ଅକ୍ଷୟ କୁମାର କରୋନା ପଜିଟିଭ୍ ହେଲେ; ଟ୍ୱିଟ୍ କରି ପ୍ରଶଂସକଙ୍କୁ ସୂଚନା ଦେଲେ
Akshay Kumar Tested Corona Positive: ଅକ୍ଷୟ କୁମାର (Akshay Kumar) ଟ୍ୱିଟ୍ କରି ନିଜ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି । ଏହି ଅଭିନେତା ନିଜ ଘରେ କ୍ଵାରେଣ୍ଟିନରେ ରହିଛନ୍ତି ଓ ଡାକ୍ତରଙ୍କ ସହିତ ନିରନ୍ତର ଯୋଗାଯୋଗରେ କରୁଛନ୍ତି ।

ଅକ୍ଷୟ କୁମାର କରୋନା ପଜିଟିଭ୍ ହେଲେ
- News18 Odia
- Last Updated: April 4, 2021, 10:25 AM IST
ମୁମ୍ବାଇ: କରୋନା ଭାଇରସର (Corona Virus) ବୃଦ୍ଧି ପାଉଥିବା ସଂଖ୍ୟା ପୁଣି ଥରେ ସାରା ଦେଶରେ ଚିନ୍ତାର ବିଷୟ ହୋଇଛି । ରଣବୀର କପୁର, ମନୋଜ ବାଜପେୟୀ, ଆମୀର ଖାନ, ଆଲିଆ ଭଟ୍ଟଙ୍କ ପରେ ବର୍ତ୍ତମାନ ବଲିଉଡର ଖିଲାଡୀ ଅକ୍ଷୟ କୁମାର (Aksyay Kumar Tests Covid 19 Positive) କୋଭିଡ ୧୯ ପଜିଟିଭ ହୋଇଛନ୍ତି । ସେ ଟ୍ୱିଟ୍ କରି ନିଜ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି । ଅକ୍ଷୟ କୁମାର ନିଜ ଘରେ କ୍ଵାରେଣ୍ଟିନ ରହିଛନ୍ତି ଓ ଡାକ୍ତରଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି ।

ଅକ୍ଷୟ କୁମାରଏହି ଦିନରେ ନିଜ ଆଗାମୀ ଫିଲ୍ମ ରାମ ସେତୁ ପାଇଁ ସୁଟିଂ କରୁଥିଲେ । ଏଭଳି ପରିସ୍ଥିତିରେ ଏବେ ଅଭିନେତାମାନେ ସୁଟିଂରୁ ବିରତି ନେଇ ଘରେ କ୍ଵାରେଣ୍ଟିନ ରହିଛନ୍ତି । କିଛି ଦିନ ପୂର୍ବରୁ ଅକ୍ଷୟ ରାମସେତୁରେ ନିଜ ଲୁକ୍ ପ୍ରଶଂସକଙ୍କ ସହ ସେୟାର କରିଥିଲେ ।
ଅକ୍ଷୟ କୁମାରଙ୍କ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ତାଙ୍କର 'ବଚ୍ଚନ ପାଣ୍ଡେ', 'ରାମ ସେତୁ', 'ସୂର୍ଯ୍ୟବଂଶୀ', 'ପୃଥ୍ଵୀରାଜ', 'ବେଲ ବଟମ', 'ଅତରଙ୍ଗି ରେ' ଓ 'ରକ୍ଷା ବନ୍ଧନ ' ଭଳି ବଡ଼ ଚଳଚ୍ଚିତ୍ର ରହିଛି ।
ସମଗ୍ର ଦେଶରେ ପୁଣି ଥରେ କରୋନା ରୋଗ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଫିଲ୍ମ ଓ ଟିଭି ଇଣ୍ଡଷ୍ଟ୍ରିରେ କରୋନା ଭାଇରସ୍ ବହୁତ ଶୀଘ୍ର ବ୍ୟାପୁଛି । ଗୋଟିଏ ପରେ ଗୋଟିଏ ଅନେକ ତାରକା ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି । ନିକଟରେ ସିରିଏଲ 'ଅନୁପମା' ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ଓ ମୁଖ୍ୟ ଅଭିନେତା ସୁଧାଂଶୁ ପାଣ୍ଡେ ମଧ୍ୟ କରୋନା ପଜିଟିଭ୍ ହୋଇଥିବା ଜଣାପଡିଛି । ଏହା ବ୍ୟତୀତ କାର୍ତ୍ତିକ ଆର୍ୟାନ୍, ଆମୀର ଖାନ, ପରେଶ ରାୱଲ, ଆଲିଆ ଭଟ୍ଟ ଓ ଅନ୍ୟମାନେ ମଧ୍ୟ ଏହି ଭୂତାଣୁ ସହିତ ଲଢେଇ କରୁଛନ୍ତି ।