Joe Biden Oath Ceremony: ୨୫,୦୦୦ ସୈନିକଙ୍କ ସୁରକ୍ଷା ଭିତରେ US ର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ନେବେ ବିଡେନ
Joe Biden Oath Ceremony: ୭୮ ବର୍ଷୀୟ ବିଡେନ ନିଜ ପରିବାରର ୧୨୭ ବର୍ଷ ପୁରୁଣା ବାଇବଲ ସହିତ ଶପଥ ଗ୍ରହଣ କରିବେ । ଏହି ସମୟରେ ତାଙ୍କ ପତ୍ନୀ ଜିଲ ବିଡେନ ନିଜ ହାତରେ ବାଇବଲ ଧରି ଉପସ୍ଥିତ ରହିବେ ।

US ର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ନେବେ ବିଡେନ
- News18 Odia
- Last Updated: January 20, 2021, 9:24 AM IST
ୱାଶିଂଟନ୍: ଜୋ ବିଡେନ (Joe Biden) ବୁଧୁବାର ଦିନ ଆମେରିକାର (America) ୪୬ ତମ ରାଷ୍ଟ୍ରପତି ଓ କମଲା ହାରିସ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ । ଟ୍ରମ୍ପ ସମର୍ଥକଙ୍କ ଦ୍ୱାରା କ୍ୟାପିଟାଲ ହିଲ (ସଂସଦ ହାଉସ କମ୍ପ୍ଲେକ୍ସ) ଉପରେ ହୋଇଥିବା ଆକ୍ରମଣ ପରେ ଐତିହାସିକ ଶପଥ ଗ୍ରହଣ ସମାରୋହରେ ସୁରକ୍ଷା ଚିନ୍ତା ବଢୁଥିବା ବେଳେ ବିଡେନ ଓ ହାରିସ ବୁଧବାର ଶପଥ ଗ୍ରହଣ କରିବେ । ପ୍ରଧାନ ବିଚାରପତି ଜନ୍ ରୋବର୍ଟ ୧୨ ଟାରେ (ସ୍ଥାନୀୟ ସମୟ) କ୍ୟାପିଟାଲର ୱେଷ୍ଟ ଫ୍ରଣ୍ଟରେ ବିଡେନଙ୍କୁ ଶପଥ ଗ୍ରହଣ କରାଇବେ । ଏହା ହେଉଛି ପାରମ୍ପାରିକ ଶପଥ କରିବାର ସ୍ଥାନ ଯେଉଁଠାରେ ନ୍ୟାସନାଲ ଗାର୍ଡର ୨୫ ହଜାରରୁ ଅଧିକ ସୈନିକ ସୁରକ୍ଷା କ୍ଷେତ୍ରରେ ନିୟୋଜିତ ରହିବେ। ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମର୍ଥକଙ୍କ ହିଂସାତ୍ମକ ବିରୋଧକୁ ଦୃଷ୍ଟିରେ ରଖି ଏହି ସ୍ଥାନକୁ ଏକ ଦୁର୍ଗରେ ପରିଣତ କରାଯାଇଛି ।
ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣରେ ସାମିଲ ହେବେ ନାହିଁ
ପ୍ରଥମ ମହିଳା, ପ୍ରଥମ କଳା ଓ ପ୍ରଥମ ଦକ୍ଷିଣ ଏସୀୟ ଆମେରିକାର ଉପରାଷ୍ଟ୍ରପତି ହୋଇ ହ୍ୟାରିସ୍ (୫୬) ଇତିହାସ ସୃଷ୍ଟି କରିବେ । ସେ ସୁପ୍ରିମ କୋର୍ଟର ପ୍ରଥମ ଲାଟିନ୍ ସଦସ୍ୟ ଜଷ୍ଟିସ୍ ସୋନିଆ ସୋଟୋମାରେ ଭାବରେ ଶପଥ ଗ୍ରହଣ କରିବେ । ସୋଟୋମାୟର୍ ୨୦୧୩ ରେ ବିଡେନଙ୍କୁ ଶପଥ ପାଠ କରାଇଥିଲେ । ସେ ଦୁଇଟି ବାଇବଲର ଶପଥ ଗ୍ରହଣ କରିବେ । ସେଥିମଧ୍ୟରୁ ଗୋଟିଏ ନିକଟତମ ବନ୍ଧୁ ରେଜିନା ଶେଲଟନ୍ ଓ ଅନ୍ୟଟି ଦେଶର ପ୍ରଥମ ଆଫ୍ରିକୀୟ-ଆମେରିକୀୟ ସୁପ୍ରିମ କୋର୍ଟର ବିଚାରପତି ଥର୍ଗଗୁଡ ମାର୍ଶଲଙ୍କର ଅଟେ ।