ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସମସ୍ତ ହତ୍ୟାକାରୀଙ୍କୁ ମୁକ୍ତ କଲେ ସୁପ୍ରିମକୋର୍ଟ !

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ହତ୍ୟା ମାମଲାରେ ସୁପ୍ରିମକୋର୍ଟ ନାଲିନୀ ଶ୍ରୀହରଙ୍କ ସମେତ ସମସ୍ତ ୬ ଦୋଷୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ରାଜ୍ୟପାଳ ପଦକ୍ଷେପ ନ ନେବାରୁ ଆମେ ନେଇଛୁ ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସମସ୍ତ ହତ୍ୟାକାରୀଙ୍କୁ ମୁକ୍ତ କଲେ ସୁପ୍ରିମକୋର୍ଟ !

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ସମସ୍ତ ହତ୍ୟାକାରୀଙ୍କୁ ମୁକ୍ତ କଲେ ସୁପ୍ରିମକୋର୍ଟ !

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ହତ୍ୟା ମାମଲାରେ ସୁପ୍ରିମକୋର୍ଟ ନାଲିନୀ ଶ୍ରୀହରଙ୍କ ସମେତ ସମସ୍ତ ୬ ଦୋଷୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ରାଜ୍ୟପାଳ ପଦକ୍ଷେପ ନ ନେବାରୁ ଆମେ ନେଇଛୁ । ସେ କହିଛନ୍ତି ଦୋଷୀ ସାବ୍ୟସ୍ତ ହୋଇଥିବା ପେରିଭାଲାନଙ୍କୁ ମୁକ୍ତ କରିବାର ଆଦେଶ ବାକି ଦୋଷୀମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଦୋଷୀ ସାବ୍ୟସ୍ତ ନାଲିନୀ ଏବଂ ଆରପି ରବିଚନ୍ଦ୍ରନଙ୍କୁ ମୁକ୍ତ କରିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

ଏଥି ସହିତ ଶୁଣାଣି ସମୟରେ ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ଆବେଦନକୁ ସମର୍ଥନ କରିଥିଲେ । ସୁପ୍ରିମକୋର୍ଟରେ ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ନାଲିନୀ ଶ୍ରୀହର ଏବଂ ଆରପି ରବିଚନ୍ଦ୍ରନ ଚ୍ୟାଲେଞ୍ଜ କରିଥିଲେ । ଦୋଷୀ ସାବ୍ୟସ୍ତ ହୋଇଥିବା ଆବେଦନକୁ ଜୁନ୍ ୧୭ରେ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଥିଲେ । ଉଭୟ ଦୋଷୀ ସେମାନଙ୍କ ଆବେଦନରେ ଏଜି ପେରିଭାଲାନଙ୍କ ମୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଦର୍ଶାଇ ସେମାନଙ୍କ ମୁକ୍ତି ମାଗିଥିଲେ ।

ଯାହାର ମୁକ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ନାଲିନୀ, ରବିଚନ୍ଦ୍ରନ୍, ମୁରୁଗାନ୍, ସନ୍ଥାନ୍, ଜୟକୁମାର ଏବଂ ରୋବର୍ଟ ପୋଏସ୍। ଏହି ନିଷ୍ପତ୍ତିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଜେଲରେ ଥିବା ଆଚରଣକୁ ମଧ୍ୟ ବିଚାରକୁ ନିଆଯାଇଛି । ପ୍ରକୃତ କଥା ହେଉଛି ସେମାନେ ୩୦ ବର୍ଷରୁ ଅଧିକ ଜେଲରେ ବିତାଇଛନ୍ତି । ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ରାଜ୍ୟପାଳଙ୍କ ପାଇଁ ବାଧ୍ୟତାମୂଳକ, କିନ୍ତୁ ରାଜ୍ୟପାଳ ଚାରି ବର୍ଷ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ତେଣୁ ସୁପ୍ରିମକୋର୍ଟ ସମସ୍ତଙ୍କୁ ମୁକ୍ତ କରିଛନ୍ତି ।
Published by:Soubhagya Mishra
First published: