ପାକିସ୍ତାନକୁ ସହଯୋଗର ହାତ ବଢ଼ାଇଲା ଆମେରିକା; ସହାୟତା ପାଇଁ ଦେଲା ୪୬୦ କୋଟି ଟଙ୍କା

ବନ୍ୟା ପରିସ୍ଥିତି ଓ ମାନବିକ ସହାୟତା ପାଇଁ ଆମେରିକା ଚଳିତ ବର୍ଷ ପାକିସ୍ତାନକୁ ୫୬.୫ ନିୟୁତ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୪୬୦ କୋଟି ଟଙ୍କା ପ୍ରଦାନ କରିଛି।

ପାକିସ୍ତାନକୁ ସହଯୋଗର ହାତ ବଢ଼ାଇଲା ଆମେରିକା

ପାକିସ୍ତାନକୁ ସହଯୋଗର ହାତ ବଢ଼ାଇଲା ଆମେରିକା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଆମେରିକା: ବନ୍ୟା ପରିସ୍ଥିତି ଓ ମାନବିକ ସହାୟତା ପାଇଁ ଆମେରିକା ଚଳିତ ବର୍ଷ ପାକିସ୍ତାନକୁ ୫୬.୫ ନିୟୁତ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୪୬୦ କୋଟି ଟଙ୍କା ଯୋଗାଇ ଦେଇଛି।

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ସୋମବାର ଦିନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀଙ୍କ ସହ ବୈଠକରେ ଏହି ସୂଚନା ଦେଇଛନ୍ତି। ଏଥି ସହିତ, ବନ୍ୟା ପରିସ୍ଥିତି ଯୋଗୁଁ ପାକିସ୍ତାନରେ ଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଥିବାରୁ ବ୍ଲିଙ୍କେନ୍ ଦୁଃଖ ପ୍ରକାଶ ମଧ୍ୟ କରିଥିଲେ।

ଆମେରିକାର ବୈଦେଶିକ ବିଭାଗର ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ପାକିସ୍ତାନବାସୀଙ୍କ ପ୍ରତି ଆମେରିକାର ପ୍ରତିବଦ୍ଧତାକୁ ସେମାନେ ନିଶ୍ଚିତ କରିଛନ୍ତି ଯେ ଚଳିତ ବର୍ଷ ପ୍ରାୟ ୫୬.୫ ନିୟୁତ ଡଲାର ବନ୍ୟା ସହାୟତା ଓ ମାନବିକ ସହାୟତା ସହିତ ଖାଦ୍ୟ ସୁରକ୍ଷା ସହାୟତାରେ ୧୦ ମିଲିୟନ ଡଲାରର ସହାୟତା ରହିଛି।

ଆମେରିକାର ସଚିବ ତଥା ପାକିସ୍ତାନର ବୈଦେଶିକ ସଚିବ ମଧ୍ୟ ଖାଦ୍ୟ ସୁରକ୍ଷା, ଅର୍ଥନୈତିକ ସମୃଦ୍ଧତା, ଆଞ୍ଚଳିକ ସ୍ଥିରତା ଓ ଆଫଗାନିସ୍ତାନ ଉପରେ ସହଭାଗିତା ଉପରେ ଆଲୋଚନା କରିଛନ୍ତି।

ଅର୍ଥନୈତିକ ସମୃଦ୍ଧତା, ଆଞ୍ଚଳିକ ସ୍ଥିରତା ଓ ଖାଦ୍ୟ ନିରାପତ୍ତା ପାଇଁ ଆମର ଘନିଷ୍ଠ ଭାଗିଦାରୀକୁ ନିଶ୍ଚିତ କରିବାକୁ ପାକିସ୍ତାନୀ ବୈଦେଶିକ ସଚିବ @BhuttoZardari @StateDeptକୁ ସ୍ବାଗତ କରୁଛି ବୋଲି ଆମେରିକା ବୈଦେଶିକ ବିଭାଗ ଟ୍ବିଟ କରି ଲେଖିଛି। ପ୍ରାୟ ୫୬.୫ ନିୟୁତ ଡଲାର ସହାୟତା ସହିତ ବନ୍ୟା ସହାୟତା ପାଇଁ ଆମର ନିରନ୍ତର ସମର୍ଥନ ଉପରେ ଆମେ ଗୁରୁତ୍ୱାରୋପ କରିଛି ବୋଲି ସୂଚନାରେ କୁହାଯାଇଛି।
Published by:Lipina Das
First published: