News18 Odia Digital
Amazon Great Summer Sale: ଆମାଜନର ଗ୍ରେଟ୍ ସମର୍ ସେଲ୍ ଆରମ୍ଭ ହୋଇଛି । ଏହି ସମୟରେ ଇଲେକ୍ଟ୍ରୋନିକ୍ସ ଜିନିଷ ଉପରେ ଏବେ ଭଲ ଅଫର୍ ମଧ୍ୟ ରହିଛି । ବିକ୍ରୟ ସମୟରେ ସାମସଙ୍ଗ, ୱାନ୍ପ୍ଲସ, ଲାଭା, ରେଡମି ଭଳି ବ୍ରାଣ୍ଡର ସ୍ମାର୍ଟଫୋନ୍ ମୂଲ୍ୟଠାରୁ କମ୍ ମୂଲ୍ୟ ଓ ଶସ୍ତାରେ ମଧ୍ୟ କିଣିପାରିବେ । ଫୋନ୍ ବ୍ୟତୀତ ଆପଣ ବହୁତ କମ୍ ମୂଲ୍ୟରେ ଲାପଟପ୍ ଓ ସ୍ମାର୍ଟୱାଚ୍ ଇତ୍ୟାଦି ମଧ୍ୟ କିଣିପାରିବେ । ଆସନ୍ତୁ ଜାଣିବା କେଉଁ ଉପରେ କଣ ଅଫର୍ ରହିଛି...
ଲାପଟପ୍ ଓ ସ୍ମାର୍ଟ ୱାଚ୍ ଉପରେ ଭଲ ଅଫର୍ ମଧ୍ୟ ରହିଛି...ଆମାଜନର ଗ୍ରେଟ୍ ସମର୍ ସେଲ୍ରେ ଥିବା ଇଲେକ୍ଟ୍ରୋନିକ୍ସ ଜିନିଷରେ ଲାପଟପ୍ ଓ ସ୍ମାର୍ଟୱାଚ୍ ରହିଛି । ଯାହା ୭୫% ପର୍ଯ୍ୟନ୍ତ ଅଫର୍ ମିଳୁଛି । ଏହି ସମୟରେ ଲାପଟପରେ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି, ଟାବଲେଟ ଉପରେ ୬୦% ରିହାତି ଓ ସ୍ମାର୍ଟ ୱାଚ୍ ଉପରେ ମଧ୍ୟ ଅନେକ ରିହାତି ଦିଆଯାଉଛି।
ଏହି ସ୍ମାର୍ଟଫୋନ୍ ଗୁଡିକରେ ମଧ୍ୟ ବଡ଼ ରିହାତି ମିଳୁଛି...ଆପଲ୍ ଆଇଫୋନ୍ ୧୪, ନର୍ଡ ସିଏ ଲାଇଟ୍ ୫ଜି, IQOO Z7 5G ଓ ସାମସଙ୍ଗ ଗାଲାକ୍ସି ଏସ୍୨୦ ଏଫ୍ଇି, ରିଅଲ୍ ନାରଜୋ ଏନ୍୫୫, ଟେକ୍ନୋ ସ୍ପାର୍କ ୧୦ ୫ଜି, ସାମସଙ୍ଗ ଗାଲାକ୍ସି ଏମ୍ ୧୪, ଲାଭା ବ୍ଲେଜ୍ ୨ ସହିତ ଅନେକ ଫୋନ୍ ଆମାଜନ ଗ୍ରେଟ୍ ସମର୍ ସେଲ୍ରେ ବିକ୍ରି କରାଯାଉଛି ।
ଏସି ଓ ରେଫ୍ରିଜରେଟର ଉପରେ ମଧ୍ୟ ଭଲ ଅଫର୍ ରହିଛି...ଏସି, କୁଲର୍ ଓ ରେଫ୍ରିଜରେଟର ସମେତ ଗ୍ରୀଷ୍ମ ଋତୁ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ୬୦% ପର୍ଯ୍ୟନ୍ତ ରିହାତି ମିଳୁଛି । ପୁରୁଣା ଟିଭି ବଦଳରେ ଏକ ନୂଆ ଟିଭି କିଣୁଥିବା ବ୍ୟକ୍ତି ୫୦୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ । ଏହା ବ୍ୟତୀତ ଘର ଓ ରୋଷେଇ ଉପକରଣରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଉପଲବ୍ଧ ରହିଛି ।
ଏହା ବ୍ୟତୀତ, ଆପଣ ବଡ଼ ରିହାତିରେ ଇୟରଫୋନ୍ ମଧ୍ୟ କିଣିପାରିବେ । ଆପଣଙ୍କୁ କହିବୁ ଯେ, ଆମାଜନରେ ଗ୍ରେଟ୍ ସମର୍ ସେଲ୍ ୪ଦିନ ପର୍ଯ୍ୟନ୍ତ ଚାଲିବ । ଏହି ସମର୍ ସେଲ୍ ୮ ମେ ୨୦୨୩ରେ ଶେଷ ହେବ ।
ପଢନ୍ତୁ ଏହି ଖବର :
SBI New Rules: SBI ଗ୍ରାହକଙ୍କ ପାଇଁ ବଡ଼ ସୂଚନା...କାର୍ଯ୍ୟକାରୀ ହେବ ନୂଆ ନିୟମନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।