News18 Odia Digital
ସ୍ୱାଧୀନତାର 75 ବର୍ଷ ପୁର୍ତ୍ତି ଉପଲକ୍ଷେ ଲାଲକିଲ୍ଲାରୁ ଦେଶ ଉଦ୍ଦେଶ୍ୟରେ ତାଙ୍କ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
2047 ସୁଦ୍ଧା ପଞ୍ଚ ପ୍ରାଣ ଗ୍ରହଣ କରିବା ବିଷୟରେ କହିଛନ୍ତି। ଏହି ପଞ୍ଚ ପ୍ରାଣରୁ ପ୍ରଥମଟି ହେଉଛି ଏକ ଉନ୍ନତ ଭାରତର ଲକ୍ଷ୍ୟ। ଏହି ଲକ୍ଷ୍ୟକୁ ବାସ୍ତବତାରେ ପରିଣତ କରିବାର ମାର୍ଗ, ଭିତ୍ତିଭୂମି ବିକାଶ ଦେଇ ଗତି କରେ।
2014 ଠାରୁ, ଭାରତ ସରକାର ଏପରି ବ୍ୟବସ୍ଥାଗତ ନିବେଶ କରିଛନ୍ତି ଯାହା ଭାରତରେ ଏକ ବ୍ୟବସାୟ ଆରମ୍ଭ କରିବା, ଏହାକୁ ପରିଚାଳନା କରିବା ଏବଂ ଏଥିରେ ସଫଳ ହେବାକୁ ସମ୍ଭବ କରେ। ସବୁଠୁ ଅଧିକା ଆଖିଦୃଶିଆ ଲାଭ ମଧ୍ୟରୁ ଗୋଟିଏ ହୋଇଛି ଭିତ୍ତିଭୂମି କ୍ଷେତ୍ରରେ।
63.73 ଲକ୍ଷ କିମିର ସଡ଼କ ସହିତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସଡ଼କ ନେଟୱାର୍କ ପାଇଁ ଭାରତ ଗର୍ବ କରେ ଏବଂ ଏହାର ସର୍ବାଧିକ ଅଭିବୃଦ୍ଧି ପାଇଁ ବିଶ୍ୱ ରେକର୍ଡର ଅଧିକାରୀ ଅଟେ: ଭାରତୀୟ ସଡ଼କଗୁଡ଼ିକ
ପ୍ରତିଦିନ 38 କିମି ହାରରେ ବୃଦ୍ଧି ପାଉଛି ଏବଂ ଏହି ହାର ବଢ଼ିବାକୁ ଯାଉଛି। ଆମ ସଡ଼କଗୁଡ଼ିକ
ଦେଶର ସମସ୍ତ ମାଲ ପରିବହନର 64.5% ଏବଂ ଭାରତର ମୋଟ ଯାତ୍ରୀ ପରିବହନର 90% ଅଂଶ ବହନ କରେ।
ଏହି ଅଭିବୃଦ୍ଧି, ଗତି ଶକ୍ତି ନ୍ୟାସନାଲ ମାଷ୍ଟର ପ୍ଲାନ ନାମକ ଏକ ବୃହତ୍ତର ଭିତ୍ତିଭୂମି ଯୋଜନାର ଅଂଶ ବିଶେଷ ଅଟେ। ଯେ କୌଣସି ଅର୍ଥନୀତିର ବିକାଶ ପାଇଁ ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ଅଟେ। ସଡ଼କ, ରେଳପଥ, ଆକାଶପଥ ଓ ଜଳପଥ ବାହାର ଦୁନିଆ ସହିତ ସଂଯୋଗକୁ ସକ୍ଷମ କରେ, ବାଣିଜ୍ୟକୁ ସୁଗମ କରେ ଏବଂ ସେଗୁଡ଼ିକ ଦ୍ୱାରା ସଂଯୁକ୍ତ ହେଉଥିବା ଅଞ୍ଚଳଗୁଡ଼ିକ ପାଇଁ ସମୃଦ୍ଧି ଆଣିଦିଏ। ଭିତ୍ତିଭୂମିର ଏକ ଅଧିକ ବହୁଗୁଣିତ ପ୍ରଭାବ ଅଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ଫାଇନାନ୍ସ ଆଣ୍ଡ ପଲିସି
ଏହା 2.5 ରୁ 3.5 ଗୁଣ ହେବ ବୋଲି ଆକଳନ କରିଛି - ଅର୍ଥାତ, ଭିତ୍ତିଭୂମି ପାଇଁ ବ୍ୟୟ କରାଯାଉଥିବା ପ୍ରତି ଏକ ଟଙ୍କା ପାଇଁ ଜିଡିପି 2.5 ରୁ 3.5 ଟଙ୍କା ବଢ଼ିବ ବୋଲି ଆମେ ଆଶା କରିପାରିବା।
ଅବଶ୍ୟ, ଏହି ଅର୍ଥ କେଉଁଠି ବ୍ୟୟ କରାଯାଉଛି ତାହା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ। ଭାରତର ଗତି ଶକ୍ତି କାର୍ଯ୍ୟକ୍ରମ
81 ଟି ଅଧିକ ପ୍ରଭାବଶାଳୀ ପ୍ରକଳ୍ପର ଏକ ତାଲିକା ଏକତ୍ର କରିଛି, ଯେଉଁଥିରୁ ସଡ଼କ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଶୀର୍ଷ ପ୍ରାଥମିକତା ଦିଆଯାଇଛି। ପ୍ରମୁଖ ରାଜପଥ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ (1,350 କିଲୋମିଟର), ଅମୃତସର-ଜାମନଗର ଏକ୍ସପ୍ରେସୱେ (1,257 କିଲୋମିଟର) ଏବଂ ସାହାରନପୁର-ଡେରାଡୁନ ଏକ୍ସପ୍ରେସୱେ (210 କିଲୋମିଟର) ଅନ୍ତର୍ଭୁକ୍ତ ଅଟେ।
ଉଦ୍ଦେଶ୍ୟ ଗୋଟିଏ: ସମସ୍ତ ଭିନ୍ନ ଭିନ୍ନ କାରକକୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିବା ଏବଂ ମଲ୍ଟି-ମୋଡାଲ ସଂଯୋଗ ସ୍ଥାପନ କରୁଥିବା ଏକ ବ୍ଲୁପ୍ରିଣ୍ଟ ତିଆରି କରିବା। ମଲ୍ଟି-ମୋଡାଲ ସଂଯୋଗର ଅର୍ଥ ହେଉଛି ମାଲପତ୍ର ଏବଂ ଲୋକମାନେ ପରିବହନର ଗୋଟିଏ ମାଧ୍ୟମରୁ ଅନ୍ୟ ଗୋଟିଏକୁ ସୁବିଧାରେ ଯାଇପାରିବେ, ଯାହା ଶେଷ ମାଇଲ ସଂଯୋଗ ଏବଂ କମ ସମୟରେ ଯାତ୍ରାର ସୁବିଧା ଦେବ। ଜଟିଳ ସପ୍ଲାଏ ଚେନଗୁଡ଼ିକର ନିର୍ମାଣକୁ ସକ୍ଷମ କରି ମଲ୍ଟି-ମୋଡାଲ ସଂଯୋଗ ଭାରତର ବ୍ୟବସାୟୀମାନଙ୍କୁ ଅନେକ ସୁବିଧା ମଧ୍ୟ ଦିଏ।
ସବୁ କଥା ପରି, ମୁଖ୍ୟ ହେବ କାର୍ଯ୍ୟାନ୍ୱୟନ। ଏତେ ବଡ଼ ପ୍ରକଳ୍ପରେ, ଅପଚୟ ଓ କାର୍ଯ୍ୟର ପୁନରାବୃତ୍ତିକୁ ସର୍ବନିମ୍ନ ରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଏହିଠାରେ ହିଁ ଗୁଣବତ୍ତାର ଷ୍ଟାଣ୍ଡାର୍ଡ ଆବଶ୍ୟକ ହୁଏ। ଉଚ୍ଚ ମାନର କାର୍ଯ୍ୟ ଏବଂ ପ୍ରକଳ୍ପଗୁଡ଼ିକ ଯଥା ସମୟରେ ସମ୍ପୂର୍ଣ୍ଣ ହେବାକୁ ସୁନିଶ୍ଚିତ କରିବା ପାଇଁ ଏକ ସୁଦୃଢ଼ କାର୍ଯ୍ୟଦକ୍ଷତା ନିରୀକ୍ଷଣ ଫ୍ରେମୱାର୍କ ଆବଶ୍ୟକ ଅଟେ। ସେଥିପାଇଁ ଭାରତୀୟ କ୍ୱାଲିଟି କାଉନସିଲ (QCI) ସମ୍ପୂର୍ଣ୍ଣ ପରିସଂସ୍ଥା ସହ କାର୍ଯ୍ୟ କରି: ଗୁଣବତ୍ତାର ଷ୍ଟାଣ୍ଡାର୍ଡ ସ୍ଥିର କରୁଛି, ଅଡିଟର ଓ ପରାମର୍ଶଦାତାମାନଙ୍କୁ ତାଲିମ ଦେଉଛି ଏବଂ ବସ୍ତୁନିଷ୍ଠ ଆକଳନ ପାଇଁ ଢାଞ୍ଚା ତିଆରି କରୁଛି।
ଭାରତରେ ସଡ଼କ ତିଆରି କରିବା ଏକ କଠିନ କାର୍ଯ୍ୟ ହୋଇପାରେ (କୌତୁକର କଥା ନୁହେଁ)। ପ୍ରକଳ୍ପଗୁଡ଼ିକରେ ପ୍ରାୟତଃ ଆକଳନଠାରୁ କିଛି ମାତ୍ରାରେ ଅଧିକ ସମୟ ଏବଂ ଅର୍ଥ ବ୍ୟୟ ହୋଇଥାଏ। ସମସ୍ୟା ପ୍ରାୟତଃ ତ୍ରୁଟିପୂର୍ଣ୍ଣ ଯୋଜନା ଓ ଡିଜାଇନ ଯୋଗୁଁ ହୁଏ, ଅନେକ ସମୟରେ ଜମି ଅଧିଗ୍ରହଣ ଏବଂ ଅନୁମତି ପାଇବାରେ ଅଶାଠାରୁ ଅଧିକ ସମୟ ଲାଗେ, ପାଣ୍ଠିର ସୁବିନିଯୋଗ ହୁଏ ନାହିଁ, ନିର୍ମାଣର ସର୍ବୋତ୍ତମ କାର୍ଯ୍ୟପଦ୍ଧତି ପାଳନରେ ଅନିୟମିତତା ଥାଏ ଏବଂ ବେଳେବେଳେ ବିଭିନ୍ନ ଷ୍ଟେକହୋଲ୍ଡରଙ୍କ ମଧ୍ୟରେ ଚିରାଚରିତ ବିବାଦ ଏକ ପ୍ରକଳ୍ପରେ ବ୍ୟୟ ହେବାକୁ ଥିବା ସମୟ ଓ ଅର୍ଥର ପରିମାଣକୁ ପରିବର୍ତ୍ତନ କରିପାରେ। ନିର୍ମାଣର ଗୁଣବତ୍ତା ଏବଂ ପ୍ରକଳ୍ପ ପରିଚାଳନା ପ୍ରାୟତଃ ନିମ୍ନ-ସ୍ତରର ହୋଇଥାଏ।
ସଫଳତା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବାକୁ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ (MoRTH)
ରାଜପଥ ନିର୍ମାଣ ଭେଣ୍ଡରମାନଙ୍କ ପାଇଁ ଏକ କାର୍ଯ୍ୟଦକ୍ଷତା ରେଟିଂ ମଡେଲ ବିକଶିତ କରିବା ଏବଂ ଭବିଷ୍ୟତର ନିଲାମ ପ୍ରକ୍ରିୟାରେ କାର୍ଯ୍ୟଦକ୍ଷତା ରେଟିଂକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ଢାଞ୍ଚା ଡିଜାଇନ କରିବା ନିମନ୍ତେ QCIକୁ ନିୟୋଜିତ କରିଥିଲା। ଉଭୟ ଢାଞ୍ଚା ଓ ପଦ୍ଧତି ପ୍ରସ୍ତୁତ କରିବା ପାଇଁ, QCI ବ୍ୟାପକ ଅନୁସନ୍ଧାନ କାର୍ଯ୍ୟ ହାତକୁ ନେଇଥିଲା: ଏହା କୋଡ ଓ ଷ୍ଟାଣ୍ଡାର୍ଡଗୁଡ଼ିକର ମୂଲ୍ୟାଙ୍କନ, ଆନ୍ତର୍ଜାତୀୟ କାର୍ଯ୍ୟଦକ୍ଷତା ରେଟିଂ ମଡେଲଗୁଡ଼ିକର ସମୀକ୍ଷା ଏବଂ ସେହି କ୍ଷେତ୍ରର ବିଭିନ୍ନ ବିଶେଷଜ୍ଞଙ୍କ ସହ ପରାମର୍ଶ କରିଥିଲା।
ଫଳସ୍ୱରୂପ ପ୍ରସ୍ତୁତ ଢାଞ୍ଚା ଏହି ଦୀର୍ଘକାଳୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ବିଭିନ୍ନ ପନ୍ଥା ଏବଂ ଅଗ୍ରଗତିର ବିଭିନ୍ନ ପର୍ଯ୍ୟାୟଗୁଡ଼ିକୁ ହିସାବକୁ ନେଇଥାଏ। ମୂଲ୍ୟାଙ୍କନଗୁଡ଼ିକ ପୂର୍ଣ୍ଣାଙ୍ଗ ହୋଇଥାଏ: ଏଥିରେ ଭେଣ୍ଡରମାନଙ୍କୁ ନିର୍ମାଣର ଗୁଣବତ୍ତା, ଠିକ ସମୟରେ ଅଗ୍ରଗତି ରିପୋର୍ଟ ଓ ଅଡିଟ ରିପୋର୍ଟ ଦାଖଲ କରିବା, ନିର୍ଦ୍ଦେଶାବଳୀ ଓ IRC (ଭାରତୀୟ ସଡ଼କ କଂଗ୍ରେସ)ର ନିୟମାବଳୀ, ଉଦ୍ୟୋଗର ଷ୍ଟାଣ୍ଡାର୍ଡ ଓ ବିବରଣୀ ଏବଂ ସାମଗ୍ରିକ ପ୍ରକ୍ରିୟା ପରିଚାଳନା ପରି ପାରାମିଟରଗୁଡ଼ିକରେ ମୂଲ୍ୟାୟନ କରାଯାଏ। ପ୍ରତ୍ୟେକ ଭେଣ୍ଡରଙ୍କୁ ତାଙ୍କ ଦାବି ସମର୍ଥନରେ ପ୍ରାମାଣିକ ଦସ୍ତାବିଜ ଦେବାକୁ ହୁଏ, ଯାହା ଭବିଷ୍ୟତର ରେଫରେନ୍ସ ପାଇଁ ସ୍ପଷ୍ଟ ଦସ୍ତାବିଜ ପ୍ରସ୍ତୁତ କରେ।
QCIର କାର୍ଯ୍ୟପନ୍ଥା ଅନୁସାରେ, ଢାଞ୍ଚାଟିକୁ ତତକ୍ଷଣାତ କାର୍ଯ୍ୟକାରୀ କରାଯାଇନଥିଲା, ବରଂ 20ଟି ଜାତୀୟ ରାଜପଥ ପ୍ରକଳ୍ପରେ ପ୍ରଥମ ପାଇଲଟକୁ ପରୀକ୍ଷା କରାଯାଇଥିଲା। ପାଇଲଟର ଫଳାଫଳକୁ ତଥ୍ୟ ପରିଚାଳନା ପ୍ରୋଟୋକଲଗୁଡ଼ିକୁ ଉନ୍ନତ କରିବା, ତଥ୍ୟକୁ ଷ୍ଟାଣ୍ଡାର୍ଡାଇଜ କରିବା ଏବଂ ପ୍ରକ୍ରିୟାର ବାଧାଗୁଡ଼ିକୁ ହଟାଇବା ପାଇଁ ବ୍ୟବହାର କରାଯାଇଥିଲା। ଏହି କାର୍ଯ୍ୟଦକ୍ଷତା ରେଟିଂ ଢାଞ୍ଚାକୁ ଭାରତର ସମସ୍ତ ଜାତୀୟ ରାଜପଥ ପ୍ରକଳ୍ପରେ ସହଜରେ ଲାଗୁ କରିବା ପାଇଁ QCI ଏକ ରୋଲ ଆଉଟ ମଡେଲ ମଧ୍ୟ ପ୍ରସ୍ତୁତ କରିଥିଲା। ଅଧିକନ୍ତୁ, QCI ଭବିଷ୍ୟତର ନିଲାମଗୁଡ଼ିକରେ ଏହି କାର୍ଯ୍ୟଦକ୍ଷତା ଷ୍ଟାଣ୍ଡାର୍ଡଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଏକ ଢାଞ୍ଚା ଏବଂ ଭବିଷ୍ୟତର ନିଲାମଗୁଡ଼ିକରେ ଅତୀତର କାର୍ଯ୍ୟଦକ୍ଷତା ସମ୍ବନ୍ଧୀୟ ତଥ୍ୟକୁ ହିସାବକୁ ନେବା ପାଇଁ ଏକ ଉପାୟ ମଧ୍ୟ ଡିଜାଇନ କରିଥିଲା।
QCI ରାଜପଥ ବିକାଶ କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନକାରୀ କମ୍ପାନୀଗୁଡ଼ିକୁ ଚିହ୍ନଟ କରି ପୁରସ୍କାର ଦେବା ପାଇଁ ଏକ କଠୋର ମୂଲ୍ୟାଙ୍କନ ଢାଞ୍ଚା ଏବଂ ପ୍ରକ୍ରିୟାର ଏକ ରୋଡମ୍ୟାପ ମଧ୍ୟ ବିକଶିତ କରିଥିଲା। ଏହି ପୁରସ୍କାରଗୁଡ଼ିକୁ ନିର୍ମାଣ ପରିଚାଳନା, କାର୍ଯ୍ୟ ଓ ରକ୍ଷଣାବେକ୍ଷଣ, ଟୋଲ ପ୍ଲାଜା ପରିଚାଳନା, ରାଜପଥ ସୁରକ୍ଷା ଏବଂ ଇନୋଭେସନରେ ସର୍ବୋତ୍ତମ ପ୍ରଦର୍ଶନକୁ ସ୍ୱୀକୃତି ଦେଇ ପାଞ୍ଚଟି ବର୍ଗରେ ଡିଜାଇନ କରାଯାଇଥିଲା। କାର୍ଯ୍ୟଦକ୍ଷତା ରେଟିଂ ଢାଞ୍ଚା ପରି, ଏହି ପୁରସ୍କାର ପାଇଁ କାର୍ଯ୍ୟାନ୍ୱୟନ ପଦ୍ଧତି, ଭୂମିରୂପ ଓ ନିର୍ମାଣ କୌଶଳକୁ ହିସାବକୁ ନିଆଯାଇଥିଲା; ଏବଂ ପ୍ରତ୍ୟେକ ବର୍ଗ ପାଇଁ, ପ୍ରକଳ୍ପଗୁଡ଼ିକୁ ସେଗୁଡ଼ିକର ଉଦ୍ଦେଶ୍ୟ ଏବଂ ମାପ କରାଯାଇପାରୁଥିବା ପାରାମିଟର ଅନୁସାରେ ମୂଲ୍ୟାୟନ କରାଯାଇଥିଲା।
ଗୁଣବତ୍ତାର ଏକ ପରିସଂସ୍ଥା ତିଆରି କରିବାନିର୍ଦ୍ଦିଷ୍ଟ କାର୍ଯ୍ୟଦକ୍ଷତା ଷ୍ଟାଣ୍ଡାର୍ଡଠାରୁ ଆଗକୁ ଯାଇ, ଷ୍ଟାଣ୍ଡାର୍ଡଗୁଡ଼ିକୁ ପ୍ରତିଷ୍ଠା କରିବା, ଏହି ଷ୍ଟାଣ୍ଡାର୍ଡଗୁଡ଼ିକୁ କାର୍ଯ୍ୟକାରୀ କରିବା ଏବଂ ଉଭୟ ଗୁଣବତ୍ତା ଓ ପରିବେଶ ଅଡିଟ କରିପାରୁଥିବା ସ୍ୱୀକୃତିପ୍ରାପ୍ତ ପରାମର୍ଶଦାତା ତଥା ସଂସ୍ଥାଗୁଡ଼ିକର ଏକ ସୁସ୍ଥିର ଯୋଗାଣ ସୃଷ୍ଟି କରିବା ଦ୍ୱାରା QCI ଗୁଣବତ୍ତାର ଏକ ପରିସଂସ୍ଥା ମଧ୍ୟ ତିଆରି କରେ। QCI ଅନ୍ତର୍ଗତ ପ୍ରତ୍ୟେକ ବୋର୍ଡ ଜୀବନର ସମସ୍ତ କ୍ଷେତ୍ରରେ ଗୁଣବତ୍ତାର ମାନକୁ ଉନ୍ନତ କରିବାରେ ଏକ ପ୍ରମୁଖ ଉଦ୍ଦେଶ୍ୟ ସାଧନ କରେ।
ନିର୍ଦ୍ଦିଷ୍ଟ ଭାବରେ ସଡ଼କ ଓ ରାଜପଥ ନିର୍ମାଣ ପାଇଁ, ଜାତୀୟ ଶିକ୍ଷା ଓ ତାଲିମ ଆକ୍ରେଡିଟେସନ ବୋର୍ଡ (NABET) ଦକ୍ଷତା, ଶିକ୍ଷା ଓ ତାଲିମ କ୍ଷେତ୍ରରେ ଏକ ସ୍ୱୀକୃତି ପ୍ରଦାନ ବ୍ୟବସ୍ଥା କରିବା ମାଧ୍ୟମରେ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରେ। ଏହା ଶିକ୍ଷା ଓ ତାଲିମଦାତାମାନଙ୍କର ଏକ ସ୍ଥିର ପ୍ରବାହ ତିଆରି କରେ ଯେଉଁମାନଙ୍କ ତାଲିମର ଫଳାଫଳକୁ ବିଶ୍ୱାସ କରାଯାଇପାରିବ। ସ୍ୱୀକୃତି ପ୍ରଦାନକାରୀ ସଂସ୍ଥାଗୁଡ଼ିକ ପାଇଁ ଜାତୀୟ ଆକ୍ରେଡିଟେସନ ବୋର୍ଡ ସମସ୍ତ ସ୍ୱୀକୃତି ପ୍ରଦାନକାରୀ ସଂସ୍ଥାଙ୍କ ନିମନ୍ତେ ଷ୍ଟାଣ୍ଡାର୍ଡଗୁଡ଼ିକୁ ସ୍ଥିର କରି ଭାରତରେ କାର୍ଯ୍ୟକାରୀ ହେଉଥିବା ଗୁଣବତ୍ତା ପାଇଁ ଏକ ଦୃଢ଼ ଭିତ୍ତିଭୂମି ତିଆରି କରେ। ବିଜିନେସ କଣ୍ଟିନୁଇଟି ମ୍ୟାନେଜମେଣ୍ଟ ସିଷ୍ଟମ୍ସ (BCMS), ଏନର୍ଜି ମ୍ୟାନେଜମେଣ୍ଟ ସିଷ୍ଟମ୍ସ (EnMS), ପରିବେଶ ମ୍ୟାନେଜମେଣ୍ଟ ସିଷ୍ଟମ୍ସ (EMS), ବୃତ୍ତିଗତ ସ୍ୱାସ୍ଥ୍ୟ ଓ ସୁରକ୍ଷା ମ୍ୟାନେଜମେଣ୍ଟ ସିଷ୍ଟମ୍ସ (OHSMS), ଗୁଣବତ୍ତା ମ୍ୟାନେଜମେଣ୍ଟ ସିଷ୍ଟମ୍ସ (QMS), ନିରୀକ୍ଷଣ ସଂସ୍ଥା (IB), ପର୍ସନେଲ ସ୍ୱୀକୃତି ପ୍ରଦାନ ସଂସ୍ଥା (PrCB), ଉତ୍ପାଦ ସ୍ୱୀକୃତି ପ୍ରଦାନ ସଂସ୍ଥା (PCB) ପରି ଆକ୍ରେଡିଟେସନ ଯୋଜନା ଏବଂ ଅନ୍ୟ ପ୍ରାସଙ୍ଗିକ ସ୍ୱୀକୃତିଗୁଡ଼ିକ ପ୍ରକଳ୍ପର ସ୍ପନସର ଏବଂ ପ୍ରକଳ୍ପ ପରିଚାଳକମାନେ ପ୍ରଥମ ଦିନରୁ ସେମାନଙ୍କ ପ୍ରକଳ୍ପକୁ ନିୟନ୍ତ୍ରଣରେ ରଖିବାକୁ ସେମାନଙ୍କ ପାଇଁ ସମ୍ଭବ କରେ।
ଏହା ସହିତ, ଭାରତରେ ଅଧିକାଂଶ ବିକାଶମୂଳକ ଏବଂ ଔଦ୍ୟୋଗିକ କାର୍ଯ୍ୟକଳାପ ପାଇଁ ଆଇନଗତ ଆବଶ୍ୟକତା ହୋଇଥିବା ପରିବେଶ ପ୍ରଭାବ ମୂଲ୍ୟାୟନ (EIA) ଅଧୀନରେ ନିର୍ଦ୍ଦିଷ୍ଟ କରାଯାଇଥିବା ନିୟାମକ ମାନଦଣ୍ଡଗୁଡ଼ିକୁ ସହଜରେ ଅନୁପାଳନ କରିବାରେ QCI ଷ୍ଟେକହୋଲ୍ଡରମାନଙ୍କୁ ସାହାଯ୍ୟ କରିଛି। ଏକ ନିର୍ଦ୍ଦିଷ୍ଟ ପ୍ରକଳ୍ପରେ ନିବେଶର ସଠିକତାକୁ ମୂଲ୍ୟାୟନ କରିବା ପାଇଁ ଆର୍ଥିକ ଅନୁଷ୍ଠାନଗୁଡ଼ିକ ଦ୍ୱାରା ଏହାକୁ ପ୍ରଗତିଶୀଳ ଭାବରେ ବ୍ୟବହାର କରାଯାଉଛି। QCI ର NABET
ଏକ ସ୍ୱେଚ୍ଛାକୃତ ଆକ୍ରେଡିଟେସନ ଯୋଜନା ବିକଶିତ କରିଛି, ଯାହା ଫଳରେ EIA ମାନଦଣ୍ଡଗୁଡ଼ିକର ଅନୁପାଳନକୁ ସୁନିଶ୍ଚିତ କରିବା ଏବଂ ପରିବେଶ ଅନୁମତି ପାଇବା ପାଇଁ EIA ରିପୋର୍ଟ ପ୍ରସ୍ତୁତ କରିବାରେ ସାହାଯ୍ୟ କରିପାରୁଥିବା ପରାମର୍ଶଦାତା ଏବଂ ଅଡିଟର ଉପଲବ୍ଧ ହେଉଛନ୍ତି। ତାଲିମପ୍ରାପ୍ତ ଅଡିଟର ଏବଂ ପରାମର୍ଶଦାତାମାନଙ୍କର ଉପଲବ୍ଧତା ଭାରତରେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଗୁଣବତ୍ତା ଓ ସଷ୍ଟେନେବିଲିଟି ପ୍ରୋଫାଇଲକୁ ଉନ୍ନତ କରିବା ସହିତ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବାଧାକୁ ସହଜ କରିଛି।
ଅଧିକନ୍ତୁ, କିଛି ମାମଲାରେ, ନିର୍ଦ୍ଦିଷ୍ଟ ପ୍ରକଳ୍ପ, ସ୍କିମ ବା ଇନିସିଏଟିଭଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ QCI ର
ପ୍ରକଳ୍ପ ଯୋଜନା ଓ କାର୍ଯ୍ୟାନ୍ୱୟନ ଡିଭିଜନ (PPID) ସିଧାସଳଖ ମଧ୍ୟ କାର୍ଯ୍ୟ କରେ; ସେଗୁଡ଼ିକୁ ତାହା ସେଗୁଡ଼ିକର ସମ୍ପୂର୍ଣ୍ଣ ରୂପରେ କାର୍ଯ୍ୟକାରୀ କରିଥାଏ। ଏହାର ଅର୍ଥ ହେଉଛି QCI ସମ୍ପୂର୍ଣ୍ଣ ପ୍ରକଳ୍ପ ପରିଚାଳନା ଲାଇଫସାଇକେଲକୁ ପରିଚାଳନା କରେ: ଫୋକସ ଏରିଆ, ସର୍ଭେ ଓ ଷ୍ଟେକହୋଲ୍ଡରମାନଙ୍କ ସହ ପ୍ରକଳ୍ପ ପଦ୍ଧତିର ବିକାଶ କରେ; ପ୍ରକଳ୍ପ ଯୋଜନା ଓ ସମୟସୀମା ଏବଂ ସମ୍ବଳ ଯୋଜନା ତିଆରି କରେ; ବିଭିନ୍ନ ଷ୍ଟେକହୋଲ୍ଡରମାନଙ୍କ (କେନ୍ଦ୍ର ଓ ରାଜ୍ୟସ୍ତରୀୟ ସରକାରୀ ଏଜେନ୍ସି, ସହରାଞ୍ଚଳ ସ୍ଥାନୀୟ ନିକାୟ (ULBs), ପ୍ରଯୁକ୍ତି କୌଶଳ ଏବଂ PR ଏଜେନ୍ସି ତଥା ଅନ୍ୟ ଷ୍ଟେକହୋଲ୍ଡର) ମଧ୍ୟରେ ସମନ୍ୱୟ ରକ୍ଷା କରେ; ଏବଂ ପରିଶେଷରେ ରିଅଲ ଟାଇମରେ କାର୍ଯ୍ୟଦକ୍ଷତାକୁ ନିରୀକ୍ଷଣ କରିବା ସହିତ ପ୍ରକଳ୍ପକୁ କାର୍ଯ୍ୟକାରୀ କରେ।
ଏପରି ଭାବରେ, ଯେଉଁ ମୁହୂର୍ତ୍ତରେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ପରିକଳ୍ପନା କରାଯାଏ ସେଠାରୁ ଆରମ୍ଭ କରି ସେଗୁଡ଼ିକୁ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଯିବା ପର୍ଯ୍ୟନ୍ତ,
QCI ସମସ୍ତ ଆକାର ଓ ସମୟସୀମା ବିଶିଷ୍ଟ ପ୍ରକଳ୍ପଗୁଡ଼ିକରେ ଗୁଣବତ୍ତାକୁ ଅନ୍ତର୍ନିହିତ କରିବା ସମ୍ଭବ କରିଥାଏ। ଏହା କେବଳ ଏହି ପ୍ରକଳ୍ପଗୁଡ଼ିକର ସୁରକ୍ଷା ଓ ଦୀର୍ଘସ୍ଥାୟୀତ୍ୱ ପାଇଁ ଆସ୍ଥା ସୃଷ୍ଟି କରେନାହିଁ, ବରଂ ଆକଳନଠାରୁ ଅଧିକ ସମୟ ଏବଂ ଅର୍ଥ ବ୍ୟୟକୁ ମଧ୍ୟ ସର୍ବନିମ୍ନ କରିଥାଏ। ଭାରତକୁ ସ୍ଥିର ଭାବରେ ଭବିଷ୍ୟତକୁ ଆଗେଇ ନେବାକୁ ଚାହୁଁଥିବା ଏକ ସରକାର ପାଇଁ, ଉଭୟ ସମୟ ଏବଂ ମୂଲ୍ୟ ଆକାରରେ ଏହି ଲାଭ ଅପରିମିତ ଅଟେ।
ଭାରତ ଦିନେ ବ୍ରିଟିଶ ସାମ୍ରାଜ୍ୟର ମୁକୁଟର ମଣି ଭାବରେ ବିବେଚିତ ହେଉଥିଲା। ଆମେ ଆମ କାନ୍ଧରୁ ବ୍ରିଟିଶ ଜୁଆଳିକୁ ଓହ୍ଲାଇଦେବାର 75 ବର୍ଷ ପରେ, ଭାରତ ଏକ ଆର୍ଥିକ ମହାଶକ୍ତି ଭାବରେ, ସଷ୍ଟେନେବିଲିଟିରେ ବିଚାରଧାରାର ଏକ ନେତା ଭାବରେ ଏବଂ ସାରା ଦୁନିଆରେ ଉଚ୍ଚ ଶିକ୍ଷିତ ଓ ସମ୍ମାନିତ ଭାରତୀୟ ଭାଷାଭାଷୀଙ୍କର ପରୋକ୍ଷ ଶକ୍ତିରେ ଏହାର ନେତୃତ୍ୱ ନେବାର କ୍ଷମତା ପ୍ରଦର୍ଶନ କରୁଛି।
ବିଶ୍ୱ ବଜାରରେ ଭାରତୀୟ ବ୍ୟବସାୟଗୁଡ଼ିକ ଅଧିକରୁ ଅଧିକ ପ୍ରତିଯୋଗିତାମୂଳକ ହେବା ସହିତ ଭାରତର ସମ୍ପଦ ବୃଦ୍ଧି ପାଉଛି। ଏକ ରାଷ୍ଟ୍ର ଭାବରେ ଆମ ଅଭିବୃଦ୍ଧିର ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ, ସଡ଼କ ଓ ଭିତ୍ତିଭୂମିରେ ସରକାରଙ୍କ ନିବେଶ ବିଭିନ୍ନ ଲାଭ ଦେବାକୁ ପ୍ରସ୍ତୁତ। ସଡ଼କଗୁଡ଼ିକ ସମ୍ବନ୍ଧିତ ଉଦ୍ୟୋଗ ଉପରେ ବହୁତ ପ୍ରଭାବ ପକାଏ: ଯଥା ଇସ୍ପାତ, ସିମେଣ୍ଟ, ଯାନବାହନ, ରିଅଲ ଇଷ୍ଟେଟ। ଏହି ଅଞ୍ଚଳଗୁଡ଼ିକରେ ସବୁକିଛିରେ ଉନ୍ନତି ହୁଏ ଯାହା ସହିତ ମେଡିଆନ ଆୟ ବୃଦ୍ଧି ହୁଏ।
ସହଜରେ ଯାତ୍ରୀ ଓ ମାଲ ପରିବହନ ହେବା ଫଳରେ ବ୍ୟବସାୟଗୁଡ଼ିକ ପାଇଁ ନୂଆ ବଜାର ଓ ଯୋଗାଣକାରୀ ତଥା ଖାଉଟିଙ୍କ ପାଇଁ ଅଧିକ ବିକଳ୍ପ ଉନ୍ମୁକ୍ତ ହେବା ସହିତ ଭାରତୀୟ ବ୍ୟବସାୟଗୁଡ଼ିକ ସମାନ ସୁବିଧା ସୁଯୋଗ ପାଇ ପରସ୍ପର ସହ ପ୍ରତିଯୋଗିତା କରେ, ଯାହା ସୁସ୍ଥ ପ୍ରତିଯୋଗିତାକୁ ଏବଂ ପ୍ରକ୍ରିୟା, ଉତ୍ପାଦ ଓ ସେବାରେ ସର୍ବୋତ୍ତମର ଉଦ୍ଭବକୁ ପ୍ରୋତ୍ସାହିତ କରେ।
ଆମେ କରୁଥିବା କାର୍ଯ୍ୟକୁ ଆମେ ଆହୁରି ଭଲ ଭାବରେ କରୁ। ବ୍ୟବସାୟ ପାଇଁ ଏହା ସର୍ବଦା ଭଲ ଅଟେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।