ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Punjab tussle: ସିଦ୍ଧୁ ଯେଉଁଠୁ ବି ନିର୍ବାଚନ ଲଢ଼ିବେ ମୁଁ ତାଙ୍କୁ ଜିତିବାକୁ ଦେବି ନାହିଁ, କହିଲେ ଅମରିନ୍ଦର ସିଂ

Punjab tussle: ସିଦ୍ଧୁ ଯେଉଁଠୁ ବି ନିର୍ବାଚନ ଲଢ଼ିବେ ମୁଁ ତାଙ୍କୁ ଜିତିବାକୁ ଦେବି ନାହିଁ, କହିଲେ ଅମରିନ୍ଦର ସିଂ

Amarinder Singh says he will ensure Navjot Singh Sidhu defeat in Punjab polls | ସିଦ୍ଧୁ ଓ ନୂଆ ମୁଖ୍ୟ ମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଛି । ସୂତ୍ରରୁ ପ୍ରକାଶ ଯେ ସିଦ୍ଧୁଙ୍କ ଅଧିକାଂଶ ଦାବିକୁ ମାନିନେବାକୁ ଚନ୍ନି ସହମତି ପ୍ରକାଶ କରିଛନ୍ତି ।

Punjab tussle: ସିଦ୍ଧୁ ଯେଉଁଠୁ ବି ନିର୍ବାଚନ ଲଢ଼ିବେ ମୁଁ ତାଙ୍କୁ ଜିତିବାକୁ ଦେବି ନାହିଁ, କହିଲେ ଅମରିନ୍ଦର ସିଂ
ନବଜୋତ ସିଂ ସିଦ୍ଧୁ; (ଡାହାଣ) କ୍ୟାପଟେନ୍ ଅମରିନ୍ଦର ସିଂ
  • News18 Odia
  • Last Updated: September 30, 2021, 7:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଚଣ୍ଡିଗଡ଼଼: ପଞ୍ଜାବର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟ ମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ (Captain Amarinder Singh) କହିଛନ୍ତି ଯେ ସେ କଂଗ୍ରେସ ଦଳ ଛାଡୁଛନ୍ତି, କିନ୍ତୁ ସେ ବିଜେପିରେ ଯୋଗ ଦେଉ ନାହାଁନ୍ତି । ସେ‌ ନବଜୋତ ସିଂ ସିଦ୍ଧୁଙ୍କୁ (Navjot Singh Sidhu) ଟାର୍ଗେଟ କରି କହିଛନ୍ତି ଯେ ସେ ପଞ୍ଜାବ ପାଇଁ ଶୁଭ ନୁହନ୍ତି ଓ ଯେଣସି ଆସନରୁ ସିଦ୍ଧୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେ (ଅମରିନ୍ଦର) ତାଙ୍କୁ ଜିତିବାକୁ ଦେବେ ନାହିଁ ।

ଦିଲ୍ଲୀରୁ ଚଣ୍ଡିଗଡ଼ ଫେରିବା ପରେ କ୍ୟାପଟେନ୍‌ ଅମରିନ୍ଦର ସିଂ ଗୁରୁବାର ଦିନ ଗଣମାଧ୍ୟମକୁ କହିଛନ୍ତି, ‘‘ମୁଁ କଂଗ୍ରେସ ଦଳ ଛାଡୁଛି । ମୁଁ ଆଉ ଏହି ଦଳରେ ନାହିଁ । କିନ୍ତୁ ମୁଁ ବିଜେପିରେ ଯୋଗ ଦେଉ ନାହିଁ ।’’

ଏହା ବି ପଢ଼ନ୍ତୁ | Punjab crisis: ଅମିତ ଶାହଙ୍କୁ ଭେଟିଲେ କ୍ୟାପଟେନ୍ ଅମରିନ୍ଦର ସିଂ; BJPରେ ମିଶି କୃଷି ମନ୍ତ୍ରୀ ହେବେ କି?

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌.ଏସ୍‌.ଏ.) ଅଜିତ ଡୋଭାଲଙ୍କୁ ସେ ଭେଟିବା ଉପରେ ଏକ ପ୍ରଶ୍ନର ଉତ୍ତରରେ ଅମରିନ୍ଦର ସିଂ କହିଛନ୍ତି ଯେ ସେ ତାଙ୍କ ସହ ଜାତୀୟ ସୁରକ୍ଷା ପ୍ରସଙ୍ଗରେ କଥା ହୋଇଛନ୍ତି । ପଞ୍ଜାବରେ ଫ୍ଲୋର୍ ଟେଷ୍ଟ ହେବ କି ନାହିଁ ପ୍ରଶ୍ନର ଉତ୍ତରରେ ଅମରିନ୍ଦର କହିଛନ୍ତି ଯେ ଯଦି କୌଣସି ଦଳ ସଂଖ୍ୟାଗରିଷ୍ଠତା ହରାଏ ତେବେ ବାଚସ୍ପତି ତା୩ ଉପରେ ନିଷ୍ପତ୍ତି ନେବେ । ସିଦ୍ଧୁଙ୍କୁ ସମାଲୋଚନା କରି କ୍ୟାପଟେନ୍‌ ପୁଣି ଥରେ କହିଛନ୍ତି ଯେ ସିଦ୍ଧୁ ପଞ୍ଜାବ ପାଇଁ ଉପଯୁକ୍ତ ବ୍ୟକ୍ତି ନୁହଁନ୍ତି । ସେ କହିଛନ୍ତି ଯେ ସିଦ୍ଧୁ ରାଜ୍ୟରେ ଯେଉଁ ସ୍ଥାନରୁ ବି ନିର୍ବାଚନ ଲଢ଼ିବେ ସେ ତାଙ୍କୁ ଜିତିବାକୁ ଦେବେ ନାହିଁ ।

ଏହା ବି ପଢ଼ନ୍ତୁ | ପଞ୍ଜାବ କଂଗ୍ରେସରେ ଘମାସାନ ବଢ଼ିଲା: ନବଜୋତ ସିଂ ସିଦ୍ଧୁଙ୍କ ସମର୍ଥନରେ ଜଣେ ମନ୍ତ୍ରୀ ଇସ୍ତଫା ଦେଲେ

‘‘ମୋ’ର ମୁଖ୍ୟ ମନ୍ତ୍ରୀତ୍ୱ ସମୟରେ ମଧ୍ୟ ସେ ପଞ୍ଜାବ କଂଗ୍ରେସର ମୁଖ୍ୟ ଥିଲେ । ଆମେ ପରସ୍ପର ସହ କଥା ହେଉଥିଲୁ । କିନ୍ତୁ ସିଦ୍ଧୁ ଯେଉଁ କାମ କରିଛନ୍ତି ତାହା ଆଉ କେହି କରି ନାହାଁନ୍ତି,’’ କହିଛନ୍ତି କ୍ୟାପଟେନ୍‌ ଅମରିନ୍ଦର୍‌ ସିଂ ।



ନବଜୋତ ସିଂ ସିଦ୍ଧୁ (Navjot Singh Sidhu) କିଛି ଦିନ ପୂର୍ବରୁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ଦଳର ମଧ୍ୟବର୍ତ୍ତୀକାଳୀନ ଲଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇଥିବା ତାଙ୍କ ଇସ୍ତଫା ପତ୍ରରେ ସେ କହିଥିଲେ ଯେ ସେ ଜଣେ କଂଗ୍ରେସ କର୍ମୀ ଭାବରେ ଦଳର ସେବା ଜାରି ରଖିବେ ।

ଏହା ବି ପଢ଼ନ୍ତୁ | କାହିଁକି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ? ସୋନିଆଙ୍କୁ ଚିଠି ଲେଖି ସବୁ କହିଲେ

କୁହାଯାଉଛି ଯେ ପଞ୍ଜାବ କ୍ୟାବିନେଟରେ ସମ୍ପ୍ରସାରଣକୁ ନେଇ ସିଦ୍ଧୁ ରାଗିଛନ୍ତି । ସିଦ୍ଧୁ ଓ ନୂଆ ମୁଖ୍ୟ ମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ (Charanjit Singh Channi) ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଛି । ସୂତ୍ରରୁ ପ୍ରକାଶ ଯେ ସିଦ୍ଧୁଙ୍କ ଅଧିକାଂଶ ଦାବିକୁ ମାନିନେବାକୁ ଚନ୍ନି ସହମତି ପ୍ରକାଶ କରିଛନ୍ତି ।
Published by: Anand S.T. Das
First published: September 30, 2021, 7:59 PM IST