ପୁଲିତଜର ବିଜେତା କାଶ୍ମୀରୀ ସାମ୍ବାଦିକାଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଅଟକ

ପୁଲିତଜର ପୁରସ୍କାର ପାଇଁ ନ୍ୟୁୟର୍କ ଯିବା ସମୟରେ ସନା ଇରସାଦ ମଟ୍ଟୁଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକାଇ ଦେଇଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ। ଏ ବାବଦରେ ଆମେରିକା ନଜର ରଖିଛି ବୋଲି କହିଛି ଆମେରିକା ବୈଦେଶିକ ମନ୍ତ୍ରାଳୟ ।

 ସନା ଇରସାଦ

ସନା ଇରସାଦ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ସାମ୍ବାଦିକତା କ୍ଷେତ୍ରରେ ସମ୍ମାନଜନକ ପୁଲିତଜର ପୁରସ୍କାର ପାଇଥିବା କାଶ୍ମୀରର ଫଟୋ ସାମ୍ବାଦିକ ସନା ଇରସାଦ ମଟ୍ଟୁ ଅଭିଯୋଗ କରିଛନ୍ତି ଯେ ଭାରତ ସରକାର ତାଙ୍କୁ ପୁଣିଥରେ ବିଦେଶ ଯିବାକୁ ବାରଣ କରିଛନ୍ତି। ତାଙ୍କର ଏହି ବିବୃତ୍ତି ପରେ, ଏହି ବିଷୟରେ ଅନେକ ଆଲୋଚନା ହେଉଛି। ମଟ୍ଟୁ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଅନେକ ଟ୍ୱିଟ୍ କରିଥିଲେ ଯେଉଁଥିରେ କୁହାଯାଇଥିଲା ଯେ ସେ ତାଙ୍କ ପୁଲିତଜର ପୁରସ୍କାର ଆଣିବାକୁ ନ୍ୟୁୟର୍କ ଯାଉଛନ୍ତି, କିନ୍ତୁ କର୍ତ୍ତୃପକ୍ଷ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକାଇଥିଲେ। ବର୍ତ୍ତମାନ ଏହାକୁ ନେଇ ଆମେରିକା ବୈଦେଶିକ ବିଭାଗର ବିବୃତ୍ତି ଆସିଛି।

ଆମେରିକାର ବୈଦେଶିକ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ପୁଲଜିତର ପୁରସ୍କାର ପ୍ରାପ୍ତ କାଶ୍ମୀରର ସାମ୍ବାଦିକ ସନା ଇରସାଦ ମଟ୍ଟୁଙ୍କୁ  ବିଦେଶ ଗସ୍ତ ବାରଣ କରାଯାଇଥିବା ଅଭିଯୋଗ ବାବଦରେ ଆମେରିକା ଅବଗତ ଅଛି। ମଟ୍ଟୁ ଅଭିଯୋଗ କରିଛନ୍ତି ଯେ ବୈଧ ଭିସା ଓ ଟିକେଟ୍ ଥାଇ ମଧ୍ୟ ଇମିଗ୍ରେସନ ଅଧିକାରୀମାନେ ତାଙ୍କୁ ବିମାନବନ୍ଦରରେ ଅଟକାଇଥିଲେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଡେପୁଟି ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି ଯେ ମଟ୍ଟୁଙ୍କୁ ଆମେରିକା ଯାତ୍ରା ବନ୍ଦ କରାଯାଉଥିବାର ଖବର ବିଷୟରେ ଆମେ ଜାଣିଛୁ ଓ ଏହି ଘଟଣାଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ସାମ୍ବାଦିକ ସ୍ୱାଧୀନତାକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ ଓ ବୈଦେଶିକ ସଚିବ ଯେପରି ସୂଚାଇ ଦେଇଛନ୍ତି ଯେ ସାମ୍ବାଦିକ ସ୍ୱାଧୀନତାକୁ ସମ୍ମାନ ଦେବା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସହଭାଗୀତା ହେଉଛି ଆମେରିକା-ଭାରତ ସମ୍ପର୍କର ମୂଳଦୁଆ।

ଫ୍ରିଲାନ୍ସ ଫଟୋଗ୍ରାଫ ସାମ୍ବାଦିକ ମଟୁ ରଏଟର୍ସ ଦଳର ଏକ ଅଂଶ ଥିଲେ ଯାହାକି ଭାରତରେ COVID-19 ମହାମାରୀର କଭରେଜ୍ ପାଇଁ 'ଫିଚର୍ସ ଫଟୋଗ୍ରାଫି' ବର୍ଗରେ ପୁଲଜିତ ପୁରସ୍କାର ପାଇଥିଲା।  ଏକ ବିବୃତ୍ତିରେ, ସାମ୍ବାଦିକମାନଙ୍କୁ ସୁରକ୍ଷା ଦେବା କମିଟି (ସିପିଜେ) ଭାରତୀୟ କର୍ତ୍ତୃପକ୍ଷଙ୍କୁ ପୁଲଟିଜର ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବାକୁ ମଟୁଙ୍କୁ ଆମେରିକା ଯିବାକୁ ଅନୁମତି ଦେବାକୁ ଅନୁରୋଧ କରିଛି।

ଜର୍ମାନୀର ଫ୍ରାଙ୍କଫର୍ଟରେ ଥିବା CPJ ର ଏସିଆ କାର୍ଯ୍ୟକ୍ରମ ସଂଯୋଜକ ବେହ ଲିହ କହିଛନ୍ତି ଯେ କାଶ୍ମୀରର ସାମ୍ବାଦିକ ସାନା ଇରଶାଦ ମଟୁଙ୍କୁ ବିଦେଶ ଯାତ୍ରା କରିବାକୁ ବାରଣ କରାଯିବା ଉଚିତ୍ ନୁହେଁ। ଏହା ବ୍ୟତୀତ ସମସ୍ତ ଗଣମାଧ୍ୟମ ଅନୁଷ୍ଠାନକୁ ମଟୁଙ୍କ ତରଫରୁ ସାକ୍ଷାତକାର ଦିଆଯାଇଛି। ଯେଉଁଥିରେ ସେ କହିଛନ୍ତି ଯେ କୌଣସି ଦୋଷ ବିନା ତାଙ୍କୁ ଦଣ୍ଡ ଦିଆଯାଉଛି। ସେ ଜଣେ ସାମ୍ବାଦିକ ଓ ତାଙ୍କର ଯେକୌଣସି ସ୍ଥାନକୁ ଯିବାର ଅଧିକାର ଅଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ଆମେରିକାର ଏହି ବିବୃତ୍ତି ସମ୍ପର୍କରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।
Published by:Soumya Das
First published: