ଭାରତ ପାଇଁ ଭଲ ବୋଲି ପ୍ରମାଣିତ ହୋଇପାରନ୍ତି ଜୋ ବିଡେନ; ପରମାଣୁ ଚୁକ୍ତି ସମେତ ଅନେକ ବିଷୟରେ ଦେଇସାରିଛନ୍ତି ସହଯୋଗ

୨୦୦୧ ମସିହାରେ ଜୋ ବିଡେନ (Joe Biden) ସିନେଟର ବୈଦେଶିକ ସମ୍ପର୍କ କମିଟିର ସଭାପତି ଥିଲେ ଓ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶଙ୍କୁ (George W. Bush) ଚିଠି ଲେଖି ଭାରତ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଦାବି କରିଥିଲେ ।

ଭାରତ ପାଇଁ ଭଲ ବୋଲି ପ୍ରମାଣିତ ହୋଇପାରନ୍ତି ଜୋ ବିଡେନ; ପରମାଣୁ ଚୁକ୍ତି ସମେତ ଅନେକ ବିଷୟରେ ଦେଇସାରିଛନ୍ତି ସହଯୋଗ
ଭାରତ ପାଇଁ ଭଲ ବୋଲି ପ୍ରମାଣିତ ହୋଇପାରନ୍ତି ଜୋ ବିଡେନ
  • News18 Odia
  • Last Updated: November 9, 2020, 9:34 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆମେରିକାର (America) ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ (Joe Biden) ୧୯୭୦ ଦଶକରୁ ଭାରତ-ଆମେରିକା ସମ୍ପର୍କକୁ ମଜବୁତ କରିବା ପାଇଁ ଓକିଲାତି କରିଆସୁଛନ୍ତି । ୨୦୦୮ ମସିହାରେ ସେ ଦୁଇ ଦେଶ ମଧ୍ୟରେ ଆଣବିକ କାରବାର ପାଇଁ ସିନେଟର ଅନୁମୋଦନ ପାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଓ ସେ ଅନେକ ଆତଙ୍କବାଦ (Terrorism) ବିରୋଧୀ ବିଲ୍କୁ ମଧ୍ୟ ସମର୍ଥନ କରିଥିଲେ ।

୨୦୦୧ ମସିହାରେ ବିଡେନ ସିନେଟର ବୈଦେଶିକ ସମ୍ପର୍କ କମିଟିର ସଭାପତି ଥିଲେ ଓ ତତ୍କାଳୀନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶଙ୍କୁ ଚିଠି ଲେଖି ଭାରତ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇବାକୁ ଦାବି କରିଥିଲେ । ନାଗରିକ ପରମାଣୁ ଚୁକ୍ତି କାର୍ଯ୍ୟକାରୀ କରିବା ପାଇଁ ଦୁଇ ଦେଶ ମଧ୍ୟରେ ତୀବ୍ର ଆଲୋଚନା ଚାଲିଥିବାବେଳେ ବିଡେନ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବରେ ସିନେଟରେ ଉପସ୍ଥିତ ଥିଲେ । ଏହି ଚୁକ୍ତି ଦୁଇଟି ଶକ୍ତିଶାଳୀ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଏକ ମୂଳଦୁଆ ବୋଲି ପ୍ରମାଣିତ ହୋଇଥିଲ ।

ରଣନୀତିକ ବ୍ୟାପାରରେ ଜଣାଶୁଣା ବିଶେଷଜ୍ଞ ପି ଏସରାଘବନ୍ କହିଛନ୍ତି, ରାଷ୍ଟ୍ରପତି ବାରାକ ଓବାମାଙ୍କ କାର୍ଯ୍ୟକାଳ ସମୟରେ ବିଡେନ ଉପରାଷ୍ଟ୍ରପତି ଥିଲେ ଓ ସମ୍ପର୍କ ବିକାଶ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା । ହିନ୍ଦ-ପ୍ରଶାନ୍ତ ଭାଗିଦାରୀ ଓବାମାଙ୍କ କାର୍ଯ୍ୟକାଳ ମଧ୍ୟରେ ଆରମ୍ଭ ହୋଇଥିଲା । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାତିରେ ଡେମୋକ୍ରାଟିକ୍ ପାର୍ଟି ନେତା ଜୋ ବିଡେନଙ୍କୁ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଜିତିବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଆମେରିକାର ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଭାରତ-ଆମେରିକୀୟ ସମ୍ପର୍କକୁ ଆହୁରି ମଜବୁତ କରିବାରେ ତାଙ୍କର ଅବଦାନ ବିଷୟରେ ଉଲ୍ଲେଖ କରିଛନ୍ତି ।

ଜୁଲାଇ ୨୦୧୩ ରେ ଚାରି ଦିନିଆ ଗସ୍ତରେ ବିଡେନ ଉପରାଷ୍ଟ୍ରପତି ଭାବରେ ଭାରତ ଗସ୍ତ କରିଥିଲେ ଯେତେବେଳେ ସେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ତତ୍କାଳୀନ ଉପରାଷ୍ଟ୍ରପତି ହମିଦ ଅନସାରୀଙ୍କୁ ଭେଟି ଦିଲ୍ଲୀର ଗାନ୍ଧୀ ସ୍ମୃତି ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ସେ ମୁମ୍ବାଇ ଯାଇ ସେଠାରେ ବ୍ୟବସାୟ ନେତାଙ୍କୁ ଭେଟି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ନୀତି ଉପରେ ଭାଷଣ ଦେଇଥିଲେ ।

ଭାରତ-ଆମେରିକା ରଣନୀତିକ ସମ୍ପର୍କ ମଜବୁତ ହେଲା
ସେପ୍ଟେମ୍ବର ୨୦୧୪ ରେ ଯେତେବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତ କରିଥିଲେ ସେତେବେଳେ ତତ୍କାଳୀନ ଉପରାଷ୍ଟ୍ରପତି ବିଡେନ ତାଙ୍କ ପାଇଁ ଏକ ଭୋଜି ଆୟୋଜନ କରିଥିଲେ । ବାରାକ ଓବାମାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ରଣନୀତିକ ତଥା ପ୍ରତିରକ୍ଷା ସମ୍ବନ୍ଧରେ ଏକ ବଡ଼ ବିସ୍ତାର ହୋଇଥିଲା ଓ ଏଥିରେ ବିଡେନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଭାରତକୁ ଏକ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ମାନ୍ୟତା ଦିଆଯାଇଥିଲା
୨୦୧୬ ମସିହାରେ ଓବାମା ପ୍ରଶାସନ ଭାରତକୁ ଆମେରିକାର 'ପ୍ରମୁଖ ପ୍ରତିରକ୍ଷା ସହଯୋଗୀ' ମାନ୍ୟତା ଦେଇଥିଲା । ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟତା ଦାବିରେ ଓବାମା ପ୍ରଶାସନ ମଧ୍ୟ ସମର୍ଥନ କରିଛି । ବିଡେନ ନିଜର ପ୍ରଚାର ଦଲିଲରେ ଆମେରିକା-ଭାରତ ସହଭାଗୀତା ଉପରେ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି ଓ ଏହି ଅଞ୍ଚଳର ବିପଦକୁ ଦୃଷ୍ଟିରେ ରଖି ଭାରତକୁ ସମର୍ଥନ କରିବା କଥା କହିଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କରେ ଅନେକ ବିକାଶ ଘଟିଛି ଓ ଏଥିରେ ଆମେରିକାରେ ଉପସ୍ଥିତ ୪୦ ଲକ୍ଷ ଭାରତୀୟ-ଆମେରିକୀୟ ଲୋକ ଏକ ବିଶେଷ ଭୂମିକା ଗ୍ରହଣ କରିଛନ୍ତି । ଆମେରିକା ହେଉଛି ଭାରତର ସବୁଠାରୁ ବଡ ବାଣିଜ୍ୟ ଭାଗିଦାରୀ ।
Published by: Jagdish Barik
First published: November 9, 2020, 9:32 AM IST
corona virus btn
corona virus btn
Loading