ମହମ୍ମଦ ଜୁବେର (ପ୍ରତୀକାତ୍ମକ ଛବି)
News18 Odia Digital
ଧାର୍ମିକ ଭାବନାକୁ ଆଘାତ ଦେବା ଓ ଶତ୍ରୁତାକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଫ୍ୟାକ୍ଟ-ଚେକିଂ ୱେବସାଇଟ୍ ଅଲ୍ଟନ୍ୟୁଜର ସହ-ପ୍ରତିଷ୍ଠାତା ସାମ୍ବାଦିକ ମହମ୍ମଦ ଜୁବେରଙ୍କୁ ସୋମବାର ଦିନ ଗିରଫ କରାଯାଇଛି। ଅଲ୍ଟନ୍ୟୁଜ୍ ସହ-ପ୍ରତିଷ୍ଠାତା ପ୍ରତୀକ ସିହ୍ନା କହିଛନ୍ତି ଯେ ମହମ୍ମଦ ଜୁବେରଙ୍କୁ ଅନ୍ୟ ଏକ ମାମଲାରେ ପଚରାଉଚରା ପାଇଁ ଦିଲ୍ଲୀ ପୋଲିସ ଡକାଇଥିଲା, କିନ୍ତୁ ଗିରଫ ଅନ୍ୟ ଏକ ମାମଲାରେ ହୋଇଛି।
ବାଧ୍ୟତାମୂଳକ ନୋଟିସ ଦିଆଯାଇ ନାହିଁ ବୋଲି ସିହ୍ନା ଅଭିଯୋଗ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ବାରମ୍ବାର ଅନୁରୋଧ ସତ୍ତ୍ୱେ ଆମକୁ ଏଫ୍ଆଇଆରର କପି ଦିଆଯାଉ ନାହିଁ।
ସମାନ ମାମଲାର ତଦନ୍ତ ହେତୁ ଆଜି ପଚରାଉଚରା ପାଇଁ ଆଇପିସିର ଧାରା ୧୫3a / ୨୯5a ଅନୁଯାୟୀ ଜୁବେରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ପର୍ଯ୍ୟାପ୍ତ ପ୍ରମାଣ ଆଧାରରେ ଜୁବେରଙ୍କୁ ଗିରଫ କରାଯାଇଥିବା ପୋଲିସ ଦାବି କରିଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।