ଆମେରିକାର ଗେ ନାଇଟ୍ କ୍ଲବରେ ଫାଇରିଂ: ୫ ମୃତ; ରାଗିଲେ ଜୋ ବାଇଡେନ

ଏହି ଘଟଣା ୨୦୧୬ରେ ଘଟିଥିବା ଅର୍ଲାଣ୍ଡୋ ନାଇଟ୍ କ୍ଲବ୍ ଫାଇରିଂ ସ୍ମୃତିକୁ ପୁଣି ଥରେ ମନେ ପକାଇଦେଇଛି। ଯେତେବେଳେ ଜଣେ ବନ୍ଧୁକଧାରୀ ଫ୍ଲୋରିଡାର ଏକ ଗେ ନାଇଟ୍ କ୍ଲବରେ ଆକ୍ରମଣ କରି ଅତି କମରେ ୫୦ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲା।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ୱାଶିଂଟନ: ଆମେରିକାରେ ଫାଇରିଂ କେସ କ୍ରମାଗତ ଭାବେ ବୃଦ୍ଧି ପାଉଛି। ରବିବାର ବିଳମ୍ବିତ ରାତିରେ କୋଲୋରାଡୋର ଏକ ଗେ ନାଇଟ୍ କ୍ଲବରେ ଫାଇରିଂ ହୋଇଥିଲା। ଯେଉଁଥିରେ ପାଞ୍ଚ ଜଣ ପ୍ରାଣ ହରାଇଥିଲେ।

ଏହି ଘଟଣା ଉପରେ ରାଷ୍ଟ୍ରପତି ଜୋ ବାଇଡେନ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ କୌଣସି ବି ମୂଲ୍ୟରେ ଆମେରିକା ଘୃଣାକୁ ବରଦାସ୍ତ କରିବ ନାହିଁ। ଚଳିତ ବର୍ଷ ଆମେରିକାର ବିଭିନ୍ନ ସହରରୁ ଗୁଳି ବିନିମୟ ଘଟଣା ସାମ୍ନାକୁ ଆସିଛି। କୋଲୋରାଡୋ ପୋଲିସର ସୂଚନାନୁସାରେ, ନାଇଟ୍ କ୍ଲବ ଫାଇରିଂରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ଏହି ଘଟଣା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କ୍ଲବ ବାହାରେ ରାସ୍ତାରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ଦେଖିବାକୁ ମିଳୁଛି।

ଫାଇରିଂର ଏହି ଘଟଣା 'ଟ୍ରାନ୍ସଜେଣ୍ଡର ଡେ ଅଫ୍ ରିମେମ୍ବରେନ୍ସ' କିମ୍ବା TDORରେ ଘଟିଛି। ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସଂଗ୍ରାମକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ନଭେମ୍ବର ୨୦ ତାରିଖରେ ଟ୍ରାନ୍ସଜେଣ୍ଡର ସ୍ମୃତି ଦିବସ ପାଳନ କରାଯାଏ। ଏହାକୁ ପାଳନ କରିବା ନୀତି ୧୯୯୯ ମସିହାରୁ ଆରମ୍ଭ ହୋଇଥିଲା। ଏହି ଫାଇରିଂ ଉପରେ ଆମେରିକାର ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ବନ୍ଧୁକଧାରୀ ସ୍ନାଇପର ରାଇଫଲ ବ୍ୟବହାର କରି ଅତି କମରେ ୧୦ ଜଣଙ୍କ ଉପରକୁ ଗୁଳି ଚଳାଇଥିଲା। ଯଦିଓ ବନ୍ଧୁକଧାରୀ କାହିଁକି ଗୁଳି ଚଳାଇଲା ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ? ସେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ଲୋକଙ୍କୁ କାହିଁକି ଟାର୍ଗେଟ କଲା ତାହା ମଧ୍ୟ ଜଣାନାହିଁ।

ଏଭଳି ଫାଇରିଂ ୨୦୧୬ରେ ଘଟିଥିଲା

ଏହି ଘଟଣା ୨୦୧୬ରେ ଘଟିଥିବା ଅର୍ଲାଣ୍ଡୋ ନାଇଟ୍ କ୍ଲବ୍ ଫାଇରିଂ ସ୍ମୃତିକୁ ପୁଣି ଥରେ ମନେ ପକାଇଦେଇଛି। ଯେତେବେଳେ ଜଣେ ବନ୍ଧୁକଧାରୀ ଫ୍ଲୋରିଡାର ଏକ ଗେ ନାଇଟ୍ କ୍ଲବରେ ଆକ୍ରମଣ କରି ଅତି କମରେ ୫୦ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲା। ଏହି ଘଟଣାରେ ଅନ୍ୟ ୫୩ ଜଣ ମଧ୍ୟ ଆହତ ହୋଇଛନ୍ତି। ଏହି ନାଇଟ କ୍ଲବରେ ଫାଇରିଂ କରିଥିବା ବ୍ୟକ୍ତି ହେଉଛି ଏକମାତ୍ର ଆକ୍ରମଣକାରୀ, ଯିଏକି ୨୯ ବର୍ଷୀୟ ଉମର ମନୀତ ବୋଲି ଜଣାପଡ଼ିଥିଲା। ସେ ଅର୍ଲାଣ୍ଡୋରେ ଥିବା ପଲ୍ସ କ୍ଲବରେ ଫାଇରିଂ କରିଥିଲା, ଯେଉଁଠାରେ ଅନେକ ଲୋକ ପାର୍ଟି କରୁଥିଲେ। ଆକ୍ରମଣକାରୀ ରାଇଫଲ ଏବଂ ବନ୍ଧୁକ ଧରି ସେଠାରେ ଉପସ୍ଥିତ ଥିବା କିଛି ଲୋକଙ୍କ ଉପରକୁ ଗୁଳି ଚଳାଇବା ପୂର୍ବରୁ ସେଠାରେ ବନ୍ଧକ ରଖିଥିଲା। ଏହା ପରେ ସେ ଫାଇରିଂ କରିଥିଲା ଯେଉଁଥିରେ ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା।

ଆମେରିକାରେ ଗୁଳି ବିନିମୟ ବୃଦ୍ଧି ପାଉଛି

ଏଥି ସହିତ, ଚଳିତ ବର୍ଷ ଆରମ୍ଭରେ, ଓସଲୋ ସହରର ଏକ ସମଲିଙ୍ଗୀ ନାଇଟ୍ କ୍ଲବରେ ଗୁଳି ବିନିମୟ ହୋଇଥିଲା ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଥିଲେ।

ପ୍ରକାଶ ଥାଉକି ଚଳିତ ବର୍ଷ ଆମେରିକାରେ ଗୁଳି ବିନିମୟର ଅନେକ ଘଟଣା ସାମ୍ନାକୁ ଆସିଛି। ପ୍ରତିଦିନ ବିଭିନ୍ନ ସହରରୁ ଗୁଳି ବିନିମୟ ହେବାର ଖବର ରହିଛି। ଗତ କିଛି ମାସ ମଧ୍ୟରେ ଏଭଳି ଘଟଣାରେ ଅନେକ ଲୋକ ପ୍ରାଣ ହରାଇସାରିଲେଣି।
Published by:Lipina Das
First published: