ଅଲୀ ଫଜଲ୍ ଓ ରିଚ଼ା ଚଢ଼ା ମାଲଡିଭସରେ ଅଛନ୍ତି, ସେମାନେ ଏପ୍ରିଲରେ ବିବାହ କରିବେ: ରିପୋର୍ଟ

ଏହି ପ୍ରେମୀ ଯୁଗଳ ନିଜ ପ୍ରେମ ସମ୍ପର୍କ ବିଷୟରେ ଖୋଲି କହିଛନ୍ତି, ହେଲେ ସେମାନେ ଏବେ ବି ବିବାହ ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି । ସେମାନଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ଭଲ ଅଛି, ଆଉ ଦୁହେଁ ପରସ୍ପରକୁ ସବୁ କଥାରେ ସପୋର୍ଟ୍ କରୁଛନ୍ତି ।

ଅଲୀ ଫଜଲ୍ ଓ ରିଚ଼ା ଚଢ଼ା ମାଲଡିଭସରେ ଅଛନ୍ତି, ସେମାନେ ଏପ୍ରିଲରେ ବିବାହ କରିବେ: ରିପୋର୍ଟ
ଅଲି ଫଜଲ ଓ ରିଚ଼ା ଚଢା
  • News18 Odia
  • Last Updated: February 26, 2020, 4:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡର ପ୍ରଶଂସକମାନେ ଏ ବର୍ଷର ବହୁ-ପ୍ରତୀକ୍ଷିତ ବିବାହଗୁଡ଼ିକର ଖବର ଶୁଣିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏମାନଙ୍କମଧ୍ୟରେ କିଛି ହିଟ୍‌ ଯୋଡ଼ି ହେଉଛନ୍ତି ରଣବୀର କପୁର-ଆଲିଆ ଭଟ୍ଟ, ବରୁଣ ଧାୱନ-ନତାଶା ଦଲାଲ୍‌ ଓ ଅଲି ଫଜଲ-ରିଚ଼ା ଚଢା । ଅନେକ ନ୍ୟୁଜ୍‌ ରିପୋର୍ଟରେ କୁହାଯାଇଛି ଯେ ଅଲୀ ଓ ରିଚ଼ା ଆସନ୍ତା ଅପ୍ରେଲରେ ବିବାହ କରିପାରନ୍ତି ।

ଏବେ ‘ବମ୍ବେ ଟାଇମ୍ସ’ର ଏକ ରିପୋର୍ଟରେ କୁହାଯାଇଛି ଯେ ୧୫ ଏପ୍ରିଲରେ ଏହି ଯୋଡ଼ିଙ୍କର ବିବାହ ହେବ, କିନ୍ତୁ ତାରିଖ ଏ ପର୍ଯ୍ୟନ୍ତ ଫାଇନାଲ୍‌ ହୋଇ ନ ଥିବା ଜଣା ପଡ଼ିଛି । ଏକ ସୁତ୍ରରୁ ଜଣାଯାଇଛି ଯେ ଅଲୀ ନିଜର ମାଲଡ଼ିଭିସ୍‌ ଯାତ୍ରା ସମୟରେ ରୋମାଣ୍ଟିକ ଭାବେ ରିଚ଼ାଙ୍କୁ ପ୍ରପୋଜ କରିଥିଲେ ।

ରିପୋର୍ଟ ଅନୁସାରେ ଏହି ବିବାହ ଦିଲ୍ଲୀରେ ନିଜର ପରିବାର ଓ ବନ୍ଧୁଙ୍କ ଉପସ୍ଥିତିରେ କରାଯିବ । ଦୁଇ ଦିନ ପରେ ଏହି ଯୋଡ଼ି ବଲିଉଡରେ ନିଜର ବନ୍ଧୁ ଓ ସହଯୋଗୀଙ୍କ ପାଇଁ ମୁମ୍ବାଇରେ ଏକ ପାର୍ଟିର ଆୟୋଜନ କରିବେ ।

‘‘ଅଲୀ ଓ ରିଚ଼ା ନିଜର ବିବାହ ପାଇଁ ବ୍ୟକ୍ତିଗତ ଭାବେ କାର୍ଯ୍ୟ କରୁଛନ୍ତି । ଏହି ଯୋଡ଼ି ଉତ୍ସାହରେ ବିବାହ ପାଇଁ ଅପାରମ୍ପରିକ ସ୍ଥାନ ଓ ଆଇଡିଆ ପାଇଁ ନିଜର ଟିମ୍‌ ସହ ଚ଼ବିଶ ଘଣ୍ଟା କାମ କରୁଛନ୍ତି,’’ ସୂତ୍ର କହିଛନ୍ତି ବୋଲି ରିପୋର୍ଟରେ ଅଛି ।

୨୦୧୨ରେ ‘ଦି ଫୁକ୍‌ରେ’ ଫିଲ୍ମର ସୁଟିଂ ସମୟରେ ଅଲୀ ଓ ରିଚ଼ା ବନ୍ଧୁ ହୋଇଥିଲେ । ପରେ ଦୁହେଁ ନିକଟତର ହେଲେ ଓ ୨୦୧୫ରେ ଡେଟିଂ ଆରମ୍ଭ କରିଥିଲେ । କିନ୍ତୁ ୨୦୧୭ ପର୍ଯ୍ୟନ୍ତ ଏହି ସମ୍ବନ୍ଧ ଲୋକଲୋଚନକୁ ଆସି ନ ଥିଲା । ପରେ ଏହି ପ୍ରେମୀ ଯୁଗଳ ଏହାକୁ ସର୍ବସମ୍ମୁଖକୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ । ଏବେ ଦୁହେଁ ଏକ ନୂଆ ଦିଗ ଆଡ଼କୁ ଗତି କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

ଯଦିଓ ଏହି ପ୍ରେମୀ ଯୁଗଳ ନିଜ ପ୍ରେମ ସମ୍ପର୍କ ବିଷୟରେ ଖୋଲି କହିଛନ୍ତି, ସେମାନେ ଏବେ ବି ବିବାହ ବିଷୟରେ କୌଣସି ସୂଚନା ଦେଇନାହାଁନ୍ତି । ସେମାନଙ୍କ ମଧ୍ୟରେ ସମ୍ପର୍କ ଖୁବ୍‌ ଭଲ ଅଛି, ଆଉ ଦୁହେଁ ପରସ୍ପରକୁ ସବୁ କଥାରେ ସପୋର୍ଟ୍‌ କରୁଛନ୍ତି ।
First published: February 26, 2020, 4:59 PM IST