ପତ୍ନୀଙ୍କ ବୟସ ଯଦି ୧୫ ବର୍ଷରୁ ଅଧିକ, ତାହେଲେ ତାଙ୍କ ସହ ଯୌନ ସମ୍ପର୍କ ବଳାତ୍କାର ନୁହେଁ: ଆହ୍ଲାବାଦ HC

Allahabad High Court judgment on minor wife and sex | ନିଜ ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେବା ଓ ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଅଭିଯୋଗର ସାମନା କରୁଥିବା ଜଣେ ବ୍ୟକ୍ତିଙ୍କୁ ହାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ଆଇ.ପି.ସି.ର ଦଫା ୩୭୫ରେ ସଂଶୋଧନ କରାଯାଇଛି । (ପ୍ରତୀକାତ୍ମକ ଛବି)

ଆଇ.ପି.ସି.ର ଦଫା ୩୭୫ରେ ସଂଶୋଧନ କରାଯାଇଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପ୍ରୟାଗରାଜ: ନାବାଳିକା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପ୍ରସଙ୍ଗରେ ଆହ୍ଲାବାଦ ହାଇ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଆହ୍ଲାବାଦ ହାଇ କୋର୍ଟ ଏକ କହିଛନ୍ତି ଯେ ଯଦି କାହାରି ପତ୍ନୀଙ୍କ ବୟସ ୧୫ ବର୍ଷରୁ ଅଧିକ, ତେବେ ସେହି ପତ୍ନୀଙ୍କ ସହ ଯୌନ ସମ୍ପର୍କ (sex relations) ସ୍ଥାପନ କରିବା ବଳାତ୍କାର ନୁହେଁ ।

ହେଇ କୋର୍ଟ କହିଛନ୍ତି ଯେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୩୭୫ରେ ସଂଶୋଧନ ହେବା ପରେ ୧୫ ବର୍ଷରୁ ଅଧିକ ବୟସର ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ଶ୍ରେଣୀରେ ଆସିବ ନାହିଁ । ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେବା ଓ ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ଅଭିଯୋଗର ସାମନା କରୁଥିବା ଜଣେ ବ୍ୟକ୍ତିଙ୍କୁ ହାଇ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ଏହା ବି ପଢ଼ନ୍ତୁ | ରାଜ୍ୟରେ PMAY ଯୋଜନା: ‘ଯାହା ଘରେ କାନ୍ଥ ନାହିଁ ତାକୁ ଘର ମିଳିନି, ତାଲା ଘର ଥିବା ଲୋକଙ୍କୁ ମିଳୁଛି

ଏମିତି ଏକ ମାମଲାର ଶୁଣାଣି କରି ଆହ୍ଲାବାଦ ହାଇ କୋର୍ଟ ମୋରାଦାବାଦର ଖୁଶାବେ ଅଲି ନାମକ ଜଣେ ଅଭିଯୁକ୍ତ ସ୍ୱାମୀଙ୍କ ଜାମିନ ଆବେଦନ ମଞ୍ଜୁର କରିଛନ୍ତି ଓ ତାଙ୍କୁ ଜେଲରୁ ମୁକ୍ତ କରିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ମୋହଦ୍ ଅସଲମଙ୍କ ଏକକ ବେଞ୍ଚ୍‌ ଏହି ନିର୍ଦ୍ଦେଶ ଦେଇଛି ।

ଏହା ବି ପଢ଼ନ୍ତୁ | ‘‘ତୁମ ସ୍ବାଗତ ପାଇଁ ଅପେକ୍ଷା କରିଛୁ’’: Olympics ବିଜୟୀ ହକି ଦଳକୁ ଓଡ଼ିଶାକୁ ନିମନ୍ତ୍ରଣ କଲେ ନବୀନ

ଏହି ଅଭିଯୁକ୍ତ ସ୍ୱାମୀଙ୍କ ବିରୁଦ୍ଧରେ ତାଙ୍କ ପତ୍ନୀ ସେପ୍ଟେମ୍ବର ୮, ୨୦୨୦ରେ ମୋରାଦାବାଦର ଭୋଜପୁର ଥାନାରେ ଏକ ମାମଲା ଦାୟର କରିଥିଲେ । ସେଥିରେ ପତ୍ନୀ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କର ଯୌନ ଶୋଷଣ କରୁଛନ୍ତି ଓ ତାଙ୍କୁ ତାଙ୍କ ଶାଶୁଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେବା ସହିତ ଧମକ ଦେଉଛନ୍ତି ଓ ମାରପିଟ ବି କରୁଛନ୍ତି । ନିଜ ଅଭିଯୋଗରେ ମହିଳା ତାଙ୍କ ସହ ତାଙ୍କ ସ୍ୱାମୀ ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିବା ମଧ୍ୟ କହିଥିଲେ ।

ଏହା ବି ପଢ଼ନ୍ତୁ | ଖଲ୍ଲିକୋଟ MLA ସୂର୍ଯ୍ୟମଣି ବୈଦ୍ୟଙ୍କ ଘରେ ଆକ୍ରମଣ କଲେ ଦୁର୍ବୃତ୍ତ, ବୋମା ଫିଙ୍ଗିଲେ, ହାତ ହାଣିଲେ

ଅଭିଯୁକ୍ତ ସ୍ୱାମୀଙ୍କ ଓକିଲ କେଶରୀ ନାଥ ତ୍ରିପାଠୀ କହିଛନ୍ତି ଯେ ମାଜିଷ୍ଟ୍ରେଟଙ୍କ ନିକଟରେ ଦେଇଥିବା ବିବୃତ୍ତିରେ ପୀଡି଼ତା ମହିଳା ତାଙ୍କ ସହ ତାଙ୍କ ସ୍ୱାମୀ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖୁଥିବା ଓ ତାଙ୍କ ଭାଇମାନେ ତାଙ୍କ ସହ ବଳାତ୍କାର କରୁଥିବା ଅଭିଯୋଗକୁ ଅସ୍ୱୀକାର କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମୟୂରଭଞ୍ଜ: ବାଙ୍ଗିରିପୋଷି ଘାଟିରେ ସିରିଜ୍ ଦୁର୍ଘଟଣା ହେଲା; ଟ୍ରକ୍ ଭାରସାମ୍ୟ ହରେଇ ୫ଟି ଗାଡ଼ିକୁ ପିଟିଲା

ଅଭିଯୁକ୍ତ ଖୁଶାବେ ଅଲିଙ୍କ ଓକିଲ କହିଛନ୍ତି ଯେ ୨୦୧୩ ମସିହାରେ ଆଇ.ପି.ସି.ର ଦଫା ୩୭୫ରେ କରାଯାଇଥିବା ସଂଶୋଧନ ପରେ ୧୫ ବର୍ଷ ବୟସରୁ ଅଧିକ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ଶ୍ରେଣୀଭୁକ୍ତ ନୁହେଁ । ହାଇ କୋର୍ଟ କହିଛନ୍ତି ଯେ ଦଫା ୩୭୫ରେ ଅନେକ ସଂଶୋଧନ କରାଯାଇଛି ।



ସଂଶୋଧିତ ଦଫାର ବ୍ୟାଖ୍ୟା ସଂଖ୍ୟା ୨ରେ କୁହାଯାଇଛି ଯେ ଯଦି ପତ୍ନୀଙ୍କ ବୟସ ୧୫ ବର୍ଷରୁ କମ୍ ନୁହେଁ ତାହେଲେ ତାଙ୍କ ସହ ତାଙ୍କ ସ୍ୱାମୀ ଶାରୀରିକ ସମ୍ପର୍କ ରଖିବା ବଳାତ୍କାର ଶ୍ରେଣୀରେ ଆସିବ ନାହିଁ । ଆବେଦନକାରୀଙ୍କୁ ଜାମିନ ପ୍ରଦାନ କରି ତାଙ୍କୁ ଜେଲରୁ ମୁକ୍ତ କରିବାକୁ ହାଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
Published by:Anand ST Das
First published:
)}