ସଡକ ଦୁର୍ଘଟଣା ପରେ ନିଜ ପୁଅର ମୃତଦେହ ଉଦ୍ଧାର କଲେ ଆମ୍ବୁଲାନ୍ସ ଡ୍ରାଇଭର

ସଡ଼କ ଦୁର୍ଘଟଣା ପରେ ତୁରନ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ କୁହାଯାଇଥିଲା। ତେବେ ଡ୍ରାଇଭର ଜଣଙ୍କ ପହଞ୍ଚିବା ପରେ ଦେଖିଲେ ଦୁର୍ଘଟଣାରେ ନିଜ ପୁଅର ମୃତ୍ୟୁ ଘଟିଛି ।

ନିଜ ପୁଅର ମୃତଦେହ ଉଦ୍ଧାର କଲେ ଆମ୍ବୁଲାନ୍ସ ଡ୍ରାଇଭର

ନିଜ ପୁଅର ମୃତଦେହ ଉଦ୍ଧାର କଲେ ଆମ୍ବୁଲାନ୍ସ ଡ୍ରାଇଭର

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ମାଲେସିଆରୁ ଏକ ଭାବପ୍ରବଣ ଖବର ସାମ୍ନାକୁ ଆସିଛି। ଯାହା ଆପଣମାନେ ମଧ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ନିକଟରେ ଏକ ସଡ଼କ ଦୁର୍ଘଟଣା ପରେ ତୁରନ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ କୁହାଯାଇଥିଲା। କିନ୍ତୁ ସେ ପହଞ୍ଚିବା ପରେ ସେ ମଧ୍ୟ ସେ ଦୃଶ୍ୟ ଦେଖିକି ଭାଙ୍ଗିପଡିଥିଲେ। ବାସ୍ତବରେ ଏହି ଦୁର୍ଘଟଣାରେ ତାଙ୍କ ନିଜ ପୁଅଙ୍କ ମୃତ୍ୟୁ ଘଟିଥିଲା ଏବଂ ମୃତଦେହ ରାସ୍ତାରେ ପଡିଥିଲା ।

ସୂଚନା ଅନୁଯାୟୀ ଅନୁଯାୟୀ, ୪୯ ବର୍ଷିୟ ଆମ୍ବୁଲାନ୍ସ ଡ୍ରାଇଭର ମହମ୍ମଦ ଇସମାଇଲ ସୁଙ୍ଗାଇ ଟୋଙ୍ଗ ହେଲଥ କ୍ଲିନିକରେ କାମ କରନ୍ତି। ଇସମାଇଲ ୬ ନଭେମ୍ବର ଦିନ ରାତି ପ୍ରାୟ ୪:୩୦ ସମୟରେ ଏକ ସଡକ ଦୁର୍ଘଟଣା ବିଷୟରେ ସୂଚନା ପାଇଥିଲେ। ଜରୁରୀକାଳୀନ କଲ୍ ହେତୁ ସେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଘଟଣାସ୍ଥଳରେ ପହଞ୍ଚିବା ପରେ ସେ ତୁରନ୍ତ ତାଙ୍କ ପୁଅର ମୋଟରସାଇକେଲକୁ ରାସ୍ତାରେ ପଡ଼ିଥିବା ଦେଖିଥିଲେ। ସେ କହିଛନ୍ତି ଯେ, '୨୧ ବର୍ଷ ମଧ୍ୟରେ ମୁଁ ଆମ୍ବୁଲାନ୍ସ ଡ୍ରାଇଭର ଭାବରେ କାମ କରିଛି, ଏହା ପ୍ରଥମ ଥର ପାଇଁ ମତେ ପରିବାର ସଦସ୍ୟଙ୍କ ପାଇଁ ଆସିବାକୁ ପଡିଲା। ମୁଁ ସେତେବେଳେ କ’ଣ ଯନ୍ତ୍ରଣା ଅନୁଭବ କରିଥିଲି ତାହା କେବଳ ଭଗବାନ ଜାଣନ୍ତି।

ତାଙ୍କ ପୁଅ ଏମାନଙ୍କ ଏକ ଟ୍ରକ୍ ସହିତ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଖବର ଅନୁଯାୟୀ ଏମାନ କୁଆଲା ନେରୁସରୁ ସୁଙ୍ଗାଇ ଟୋଙ୍ଗକୁ ଘରକୁ ଫେରୁଥିଲେ। ଏହି ଧକ୍କା ଏକ ତୈଳ କାରଖାନା ନିକଟରେ ଘଟିଛି। ଡେପୁଟି ପୋଲିସ ଅଧୀକ୍ଷକ ଅଫନ୍ଦି ହୁସେନ୍‌ଙ୍କ ଅନୁଯାୟୀ, ମୁଣ୍ଡରେ ଆଘାତ ଲାଗିଥିବାରୁ ଆୟମାନ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ହୁସେନ୍ କହିଛନ୍ତି, “ହୋଣ୍ଡା ଏକ୍ସ ୫ରେ ଯାଉଥିବା ଏମାନ ଅନ୍ୟ ଏକ ଗାଡିକୁ ଅତିକ୍ରମ କରିବାକୁ ଚେଷ୍ଟା କରି ବିପରୀତ ଦିଗରୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଖବର ଅନୁଯାୟୀ, ଅବହେଳା କିମ୍ବା ବିପଜ୍ଜନକ ଡ୍ରାଇଭିଂ କାରଣରୁ ମୃତ୍ୟୁ ମାମଲାରେ ସଡକ ପରିବହନ ଆଇନର ଧାରା ୪୧ ଅନୁଯାୟୀ ପୋଲିସ ଘଟଣାର ତଦନ୍ତ କରୁଛି।
Published by:Soumyashree Mishra
First published: