ସିରିୟା ଓ ଇରାକ ଭଳି ଖେଳ ଖେଳୁଛି ଆମେରିକା: ପୁତିନ

ଋଷିଆକୁ ଦବାଇ ରଖିବା ପାଇଁ ହେଉଛି ଷଡ଼ଯନ୍ତ୍ର । ସିରିୟା ଓ ଇରାକ ଭଳି ଖେଳ ଖେଳୁଛି ଆମେରିକା । ଆମେରିକା ମଧ୍ୟ ୟୁକ୍ରେନରେ ଅଯଥା ହସ୍ତକ୍ଷେପ କରୁଛି ବୋଲି କହିଛନ୍ତି ପୁତିନ ।

ସିରିୟା ଓ ଇରାକ ଭଳି ଖେଳ ଖେଳୁଛି ଆମେରିକା: ପୁତିନ

ସିରିୟା ଓ ଇରାକ ଭଳି ଖେଳ ଖେଳୁଛି ଆମେରିକା: ପୁତିନ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ବିଡେନଙ୍କୁ ପୁତିନଙ୍କ ଜବାବ । କହିଲେ ଏ ଯୁଦ୍ଧ ୟୁକ୍ରେନ (ukraine) ବିରୋଧରେ ନୁହେଁ ପାଶ୍ଚାତ୍ୟ ରାଷ୍ଟ୍ର ବିରୋଧରେ । ୟୁକ୍ରେନ ଆଳରେ ଋଷିଆକୁ (russia) କରାଯାଉଛି ଚାର୍ଗେଟ । ‘ଏ ଯୁଦ୍ଧ ପାଶ୍ଚାତ୍ୟ ରାଷ୍ଟ୍ର ଆରମ୍ଭ କରିଛନ୍ତି । ୟୁକ୍ରେନ ବ୍ୟାପାରରେ ନାଟୋ ହସ୍ତକ୍ଷେପ କରୁଛି । ଋଷିଆକୁ ଦବାଇ ରଖିବା ପାଇଁ ହେଉଛି ଷଡ଼ଯନ୍ତ୍ର । ସିରିୟା ଓ ଇରାକ ଭଳି ଖେଳ ଖେଳୁଛି ଆମେରିକା । ଆମେରିକା ମଧ୍ୟ ୟୁକ୍ରେନରେ ଅଯଥା ହସ୍ତକ୍ଷେପ କରୁଛି ବୋଲି କହିଛନ୍ତି ପୁତିନ । ୟୁକ୍ରେନ ଯୁଦ୍ଧର ବର୍ଷ ପୂର୍ତ୍ତି ପୂର୍ବରୁ ରୁଷିଆର ସଂସଦକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଭାଦିମିର ପୁତିନ । କହିଛନ୍ତି କଥାବାର୍ତ୍ତା ପାଇଁ ଆମେ ସବୁବେଳେ ପ୍ରସ୍ତୁତ ଅଛୁ । ଋଷିଆବାସୀଙ୍କ ପାଇଁ ସେ କିଛି ବି କରିବାକୁ ପ୍ରସ୍ତୁତ । ୟୁକ୍ରେନ ସହ ଋଷିଆର କୌଣସି ଲଢ଼େଇ ହେଉନି’

‘ୟୁକ୍ରେନ ଉପରେ ପାଶ୍ଚାତ୍ୟ ପ୍ରଭାବ ବିରୋଧରେ ଲଢ଼େଇ ଚାଲିଛି । ‘ୟୁକ୍ରେନ ଏବେ ପାଶ୍ଚାତ୍ୟ ଦେଶ ଦ୍ୱାରା ପଣବନ୍ଦୀ । ‘ଡୋନବାସ ଲୋକେ ଋଷିଆକୁ ଭରସା କରି ରହିଛନ୍ତି । ଋଷିଆ ସେମାନଙ୍କ ପାଇଁ ଥିଲା, ଅଛି ଓ ରହିବ । ଯୁଦ୍ଧରେ ଭାଗନେଇଥିବା ସୈନିକଙ୍କୁ ଧନ୍ୟବାଦ ଦେଇଛନ୍ତି ପୁତିନ । ଋଷିଆ ସର୍ବଦା ଶକ୍ତିଶାଳୀ ଦେଶ ହୋଇ ରହିଥିବ’ । ‘ଋଷିଆକୁ ଯୁଦ୍ଧରେ ହରାଇବା ସମ୍ଭବ ନୁହେଁ । ଆମେରିକା ଅନ୍ୟ ଦେଶରେ ଅଯଥା ହସ୍ତକ୍ଷେପ ନକରୁ । ‘ଆମେରିକା ଆଗେ ନିଜ ଦେଶର ଲୋକଙ୍କ କଥା ବୁଝୁ । ୟୁକ୍ରେନ ପରମାଣୁ ଅସ୍ତ୍ର ହାସଲ କରିବା ପାଇଁ ଉଦ୍ୟମ କରୁଛି ବୋଲି ସଂଗୀନ ଅଭିଯୋଗ କରିଛନ୍ତି ପୁତିନ । ‘ଋଷିଆକୁ କାହାରି ସାହାଯ୍ୟ ଦରକାର ନାହିଁ । ‘ଋଷିଆ ନିଜ ସୁରକ୍ଷା ନିଜେ କରିପାରିବ । ‘ୟୁକ୍ରେନକୁ ପାଶ୍ଚାତ୍ୟ ରାଷ୍ଟ୍ର ଅସ୍ତ୍ର ଯୋଗାଉଛନ୍ତି’ ‘ଏହାସତ୍ତ୍ବେ ବି ଆମେ ଆମକୁ ସୁରକ୍ଷା ଦେବା । ସ୍ଥିତି ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି । ଆମେ ଚାହୁଁ କାଥାବାର୍ତ୍ତା ମାଧ୍ୟମରେ ସମାଧାନ ହେଉ ବୋଲି କହିଛନ୍ତି ରୁଷଆ ରାଷ୍ଟ୍ରପତି । ’

ଏହି ଖବର ପଢ଼ନ୍ତୁ- http://Budget speech: ୨୦୩୦ ସୁଦ୍ଧା ମ୍ୟାଲେରିଆ ମୁକ୍ତ ଓଡ଼ିଶା ସରକାରଙ୍କ ଲକ୍ଷ୍ୟ
Published by:Soubhagya Mishra
First published: