ଜମ୍ମୁ କାଶ୍ମୀରକୁ ନେଇ ଆମେରିକା କଲା ଭାରତକୁ ସମର୍ଥନ; ଚିଡ଼ି ଗଲା ପାକିସ୍ତାନ
ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଟ୍ୱିଟରେ କାଶ୍ମୀରକୁ ଭାରତର କହିବା ପରେ ପାକିସ୍ତାନ ଚିଡ଼ିଯାଇଛି । ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଏହାର ପ୍ରତିବାଦ କରିଥିବାବେଳେ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ଆମେରିକା ଉପରେ ନିଜର କ୍ଷୋଭ ପ୍ରକଶ କରିଛନ୍ତି ।

ଜମ୍ମୁ କାଶ୍ମୀରକୁ ନେଇ ଆମେରିକା କଲା ଭାରତକୁ ସମର୍ଥନ
- News18 Odia
- Last Updated: February 12, 2021, 1:06 PM IST
ଇସଲାମାବାଦ: ଆମେରିକାର (America) ବିଡେନ ପ୍ରଶାସନ କାଶ୍ମୀରକୁ ଭାରତକୁ କହିବା ପରେ ପାକିସ୍ତାନ କ୍ରୋଧିତ ହୋଇଛି । ପାକିସ୍ତାନ ଏହାକୁ ତୀବ୍ର ବିରୋଧ କରିଛି । ବାସ୍ତବରେ ଆମେରିକାର ବୈଦେଶିକ ବିଭାଗର ଦକ୍ଷିଣ ଓ ମଧ୍ୟ ଏସିଆ ବ୍ୟୁରୋ ଏକ ଟ୍ୱିଟ୍ କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ ଭାରତର ଜମ୍ମୁ କାଶ୍ମୀରରେ 4G ଇଣ୍ଟରନେଟ୍ ସୁବିଧା ପୁନଃସ୍ଥାପିତକୁ ଆମେ ସ୍ୱାଗତ କରୁଛୁ । ଜମ୍ମୁ କାଶ୍ମୀରରେ 4G ଇଣ୍ଟରନେଟ୍ ସେବାର ପୁନଃସ୍ଥାପିତ ସମ୍ପର୍କରେ ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ଟ୍ୱିଟ୍ ପାକିସ୍ତାନକୁ ଗଭୀର ନିରାଶ କରିଛି । ଇସଲାମାବାଦରେ ପାକିସ୍ତାନର ବୈଦେଶିକ ବ୍ୟାପାର ବିଭାଗ କହିଛି, ଜାତିସଂଘ ସୁରକ୍ଷା ପରିଷଦର ଅନେକ ସଂକଳ୍ପରେ ଓ ଜମ୍ମୁ କାଶ୍ମୀରର ସ୍ଥିତି ବିବାଦୀୟ ହୋଇପଡ଼ିଛି । ଏହି ପ୍ରସଙ୍ଗରେ ଏହା କହିବା ଅସଙ୍ଗତ ଅଟେ । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ମଧ୍ୟ ଏହି ବିବାଦକୁ ନେଇ କ୍ଷୋଭ ପ୍ରକଶ କରିଛନ୍ତି ।
'ଆମେରିକାର ପଲିସି କୌଣସି ପରିବର୍ତ୍ତନ ନାହିଁ'
ଏହି ଟ୍ୱିଟ୍ ବିଷୟରେ ପଚରାଯିବାରୁ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ୍ ପ୍ରାଇସ୍ ଗଣମାଧ୍ୟମକୁ କହିଛନ୍ତି, "ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏହି ଅଞ୍ଚଳରେ ଆମେରିକାର ପଲିସିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଜମ୍ମୁରେ 4G ଇଣ୍ଟରନେଟ୍ ସୁବିଧା ପୁନଃସ୍ଥାପିତକୁ ଆମେ ସ୍ୱାଗତ କରୁ ଛୁ। ଏବଂ ଭାରତର କାଶ୍ମୀର। ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଓ ଜମ୍ମୁ କାଶ୍ମୀରରେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ଆମେ ରାଜନୈତିକ ଓ ଅର୍ଥନୈତିକ ପ୍ରଗତି ଜାରି ରଖିବାକୁ ଆଶା କରୁଛୁ ।"
୫ ଫେବୃଆରୀରେ ସମଗ୍ର ଜମ୍ମୁ କାଶ୍ମୀରରେ 4G ମୋବାଇଲ୍ ଇଣ୍ଟରନେଟ୍ ସେବା ପୁନଃସ୍ଥାପିତ କରାଯାଇଥିଲା । ଠିକ୍ ଦେଢ଼ ବର୍ଷ ପୂର୍ବେ ଅଗଷ୍ଟ ୨୦୧୯ ରେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ହଟାଇ ଏହାକୁ ଏକ ୟୁନିଅନ୍ ଟେରିଟୋରୀ କରିଥିଲେ । ଯାହା ପରେ 4G ଇଣ୍ଟରନେଟ୍ ସେବା ବନ୍ଦ କରଯାଇଥିଲା । ଏହି ସମୟରେ ଜମ୍ମୁ କାଶ୍ମୀରରେ 4G ଇଣ୍ଟରନେଟ୍ ସେବାର ପୁନଃସ୍ଥାପି ବିଷୟରେ ଆମେରିକା ସ୍ୱରାଷ୍ଟ୍ର ବିଭାଗ ଉଲ୍ଲେଖ କରିବାରୁ ପାକିସ୍ଥାନ ନିରାଶ ହୋଇଛି ।