News 18 Odia Digital
ନୂଆଦିଲ୍ଲୀ: କୁହାଯାଏ ଯେ “ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ” ଆର୍ଥାତ ପୃଥିବୀ ପୃଷ୍ଠରେ ଜନ୍ମ ହୋଇଥିବା ପ୍ରତ୍ୟକ ଜୀବର ଦିନେ ନା ଦିନେ ମୃତ୍ୟୁ ଆସେ। କିନ୍ତୁ ଆପଣମାନେ କେବେ ଚିନ୍ତା କରିଛନ୍ତି କି ମଣିଷ ଅମର ରହିପାରିବ? ଆଜ୍ଞା ହଁ, ମଣିଷ ଅମର ରହିପାରିବ ଏନେଇ ଆଶ୍ଚର୍ଯ୍ଯ କଲାଭଳି ଏକ ଦାବି କରିଛନ୍ତି ଜଣେ ବୈଜ୍ଞାନିକ।
ବର୍ଷ ବର୍ଷ ଧରି ମଣିଷ ଅମର ହେବାକୁ କଠିନ ଚେଷ୍ଟା କରି ଆସୁଛି। କିନ୍ତୁ, ଆଜି ପର୍ଯ୍ୟନ୍ତ ମଣିଷର ଅମର ହେବାର ସ୍ୱପ୍ନ (dream) ଅଧୁରା ରହିଛି। ପ୍ରତ୍ୟକ ବ୍ୟକ୍ତି ଜାଣିବାକୁ ଚାହାଁନ୍ତି ଯେ କଣ ଜଣେ ବ୍ୟକ୍ତି କେବେ ଅମର ହୋଇପାରିବ? ମନାଯାଏ ଯେ ପୃଥିବୀରେ ଜନ୍ମ ହୋଇଥିବା ପ୍ରତ୍ୟେକ ଜୀବକୁ କେବେ ନା କେବେ ମରିବାକୁ ପଡିଥାଏ। କିନ୍ତୁ, ଜଣେ ବୈଜ୍ଞାନିକ (scientist) ଏହି କଥାକୁ ଅସ୍ୱୀକାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସେ କହିଛନ୍ତି ଯେ ମଣିଷ ଖୁବ୍ ଶୀଘ୍ର ଅମର ହୋଇପାରେ।
ଭବିଷ୍ୟତବାଦୀ ତଥା କମ୍ପ୍ୟୁଟର ବୈଜ୍ଞାନିକ ରେ କୁର୍ଜବିଲ୍ ଏହି ଦାବି କରିଛନ୍ତି। ଦାବି ଅନୁଯାୟୀ, ୨୦୩୧ ସୁଦ୍ଧା ମଣିଷ ଅମରତା ହାସଲ କରିବ। ବୈଜ୍ଞାନିକ ଜଣକ କହିଛନ୍ତି ଯେ ବିଶ୍ୱ (World)ରେ ଦିନକି ଦିନ ବଡ଼ ଧରଣର ବୈଷୟିକ ପରିବର୍ତ୍ତନ ଘଟୁଛି। ଯାହା ସିଧାସଳଖ ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ।
ନିଜର ଦାବିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ରେ କୁର୍ଜୱିଲ୍ କହିଛନ୍ତି ଯେ ମଣିଷ ଅମରତାର ରହସ୍ୟ ଉନ୍ମୋଚନ କରିବାକୁ ଅତି ନିକଟତର ଏବଂ ଦଶ ବର୍ଷ ମଧ୍ୟରେ ଏହି ଚମତ୍କାର ଘଟିପାରେ। ରେ କୁର୍ଜବିଲ ପୂର୍ବରୁ ମଧ୍ୟ ଏପରି ଅନେକ ଭବିଷ୍ୟବାଣୀ କରିଛନ୍ତି, ଯାହା ସତ୍ୟ ବୋଲି ପ୍ରମାଣିତ ହୋଇଛି।
୧୯୯୦ ରେ ରେ କୁର୍ଜୱିଲ୍ ପୂର୍ବାନୁମାନ କରିଥିଲେ ଯେ ନୂତନ ସହସ୍ର ବର୍ଷରେ ବିଶ୍ୱ କମ୍ପ୍ୟୁଟର (computer) ଦାସ ହେବ, ଯାହା ସଠିକ୍ ବୋଲି ପ୍ରମାଣିତ ହୋଇଛି। ଏବେ ସେ ଏହା କହିଛନ୍ତି ଯେ ଆଗାମୀ ସମୟରେ କମ୍ପ୍ୟୁଟରର ଶକ୍ତି ଏତେ ଅଧିକ ହେବ ଏବଂ ଏହାର କ୍ଷେତ୍ର ଏତେ ବିସ୍ତୃତ ହେବ ଯେ ଅମରତା ମଣିଷର ହାତ ମୁଠାରେ ରହିବ। ସେ ଦାବି କରିଛନ୍ତି ଯେ ଟେକ୍ନୋଲୋଜି ମାଧ୍ୟମରେ ୨୦୨୯ ସୁଦ୍ଧା ମଣିଷ ଏହି ଚମତ୍କାର କରିବାକୁ ଯାଉଛି।
ରେ କୁର୍ଜୱିଲ୍ ବିଶ୍ୱାସ କରନ୍ତି ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ମଣିଷ ନୂଆ ନୂଆ ଦକ୍ଷତା ହାସଲ କରିବାକୁ ଅତି ନିକଟତର। କୁର୍ଜବିଲ ଏହା ମଧ୍ୟ ଦାବି କରିଛନ୍ତି ଯେ ମଣିଷ ନିଜର ବୁଦ୍ଧି ଆଧାରରେ 2030 ସୁଦ୍ଧା ଅମରତା ହାସଲ କରିବାର କୀର୍ତ୍ତିମାନ କରିପାରିବ।
ଏହି ଖବର ପଢ଼ନ୍ତୁ -
Guava Side Effects: କେବଳ ଲାଭ ନୁହେଁ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ ପିଜୁଳି !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।