News 18 Odia Digital
ଭୁବନେଶ୍ୱର; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମ ଉପରେ ଏକ ପୁସ୍ତକ ପ୍ରକାଶିତ କରିଥିବା ନେଇ ଏକ ଠକେଇ ମାମଲା ସାମ୍ନାକୁ ଆସିଛି । ୪୯ ବର୍ଷୀୟ ଆନନ୍ଦ କେଶବ ସିଂ ଅଭିଯୋଗ କରିଛନ୍ତି, ଆଲୋକ ତିୱାରୀ ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ କୌଣସି ସରକାରୀ ଅନୁମତି ବିନା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ମନ କି ବାତ ଉପରେ ଏକ ପୁସ୍ତକ ପ୍ରକାଶିତ କରିଥିବା କଥା କହୁଛନ୍ତି।
ଅଭିଯୋଗକାରୀ କହିଛନ୍ତି, ତିୱାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ବ୍ୟବହାର କରି ସମସ୍ତଙ୍କୁ କହିଛନ୍ତି ଯେ ସେ ମନ କି ବାତ ଉପରେ ସାର ଗ୍ରନ୍ଥ ନାମକ ଏକ ପୁସ୍ତକ ପ୍ରକାଶ କରିବାକୁ ଯାଉଛନ୍ତି । ମାର୍ଚ୍ଚ ୨୦୨୩ ରେ ଏହି ପୁସ୍ତକ ପ୍ରକାଶ ପାଇବ ଓ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଏହା ପ୍ରକାଶିତ ହେବ।
ସେ ତାଙ୍କ ଅଭିଯୋଗରେ କହିଛନ୍ତି, ଉକ୍ତ ବ୍ୟକ୍ତି ସୋସିଆଲ ମିଡିଆରେ ଓ ବ୍ୟକ୍ତିଗତ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ 'ସାର୍ ଗ୍ରନ୍ଥ' ପ୍ରକାଶିତ କରିବା ନେଇ ମିଥ୍ୟା ସୂଚନା ଦେଉଛନ୍ତି । ଏହା କହି ସେ ଚାନ୍ଦା ସଂଗ୍ରହ କରୁଛନ୍ତି । ଅଭିଯୋଗ ହୋଇଛି ଯେ, ଅଭିଯୋଗକାରୀଙ୍କଠାରୁ ୪୦୦୧ ଟଙ୍କା ମଧ୍ୟ ଠକିଛନ୍ତି ।
ସେ ଅଭିଯୋଗରେ କହିଛନ୍ତି, ମୁମ୍ବାଇର ଅନେକ ଲୋକ ଏବଂ ଉଦ୍ୟୋଗୀଙ୍କୁ ମଧ୍ୟ ପୁସ୍ତକ ନାମରେ ସମାନ ଭାବରେ ନକଲି ସୂଚନା ଦେଇ ଠକି ଥିବାର ସମ୍ଭାବନା ରହିଛି । ମୁମ୍ବାଇ କ୍ରାଇମ ବ୍ରାଞ୍ଚର ୟୁନିଟ୍-୧୧ ରେ ସେ ଏହାକୁ ନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।