‘ବ୍ରହ୍ମାସ୍ତ୍ର ପାର୍ଟ ୧’ ରିଲିଜ ଡେଟ ଘୋଷଣା ହେଲା; ମୁଖ୍ୟ ଭୂମିକାରେ ଆଲିୟା ଭଟ୍ଟ ଓ ରଣବୀର କପୁର

ଫିଲ୍ମରେ ରଣବୀର ଶିବଙ୍କ ଚରିତ୍ରରେ ଅଭିନୟ କରୁଥିବାର ଦେଖିବାକୁ ମିଳିବେ । ଆଲିୟା ଭଟ୍ଟ ଇଶା ନାମକ ଚରିତ୍ରରେ ଅଭିନୟ କରିଛନ୍ତି । ଆଲିୟା ପୂର୍ବରୁ କହିଛନ୍ତି ଯେ ବ୍ରହ୍ମାସ୍ତ୍ର ‘‘ସିନେମାକୁ ଆଉ ଏକ ସ୍ତରକୁ ନେଇଯିବ’’ ।

‘ବ୍ରହ୍ମାସ୍ତ୍ର ପାର୍ଟ ୧’ ରିଲିଜ ଡେଟ ଘୋଷଣା ହେଲା; ମୁଖ୍ୟ ଭୂମିକାରେ ଆଲିୟା ଭଟ୍ଟ ଓ ରଣବୀର କପୁର
‘ବ୍ରହ୍ମାସ୍ତ୍ର ପାର୍ଟ ୧’ ଟିମ୍‌
  • News18 Odia
  • Last Updated: February 2, 2020, 11:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଆଲିୟା ଭଟ୍ଟ ଓ ରଣବୀର କପୁରଙ୍କ ପ୍ରସଂଶକମାନେ ଏବେ କ୍ୟାଲେଣ୍ଡରରେ ଚ଼ିହ୍ନ ଦେଇ ରଖି ପାରନ୍ତି । ବଲିଉଡର ଏହି ଲୋକପ୍ରିୟ ଯୋଡିକୁ ପରଦାରେ ସାଙ୍ଗରେ ଦେଖିବାକୁ ମିଳିବ । ଏହି ଦୁଇ ଅଭିନେତା ‘ବ୍ରହ୍ମାସ୍ତ୍ର’ ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ଅଭିନୟ କରିବାକୁ ଯାଉଛନ୍ତି ।

ଏହ ଫିଲ୍ମଟି ଅୟାନ ମୁଖାର୍ଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ କରନ ଜୋହରଙ୍କ ଦ୍ବାରା ପ୍ରଯୋଜିତ ହୋଇଛି । ତିନୋଟି ଫିଲ୍ମ ପ୍ୟାକେଜର ପ୍ରଥମ ଫିଲ୍ମ ରୂପେ ନିର୍ମିତ ହେଉଥିବା ‘ବ୍ରହ୍ମାସ୍ତ୍ର’ର ରିଲିଜ ତାରିଖ ଷେଶରେ କରନ ଜୋହର ଘୋଷଣା କରିଛନ୍ତି ।

ସୋସିଆାଲ ମିଡିଆରେ କରନ ରବିବାର ଘୋଷଣା କରିଛନ୍ତି ଯେ ‘ବ୍ରହ୍ମାସ୍ତ୍ର ପାର୍ଟ ୧’ ଡିସେମ୍ବର ୪, ୨୦୨୦ ରେ ରିଲିଜ ହେବାକୁ ଯାଉଛି । ସେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଅମିତାଭ ବଚ୍ଚନ, ଆଲିୟା ଭଟ୍ଟ ଓ ରଣବୀର ଅଛନ୍ତି ଏବଂ ଅୟାନ ନିଜ ହାତରେ ମୁହଁ ଲୁଚାଇବା ସହ ଏକ ବୋର୍ଡ ଧରିଥିବା ଦେଖିବାକୁ ମିଳିଛି । ସେ ବୋର୍ଡ଼ରେ ‘ଡିସେମ୍ବର ୪, ୨୦୨୦’ ଲେଖାଯାଇଛି ।

‘‘ଏହା ସ୍ଥିର ହୋଇଯାଇଛି । ‘ବ୍ରହ୍ମାସ୍ତ୍ର ପାର୍ଟ ୧’ ଡିସେମ୍ବର ୪, ୨୦୨୦ ରେ ହିନ୍ଦୀ, ମଲାୟଲମ ଓ କନ୍ନଡ ଭାଷାରେ ରିଲିଜ ହେବାକୁ ଯାଉଛି,’’ ସୋସଲ ମିଡ଼ିଆ ଇନଷ୍ଟାଗ୍ରାମରେ ଲେଖିଛନ୍ତି କରନ ।

ଆାଲିୟା ଏକ ମଜାଳିଆ ଭିଡିଓ ବି ସେୟାର କରିଛନ୍ତି ଯେଉଁଥିରେ ରଣବୀର ଫିଲ୍ମ ରିଲିଜରେ ହେଉଥିବା ବିଳମ୍ବକୁ ନେଇ ଥିବା ହତାଶାକୁ ଅୟାନଙ୍କ ଉପରେ ବାହାର କରୁଛନ୍ତି । କଥାବାର୍ତ୍ତା ଆଗକୁ ବଢ଼ିବା ପରେ ଅୟାନ କହିଛନ୍ତି ଯେ ତାଙ୍କ ମୁଣ୍ଡରେ ଗୋଟିଏ ତାରିଖ ଅଛି । ତା’ପରେ ଅମିତାଭ ବଚ୍ଚନ ନିଜ ଫୋନରେ କଥା ହେଉଥିବାର ଦେଖାଯାଉଛି ଓ ସେ ଏକ ଟ୍ବିଟ କରି ରିଲିଜ ତାରିଖକୁ ପକ୍କା କରୁଛନ୍ତି ।

ଏହା ପୂର୍ବରୁ ଫିଲ୍ମକୁ ୨୦୨୦ର ଗ୍ରୀଷ୍ମ ଋତୁ ପର୍ଯ୍ୟନ୍ତ ଠେଲି ନିଆଯାଇଥିଲା କାରଣ ଅୟାନ ବୁଝାଇ କହିଥିଲେ ଯେ ନିଜର ଦୃଷ୍ଟିକୁ ମୂର୍ତ୍ତ ରୂପ ଦେବା ପାଇଁ ତାଙ୍କର ଭିଏଫଏକ୍ସ (VFX) ଟିମକୁ ଅଧିକ ସମୟର ଆବଶ୍ୟକତା ଅଛି, ଯାହା ଫଳରେ ଫିଲ୍ମର ରିଲିଜରେ ବିଳମ୍ବ ହୋଇପାରେ ।

ଏକ କାଳ୍ପନିକ ସାହାସିକତା ଫ୍ରାଞ୍ଚାଇଜ ଭାବେ ନିର୍ମିତ ହୋଇଥିବା ଏହି ଫିଲ୍ମରେ ମୌନୀ ରାୟ ଓ ଅକ୍କିନେନି ନାଗାର୍ଜୁନ ମହତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି । ଫିଲ୍ମରେ ରଣବୀର ଶିବଙ୍କ ଚରିତ୍ରରେ ଅଭିନୟ କରୁଥିବାର ଦେଖିବାକୁ ମିଳିବେ । ଆଲିୟା ଭଟ୍ଟ ଇଶା ନାମକ ଚରିତ୍ରରେ ଅଭିନୟ କରିଛନ୍ତି । ଆଲିୟା ପୂର୍ବରୁ କହିଛନ୍ତି ଯେ ବ୍ରହ୍ମାସ୍ତ୍ର ‘‘ସିନେମାକୁ ଆଉ ଏକ ସ୍ତରକୁ ନେଇଯିବ’’ ।
First published: February 2, 2020, 11:00 PM IST
corona virus btn
corona virus btn
Loading