News 18 Odia Digital
ଭୁବନେଶ୍ୱର: ଆଜିକାଲି ଅନେକ ବ୍ୟକ୍ତି ମଦ୍ୟପାନ କରୁଛନ୍ତି । ତେବେ ମଦ ନିଶାରେ ନିଜର ହିତାହିତ ଜ୍ଞାନ ହରାଇ ଏମିତି କାମ କରିଥାନ୍ତି ଯେ, ଯାହାଦ୍ୱାରା ପରେ ଅନେକ ଅସୁବିଧାର (problems) ସମ୍ମୁଖୀନ ହେବାକୁ ପଡିଥାଏ । ନିଶାର ପ୍ରଭାବରେ ଏମିତି ଅଘଟଣ ଘଟାଇଥାନ୍ତି ଯେଉଁ କାରଣରୁ ନିଜର କ୍ଷତି (loss) କରିବା ସହ ଅନ୍ୟମାନଙ୍କର ମଧ୍ୟ କ୍ଷତି ହୋଇଥାଏ । ଯଦି ଆପଣଙ୍କ ଶରୀର ଭିତରକୁ ମଦ ଯାଉଛି ତେବେ କିଛି ସମୟ ପରେ ଏହା ପ୍ରଭାବରେ ଆପଣଙ୍କ ମସ୍ତିଷ୍କ ଧିରେଧିରେ ଅସ୍ଥିର ହେବାକୁ ଲାଗେ । ମଦର ପ୍ରଭାବରେ ମଣିଷ ତାର ଚିନ୍ତାଧାରା ଏବଂ ବୁଝାମଣା କରିବାର ଶକ୍ତି ହରାଇ ବସେ । ବ୍ୟକ୍ତି ମଦ୍ୟପାନ କରିବା ପରେ ସେ କଣ କରେ ସେ ନିଜେ ବି ଜାଣିପାରେନାହିଁ । କିଛି ଲୋକ ମଦ୍ୟପାନ କରିବାକୁ ପସନ୍ଦ କରନ୍ତି କିନ୍ତୁ ହ୍ୟାଙ୍ଗଓଭର ଦ୍ୱାରା ହୋଇଥିବା ସମସ୍ୟା ସେମାନଙ୍କୁ ଚିନ୍ତାରେ ପକାଇଥାଏ । ମଦ ନିଶା ଛାଡିବା ପରେ ଯେତେବେଳେ ହୋସ୍ ଫେରି ଆସେ, ସେତେବେଳେ କିଛି ଲୋକଙ୍କର ପ୍ରବଳ ମୁଣ୍ଡବିନ୍ଧା ହୋଇଥାଏ । ଏହିପରି କିଛି ଲୋକଙ୍କ ପାଇଁ ୨୦୨୫ ରେ ଏକ ଭିନ୍ନ ପ୍ରକାରର ମଦ ଆସିବାକୁ ଯାଉଛି । ଆସନ୍ତୁ ଏହା ବିଷୟରେ ଜାଣିବା ।
ଖୁବଶୀଘ୍ର ନିଶାମୁକ୍ତ ମଦ ବଜାରକୁ ଆସିବାକୁ ଯାଉଛି । ଏହି ନିଶାମୁକ୍ତ ପାନୀୟ ପିଇବା ପରେ, ଆପଣଙ୍କୁ ହ୍ୟାଙ୍ଗଓଭର୍ ହେବନାହିଁ । ଏହାର ନିର୍ମାତା କହିଛନ୍ତି ଯେ, ଏହି ମଦକୁ ପିଇବା ପରେ ଆପଣ ନିଶାରେ କୌଣସି ଭୁଲ କରିବେ ନାହିଁ । ଆପଣଙ୍କର ଚିନ୍ତା ଓ ବୁଝିବାର କ୍ଷମତା ଠିକ୍ ପୂର୍ବପରି ରହିବ । ଆପଣ ଯେତେ ମଦ୍ୟପାନ କଲେ ମଧ୍ୟ ହାଲୁକା ଅନୁଭବ କରିବେ କିନ୍ତୁ ଆପଣଙ୍କୁ ନିଶା ହେବ ନାହିଁ । ଏହି ନିଶାମୁକ୍ତ ମଦ ୨୦୨୫ ରେ ବଜାରକୁ ଆସିବାକୁ ଯାଉଛି । ତେବେ ଏହା ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ବିପ୍ଳବ ଆଣିବ ବୋଲି ଦାବି କରାଯାଉଛି ।
ତେବେ ଏହି ନୂଆ ମଦର ନାମ ଏଲକାରେଲ୍ ରଖାଯାଇଛି । ଏହାକୁ ପୂର୍ବତନ ସରକାରୀ ଡ୍ରଗ୍ ପରାମର୍ଶଦାତା ପ୍ରଫେସର ଡେଭିଡ ନାଟଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଡେଭିଡଙ୍କ କହିବା ଅନୁଯାୟୀ, ଯଦି ଆପଣଙ୍କୁ ଏମିତି ଅନୁଭବ ହେଉଛି ଯେ, ଆପଣ ଅଧିକ ମଦ୍ୟପାନ କରିପାରିବେ ନାହିଁ ଏବଂ ଆପଣ କେବଳ ହାଲୁକା ନିଶାର ଅନୁଭବ କରିବାକୁ ଚାହୁଁଛନ୍ତି, ତେବେ ଏହି ମଦ ଆପଣଙ୍କ ପାଇଁ ସବୁଠାରୁ ଭଲ ଅଟେ । ଏହାର ପ୍ରଭାବ ଏକ ଗ୍ଲାସ୍ ମଦ ପରି ହେବ ।| ଯଦି ଆପଣ ଏହାକୁ ଅଧିକ ପିଅନ୍ତି, ଏହା ନୁହେଁ ଯେ ଆପଣ ଅତ୍ୟଧିକ ନିଶା ହୋଇଯିବ । ଏହାର ଅର୍ଥ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ସାମାନ୍ୟ ନିଦ୍ରାର ଅନୁଭବ କରିବେ ।
ଲଣ୍ଡନର ଇମ୍ପେରିଆଲ୍ କଲେଜର ବୈଜ୍ଞାନିକ ଡେଭିଡ୍ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମଦରେ ଆପଣଙ୍କୁ ହ୍ୟାଙ୍ଗଓଭର ହେବ ନାହିଁ। ଏହାକୁ ମଧ୍ୟ କିଛି ପାନୀୟ ସହିତ ମିଶ୍ରିତ କରାଯାଇ ପାରିବ ଏବଂ ଆପଣ ଏହାର ପ୍ରଭାବକୁ ମାତ୍ର ୧୫ ମିନିଟରେ ଅନୁଭବ କରିପାରିବେ । ପ୍ରଫେସର ଡେଭିଡଙ୍କ ଅନୁଯାୟୀ, ଏହାକୁ ପିଇବା ଦ୍ୱାରା କର୍କଟ କିମ୍ବା କୌଣସି ପ୍ରକାରର କ୍ଷତି ହେବ ନାହିଁ । କିନ୍ତୁ ଏହା ପରେ ମଧ୍ୟ ଏହି ପ୍ରଡକ୍ଟକୁ ସବୁବେଳେ ନପିଇ ବେଳେବେଳେ ସେବନ କରିବା ଉଚିତ୍ ।
ଏହି ନିଶାମୁକ୍ତ ମଦକୁ ୨୦୨୫ରେ ଲଞ୍ଚ୍ ହେବ ବୋଲି ୱେବସାଇଟରୁ ତଥ୍ୟ ମିଳିଛି । ତେବେ ସେଠାରେ କୌଣସି ନିର୍ଦ୍ଦିଷ୍ଟ ତାରିଖ ଉଲ୍ଲେଖ କରାଯାଇ ନାହିଁ ।
ଏହି ଖବର ପଢ଼ନ୍ତୁ -
ଆପଣଙ୍କ ଆଧାର ସହ ପ୍ୟାନ୍ ଲିଙ୍କ ଅଛିତ? ନହେଲେ ୧୦ ହଜାର ଜରିମାନା ସହ ହେବ ଏହି ଅସୁବିଧା !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।