News18 Odia Digital
Alt News Journalist Zubair: ସାମ୍ବାଦିକ ତଥା ଅଲଟ୍ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ସୋମବାର ଦିନ ଦିଲ୍ଲୀ ପୋଲିସ ଗିରଫ କରିଛି। ମହମ୍ମଦ ଜୁବେର ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି। ଇତିମଧ୍ୟରେ ଜୁବେରଙ୍କ ବିଷୟରେ ପ୍ରକାଶ ପାଇଛି ଯେ ଗତ ତିନି ମାସ ମଧ୍ୟରେ ତାଙ୍କ ଆକାଉଣ୍ଟରେ ୫୦ ଲକ୍ଷରୁ ଅଧିକ ଟଙ୍କା ଆସିଛି। ପୋଲିସ ଏହି କାରବାରର ତଦନ୍ତ କରିବ।
ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲର ସାଇବର ସେଲ୍ ୟୁନିଟ୍ ସୂତ୍ରରୁ ପ୍ରକାଶ ଯେ ଏହି କାରବାରର ପୋଲିସ ତଦନ୍ତ କରିବ। କେଉଁ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର ହୋଇଛି ପୋଲିସ ଜାଣିବାକୁ ପାଇଛି। ଏଥିସହିତ ସୂଚନା ମଧ୍ୟ ଗ୍ରହଣ କରାଯାଇଛି ଯେ ଜୁବେରଙ୍କୁ ବହୁ ଦାନ ମିଳିଛି। କିଏ ଏହାକୁ ଦେଇଛନ୍ତି ଓ କେଉଁ ଉଦ୍ଦେଶ୍ୟରେ ଏହାର ମଧ୍ୟ ଅନୁସନ୍ଧାନ କରାଯିବ।
ପୋଲିସ ଅଧିକାରୀ କ’ଣ କହିଛନ୍ତି?ଏହାପୂର୍ବରୁ, ଡେପୁଟି ପୋଲିସ କମିଶନର କେପିଏସ୍ ମଲହୋତ୍ରା କହିଛନ୍ତି ଯେ ସାମ୍ବାଦିକ ଜୁବେରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୧୫୩-ଏ (ଧର୍ମ, ଜାତି, ଜନ୍ମ ସ୍ଥାନ, ଭାଷା ଇତ୍ୟାଦି କାରଣରୁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା) ଓ ୨୯୫-ଏ (ଧାର୍ମିକ ଭାବନାକୁ ଆଘାତ କରିବା ଉଦ୍ଦେଶ୍ୟରେ ମନଇଚ୍ଛା ଓ ଦୁଷ୍ଟ କାର୍ଯ୍ୟ) ପଞ୍ଜିକୃତ ହୋଇଛି।
ସୂଚନାଯୋଗ୍ୟ ଯେ ପୂର୍ବତନ ଭାରତୀୟ ଜନତା ପାର୍ଟି ନେତା ନୁପୂର ଶର୍ମା ଓ ସାଧୁଙ୍କୁ 'ଘୃଣାର ପ୍ରସାରଣକାରୀ' ବୋଲି କହିବା ପରେ ସାମ୍ବାଦିକ ମହମ୍ମଦ ଜୁବେର ଲାଇମଲାଇଟକୁ ଆସିଥିଲେ। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସମେତ ବିରୋଧୀଦଳର ନେତାମାନେ ଜୁବେର ଗିରଫକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ରାହୁଲ ଗାନ୍ଧି ଟ୍ୱିଟ୍ କରି କହିଛନ୍ତି ଯେ ବିଜେପିର ଘୃଣା, କୁସଂସ୍କାର ଓ ମିଥ୍ୟାକୁ ପ୍ରକାଶ କରୁଥିବା ସମସ୍ତେ ସେମାନଙ୍କ ପାଇଁ ବିପଦ। ସତ୍ୟର ଗୋଟିଏ ସ୍ୱରକୁ ଧରିବା ଦ୍ୱାରା ଆଉ ଏକ ହଜାର ସ୍ୱର ସୃଷ୍ଟି ହେବ। ସତ୍ୟ ସର୍ବଦା ଜିତେ।
ଏହି ଗିରଫଦାରୀକୁ ତୃଣମୂଳ କଂଗ୍ରେସ ନେତା ଡେରେକ ଓ’ବ୍ରାଇନ୍, ଦଳର ସାଂସଦ ମହୁଆ ମୋଇତ୍ରୀ, ତେଲେଙ୍ଗାନା ରାଷ୍ଟ୍ର ସମିତି, ଏଆଇଏମଆଇଏମ ମୁଖ୍ୟ ଆସାଦୁଦ୍ଦିନ ଓୱାଇସି ମଧ୍ୟ ଏହି ଗିରଫଦାରୀକୁ ନିନ୍ଦା କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।