Rising india: ଅକ୍ଷୟ ମହାନ୍ତି ମୋର ପ୍ରିୟ ଗାୟକ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନିଜର ପ୍ରିୟ ଗାୟକ ଅକ୍ଷୟ ମହାନ୍ତିଙ୍କ ବିଷୟରେ ଜାତୀୟ ଗଣମାଧ୍ୟମରେ ଆଲୋଚନା କରିବା ସହ ଅକ୍ଷୟ ମହାନ୍ତିଙ୍କୁ ଓଡ଼ିଶାର କିଶୋର କୁମାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Rising india: ଅକ୍ଷୟ ମହାନ୍ତି ମୋର ପ୍ରିୟ ଗାୟକ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

Rising india: ଅକ୍ଷୟ ମହାନ୍ତି ମୋର ପ୍ରିୟ ଗାୟକ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ନ୍ୟୁଜ୍‌18ର ରାଇଜିଂ ଇଣ୍ଡିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (union minister dharmendra pradhan) ଯୋଗଦେଇ  ନିଜର ପ୍ରତିକ୍ରିୟା ରଖିଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ଧର୍ମେନ୍ଦ୍ର ଦୃଢ଼ୋକ୍ତି ସହ କହିଛନ୍ତି ଯେ, ‘କର୍ଣ୍ଣାଟକରେ ବିଜେପି (bjp) ସ୍ପଷ୍ଟ ବହୁମତ ସହ ପୁଣି ସରକାର ଗଢ଼ିବ’ । ମୋଦିଜୀ ଆସିବା ପରେ ରାଜନୀତିରେ ନୂଆ ଧାରା ସୃଷ୍ଟି ହୋଇଛି । ବିଜେପି ବାରମ୍ବାର ବହୁ ରାଜ୍ୟରେ ସରକାର ଗଢୁଛି । ୨-୩ ଦଶକ ଧରି ସଂରକ୍ଷଣ ପାଇଁ ବାରମ୍ବାର ଦାବି ହେଉଛି । ଧର୍ମ ନୁହେଁ, ଅନଗ୍ରସରତା ଭିତ୍ତିରେ ସଂରକ୍ଷଣ ମିଳିବା ଉଚିତ ।

ବାଜି ରାଉତ, ବୀର ସୁରେନ୍ଦ୍ର ସାଏଙ୍କ ଉଦାହରଣ ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ଅଜଣା ସ୍ବାଧୀନତା ସଂଗ୍ରାମୀଙ୍କୁ ଇତିହାସ (history) ପୃଷ୍ଠାରେ ସାମିଲ କରାଯିବ । ନୂଆ ଶିକ୍ଷା ନୀତିରେ ଅଗ୍ରଗତି ସଂପର୍କରେ ଧର୍ମେନ୍ଦ୍ର ଉତ୍ତର ଦେଇ କହଗିଛନ୍ତି, ୩ ବର୍ଷରୁ ୮ ବର୍ଷ ମଧ୍ୟରେ ଶିଶୁର ୮୦% ବିକାଶ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ‘ଯାଦୁଇ ପିଟାରା’ ଅଣାଯାଇଛି ।

ଏଥିସହ ରାହୁଲଙ୍କ ସାଂସଦ ପଦ ରଦ୍ଦ ପ୍ରସଙ୍ଗରେ କଂଗ୍ରେସକୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ‘କିଛି ଲୋକ ଓ ଦଳ ନିଜକୁ ସୁହାଇବା ଭଳି ଆଇନ ଚାହୁଁଛନ୍ତି’ । ଶିକ୍ଷା ଉପରେ ପ୍ରତିକ୍ରିୟା ଦେଇ ଧର୍ମେନ୍ଦ୍ର କହିଛନ୍ତି ଭାରତରେ ଅଷ୍ଟ୍ରେଲିଆର ୨ଟି ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଖୋଲିବେ ।  ସବୁ ରାଜ୍ୟର ଭାଷା ରାଷ୍ଟ୍ରଭାଷା, ସବୁ ଭାଷାକୁ ଗୁରୁତ୍ବ ମିଳୁଛି । ୨୦୧୪ ପରେ ଓଡ଼ିଶାରେ ମୋଦି ସରକାର ପ୍ରତି ଆଗ୍ରହ ବଢୁଛି । ଏବେ ମୋଦିଙ୍କ ସପକ୍ଷରେ ୯୨% ମତ ଥିବା ଜଣାପଡୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ନିଜର ପ୍ରିୟ ଗାୟକ ଅକ୍ଷୟ ମହାନ୍ତିଙ୍କ ବିଷୟରେ ଜାତୀୟ ଗଣମାଧ୍ୟମରେ ଆଲୋଚନା କରିବା ସହ  ଅକ୍ଷୟ ମହାନ୍ତିଙ୍କୁ ଓଡ଼ିଶାର କିଶୋର କୁମାର ବୋଲି କହିଛନ୍ତି ।

ଏହି ଖବର ପଢ଼ନ୍ତୁ -  Rising india: ପ୍ରଧାନମନ୍ତ୍ରୀ ମୋଦି ଦେଶର ହିରୋ ନମ୍ବର ୱାନ ! କହିଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ
Published by:Soubhagya Mishra
First published: