ଚଳିତ ବର୍ଷର ଅମରନାଥ ଯାତ୍ରାରେ ୪୧ ତୀର୍ଥଯାତ୍ରୀଙ୍କ ଜୀବନ ଯାଇଛି ।
News 18 Odia Digital
ନୂଆଦିଲ୍ଲୀ; ଅମରନାଥ ଯାତ୍ରାରେ ଆସିଥିବା ତୀର୍ଥଯାତ୍ରୀଙ୍କ ମୃତ୍ୟୁ ପ୍ରକ୍ରିୟା ଜାରି ରହିଛି । ଗତ ୩୬ ଘଣ୍ଟା ମଧ୍ୟରେ ଆଉ ଆଠ ଜଣ ତୀର୍ଥଯାତ୍ରୀ ପ୍ରାକୃତିକ କାରଣରୁ ମୃତ୍ୟୁ ବରଣ କରିଛନ୍ତି । ଏହି ଯାତ୍ରାରେ ମୃତ୍ୟୁ ସଂଖ୍ୟା ୪୧ କୁ ବୃଦ୍ଧି ପାଇଛି । ସ୍ଥାନିୟ ଅଧିକାରୀ କହିଛନ୍ତି ଯେ, ଗତ ସପ୍ତାହରେ ଦକ୍ଷିଣ କାଶ୍ମୀରର ପବିତ୍ର ଗୁମ୍ଫା ନିକଟରେ ବାଦଲ ବିସ୍ଫୋରଣ କାରଣରୁ ଅଚାନକ ମାଡ଼ିଆସିଥିବା ବନ୍ୟା ଏବଂ ଆବର୍ଜନା ଯୋଗୁଁ ୧୫ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।
ମୃତ୍ୟୁବରଣ କରିଥିବା ଏହି ଆଠ ଜଣ ତୀର୍ଥଯାତ୍ରୀ ହେଉଛନ୍ତି ରାଜସ୍ଥାନର ମୋଙ୍ଗିଲାଲ (୫୨), ଗୁଜୁରାଟର ଭ୍ରିୟ ଲାଲ ହିରା ଚାନ୍ଦ ଭାୟା (୫୭), କର୍ଣ୍ଣାଟକର ବାସଭାରାଜ (୬୮), ସିଙ୍ଗାପୁରର ପୁନିମୁର୍ତ୍ତୀ (୬୩), ମହାରାଷ୍ଟ୍ରର କିରଣ ଚତୁର୍ବେଦି, ମଧ୍ୟପ୍ରଦେଶର କେ. ସୁବ୍ରମଣ୍ୟମ୍, ଉତ୍ତରପ୍ରଦେଶର ଗୋବିନ୍ଦ ଶରଣ (୩୪) ଏବଂ ହରିୟାଣାର ସତ୍ୟବୀର ସିଂ (୭୦)।
ଉଲ୍ଲେଖନୀୟ କଥା ହେଉଛି, ବାର୍ଷିକ ଅମରନାଥ ଯାତ୍ରା ଚଳିତ ବର୍ଷ ଜୁନ୍ ୩୦ ରେ ଆରମ୍ଭ ହୋଇଥିଲା । କରୋନା ମହାମାରୀ ଯୋଗୁ ଅମରନାଥ ଯାତ୍ରା ଦୁଇ ବର୍ଷ ପରେ ଆରମ୍ଭ ହୋଇଛି, ଯେଉଁଥିପାଇଁ ଏଥର ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି । ଅମରନାଥ ଯାତ୍ରା ସମୟରେ ମୃତ୍ୟୁବରଣ କରିଥିବା ଅଧିକାଂଶ ତୀର୍ଥଯାତ୍ରୀ ସେମାନଙ୍କର ଡାକ୍ତରୀ ପରୀକ୍ଷା କରିନାହାଁନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।