Donald trump arrested: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଗିରଫ, କୋର୍ଟରେ ଆତ୍ମସମର୍ପଣ ପରେ କାର୍ଯ୍ୟାନୁଷ୍ଠାନ ।ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଗିରଫ, କୋର୍ଟରେ ଆତ୍ମସମର୍ପଣ ପରେ କାର୍ଯ୍ୟାନୁଷ୍ଠାନ

Donald trump arrested: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ

Donald trump arrested: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

Donald trump arrested: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (donald trump)ଙ୍କୁ ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଚୁପ୍ ରହିବା ପାଇଁ ଜଣେ ବୟସ୍କ ଚଳଚ୍ଚିତ୍ର ଅଭିନେତ୍ରୀ (actress)ଙ୍କୁ ଚୁପ୍ ରହିବା ପାଇଁ ଧନ ଦେବା ଅଭିଯୋଗରେ ଅପରାଧିକ ମାମଲାର ଶୁଣାଣି ପୂର୍ବରୁ ମଙ୍ଗଳବାର ମାନହଟ୍ଟନ ଜିଲ୍ଲା ଅଣ୍ଟାର୍ନିଙ୍କ କାର୍ଯ୍ୟାଳୟରୁ ଗିରଫ (arrest) କରାଯାଇଛି। ସେ ଶୁଣାଣି ପାଇଁ ମ୍ୟାନହଟନ କୋର୍ଟ (court)ରେ ପହଞ୍ଚିଥିଲେ।

ଡୋନାଲ୍ଡ ଟ୍ରମ୍ପ ଆସିବା ପୂର୍ବରୁ ସେଠାରେ କଡ଼ା ସୁରକ୍ଷା (security) ବ୍ୟବସ୍ଥା କରାଯାଇଥିଲା। ଆଠଟି କାରର ଏକ କନଭେନରେ ଟ୍ରମ୍ପ କୋର୍ଟରେ ପହଞ୍ଚିଥିଲେ। ଟ୍ରମ୍ପଙ୍କ ଫିଙ୍ଗର ପ୍ରିଣ୍ଟ ନିଆଯାଇପାରେ ଓ ଅନ୍ୟାନ୍ୟ ପ୍ରକ୍ରିୟା ଅନୁସରଣ କରାଯିବ ବୋଲି ଆଶା କରାଯାଉଛି। ଟ୍ରମ୍ପଙ୍କ ଫଟୋ ମଧ୍ୟ ନିଆଯାଇପାରେ ।

ସେ ହେଉଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଯିଏକି ଅପରାଧିକ ମାମଲାର ସମ୍ମୁଖୀନ ହୋଇଥିଲେ। ସେ ଜଜ୍ ଜୁଆନ୍ ମାର୍ଚେନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

ଏହାପୂର୍ବରୁ ଆମେରିକାର ଗଣମାଧ୍ୟମ ଟ୍ରମ୍ପଙ୍କ ଓକିଲଙ୍କ ଉଦ୍ଧେଶ୍ୟରେ କହିଛି ଯେ, ୨୦୨୪ ମସିହାରେ ହ୍ବାଇଟ ହାଉସ ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ୭୪ ବର୍ଷୀୟ ରିପବ୍ଲିକାନ ନେତା କୋର୍ଟରେ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସ୍ୱୀକାର କରିବେ ନାହିଁ। ବୟସ୍କ ଚଳଚ୍ଚିତ୍ର ଅଭିନେତ୍ରୀ ଷ୍ଟର୍ମୀ ଡାନିଏଲ୍ସଙ୍କୁ ଟଙ୍କା ଦେଇଥିବାରୁ ସେ ଏହି ମାମଲାର ସମ୍ମୁଖୀନ ହୋଇଛନ୍ତି। ଏହି ଅଭିଯୋଗକୁ ଟ୍ରମ୍ପ ଅସ୍ୱୀକାର କରିଛନ୍ତି। ଆମେରିକାର ଗଣମାଧ୍ୟମ ଅନୁଯାୟୀ ଟ୍ରମ୍ପଙ୍କ ନାଁରେ କାରବାର ସମ୍ବନ୍ଧୀୟ ୩୦ ରୁ ଅଧିକ ଅଭିଯୋଗ କରାଯାଇଛି।
Published by:Soubhagya Mishra
First published: