News18 Odia Digital
Akshaya Tritiya 2023: ରାତି ପାହିଲେ ଅକ୍ଷୟ ତୃତୀୟା(Akshaya Tritiya 2023) । ଅକ୍ଷୟ ତୃତୀୟାରେ ସୁନା(Gold) କିଣିବାକୁ ଶୁଭ ବୋଲି ବିବେଚନା କରାଯାଏ । ତେଣୁ ଲୋକମାନେ ସୁନାରେ ନିବେଶ(Invest In Gold) କରିବାକୁ ଲାଭଦାୟକ ମନେ କରନ୍ତି । କିନ୍ତୁ କେବେ ଚିନ୍ତା କରିଛନ୍ତି କେବଳ ଧାର୍ମିକ କାରଣ କିମ୍ୱା ଅନ୍ଯ କିଛି କାରଣ ପାଇଁ ଅକ୍ଷୟ ତୃତୀୟାରେ ଲୋକମାନେ ସୁନା କିଣିଥାନ୍ତି ।
ଅକ୍ଷୟ ତୃତୀୟା । ଆମ ଓଡ଼ିଆ ପରମ୍ପରାରେ ବଡ ମହତ୍ବ ରଖୁଥିବା ଦିନଟିଏ । ପରମ୍ପରା ଓ ଲୋକ ବିଶ୍ବାସ କୁହେ ଏହି ଅକ୍ଷୟ ତୃତୀୟାରୁ ଅନେକ ଶୁଭ କାମ ଆରମ୍ଭ ହୋଇଥାଏ । ଯେମିତି ପୁରାଣ ଶାସ୍ତ୍ର କହିଥାଏ, ଏହି ଅକ୍ଷୟ ତୃତୀୟାରୁ ବ୍ରହ୍ମା ସୃଷ୍ଟିର ସର୍ଜନା ଆରମ୍ଭ କରିଥିଲେ । ପ୍ରଭୁ ଗଜାନନଙ୍କ ଦ୍ବାରା ଅକ୍ଷୟ ତୃତୀୟାରୁ ମହାଭାରତ ରଚନା ଆରମ୍ଭ କରିଥିଲେ ବ୍ୟାସଦେବ । ଏହା ବି ଲୋକ ବିଶ୍ବାସ ରହିଛି ଅକ୍ଷୟ ତୃତୀୟାରେ ସୁନା କିଣିଲେ ସୌଭାଗ୍ୟ ମିଳିଥାଏ ।
ପାଖରେ ଅଛି କି SBI କାର୍ଡ଼? ସୁନା ଗହଣାରେ ରିହାତି ସହ ମିଳିବ କ୍ୟାସ ବ୍ୟାକ୍
ବଜାରରେ ଦିନକୁ ଦିନ ସୁନାର ମୂଲ୍ୟ ବଢ଼ି ଚାଲିିଛି । ତେଣୁ ଲୋକମାନେ ଗହଣା ଦୋକାନକୁ ଯିବା ପୂର୍ବରୁ ବାରମ୍ୱାର ଚିନ୍ତା କରୁଛନ୍ତି । ଏପରି କ୍ଷେତ୍ରରେ କାଲି ଅକ୍ଷୟ ତୃତୀୟା ଥିବାରୁ ସୁନାରେ ନିବେଶ କେତେ ଲାଭଦାୟକ । କହିବାକୁ ଗଲେ ସୁନାରେ ନିବେଶ କରିବା ଏକ ପ୍ରକାର ଲାଭଦାୟକ ଉପାୟ । ସୁନାରେ ନିବେଶ ଏକ ସୁରକ୍ଷିତ ନିବେଶ । ଅନ୍ୟ ନିବେଶ ଅପେକ୍ଷା ସୁନା ବଡ଼ ବିକଳ୍ପ ଥିବାରୁ ଲୋକମାନେ ଅକ୍ଷୟ ତୃତୀୟା ଭଳି ଏକ ପବିତ୍ର ଦିନରେ ସୁନାରେ ନିବେଶ କରିବାକୁ ପସନ୍ଦ କରନ୍ତି ।
ଅନ୍ଯପଟେ ଯଦି ଧାର୍ମିକ ଦିଗରେ ବିଶ୍ୱାସ କରାଯାଏ, ଅକ୍ଷୟ ତୃତୀୟାରେ ସୁନା କିଣିଲେ ସୌଭାଗ୍ୟ ପ୍ରାପ୍ତ ହୁଏ ବୋଲି ବିଶ୍ବାସ ରହିଛି । ଘରକୁ ସ୍ବର୍ଣ୍ଣ ଆଭୂଷଣ ଆଣିଲେ ଭାଗ୍ୟଲକ୍ଷ୍ମୀ ଖୁସି ହୋଇଥାନ୍ତି । ସୁନା କିଣିଲେ ପରିବାରରେ ସୁଖ ସମୃଦ୍ଧି ମଧ୍ଯ ଆସିଥାଏ । ତେଣୁ ଉଭୟ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ଆର୍ଶିବାଦ ଲାଭ କରିବାକୁ ଏ ତିଥିରେ ସୁନା କିଣିବାକୁ ଲୋକମାନେ ଆଗ୍ରହ ଦେଖାନ୍ତି । ଆପଣ ଚାହିଁଲେ ବଡ଼ ଅଳଙ୍କାର ନହେଲେ ବି ଛୋଟ ଜିନିଷ କିଣିପାରିବେ। କେବଳ ସୁନା କିଣାଯାଏ ତାହା ନୁହେଁ, ସୁନା ସହ ଅନ୍ୟ ଧାତୁ ମଧ୍ୟ କିଣାଯାଇଥାଏ। ଲୋକମାନେ ଗହଣା, ବାହନ, ବହି, ନୂଆ ପୋଷାକ ମଧ୍ୟ କିଣିପାରିବେ । ଯଦି ଆପଣ ନୂଆ ବ୍ୟବସାୟ ପାଇଁ ଯୋଜନା କରୁଛନ୍ତି ତେବେ ଅକ୍ଷୟ ତୃତୀୟା ସବୁଠାରୁ ଶୁଭ ଦିନ ବୋଲି କହିପାରିବେ ।
Gold Price Today: ଅକ୍ଷୟ ତୃତୀୟା ଆଗରୁ କମିଲା ସୁନା ଦର; ଜାଣନ୍ତୁ ନୂଆ ରେଟ
ଅକ୍ଷୟ ତୃତୀୟାରେ ସୁନା, ମଣିଷକୁ ସୌଭାଗ୍ୟ, ସମୃଦ୍ଧି ଓ ଶୁଭ ଫଳ ଦେଇଥାଏ ବୋଲି ବିଶ୍ବାସ ରହିଥିବାରୁ, ସୁନା ଦୋକାନ ଗୁଡିକରେ ବିଶେଷ ଭାବରେ ଭିଡ ଜମେ । ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଲୋକଙ୍କ ଭିତରେ ବଡ ଆଗ୍ରହ ଦେଖା ଦେଇଥାଏ । ଅକ୍ଷୟ ତୃତୀୟାରେ ସୁନାରେ ନିବେଶ ଆପଣଙ୍କୁ କେତେ ଲାଭ ଦେବ । ସୁନାରେ ନିବେଶ କେତେ ସୁରକ୍ଷିତ । କଣ ଭବିଷ୍ୟତକୁ ଦେଖିବାକୁ ଗଲେ, ଅନ୍ୟ କୌଣସି କ୍ଷେତ୍ରରେ ନିବେଶ ଅପେକ୍ଷା ସୁନାରେ ନିବେଶ ଅଧିକ ଲାଭ ଦାୟକ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।