାଥମିକ ବାସସ୍ଥାନ ସ୍ପେସ୍ ଏକ୍ସରୁ ୫୦,୦୦୦ ଡଲାରରେ ଭଡା ଦିଆଯାଇଛି।
ଏଲୋନ୍ ମସ୍କ ଏପରି ସମ୍ପତ୍ତି ପ୍ରତି ଆଗ୍ରହୀ ନୁହଁନ୍ତି। ସେ କହିଥିଲେ ଯେ ମଙ୍ଗଳ ଏବଂ ପୃଥିବୀ ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିବେ ଓ ଏଥିପାଇଁ ସମ୍ପତ୍ତିକୁ ମଧ୍ୟ କାମରେ ଲଗାଇବେ। ୨୦୨୦ ମସିହାରେ ମସ୍କ ଟ୍ୱିଟ୍ କରି କହିଛନ୍ତି, 'ମୁଁ ପ୍ରାୟ ସମସ୍ତ ସମ୍ପତ୍ତି ବିକ୍ରି କରୁଛି। ମୋର ମୋର କୌଣସି ଘର ରହିବ ନାହିଁ।' ସେ କହିଛନ୍ତି ଯେ ନଗଦ ଅର୍ଥର ଆବଶ୍ୟକତା ନାହିଁ।
ସ୍ୱାମୀ ଏରୋଲ୍ ମସ୍କ ସହିତ ତାଙ୍କର ଏଲୋନଙ୍କ ମା ଙ୍କ ବିବାହ ବିଚ୍ଛେଦ ହୋଇଯାଇଥିଲା। ଏରୋଲ ମସ୍କଙ୍କ ଔରସରୁ ମାୟେଙ୍କର ୩ ସନ୍ତାନ ଅଛନ୍ତି । ସେମାନେ ହେଲେ ଏଲୋନ, କିମ୍ବଲ ଓ ଟୋସ୍କା । ଏଲୋନ୍ ତିନି ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ଼ । ଅନେକ କଷ୍ଟ କରି ଏଲୋନ୍ ଏତେ ବଡ଼ ସମ୍ପତ୍ତିର ମାଲିକ ହୋଇ ପାରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।