ଟାଇମ୍ ମାଗାଜିନର "Time100 Next” ତାଲିକାରେ ସ୍ଥାନ ପାଇଲେ ଆକାଶ ଅମ୍ବାନୀ

ରିଲାଏନ୍ସ ଜିଓ ଚେୟାରମ୍ୟାନ୍ ଆକାଶ ଅମ୍ବାନୀଙ୍କ ନାମ ଟାଇମ୍ ମାଗାଜିନରେ “Time100 Next List” ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ସେ ହେଉଛନ୍ତି ଏକମାତ୍ର ଭାରତୀୟ ଯିଏ ଏହି ତାଲିକାରେ ସାମିଲ ହୋଇଛନ୍ତି।

 ଆକାଶ ଅମ୍ବାନୀ

ଆକାଶ ଅମ୍ବାନୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ରିଲାଏନ୍ସ ଜିଓ ଚେୟାରମ୍ୟାନ୍ ଆକାଶ ଅମ୍ବାନୀଙ୍କ ନାମ ଟାଇମ୍ ମାଗାଜିନରେ “Time100 Next List” ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ସେ ହେଉଛନ୍ତି ଏକମାତ୍ର ଭାରତୀୟ ଯିଏ ଏହି ତାଲିକାରେ ସାମିଲ ହୋଇଛନ୍ତି। ଏଥି ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଓନଲି ଫ୍ୟାନ୍ସର ସିଇଓ ଥିବା ଭାରତୀୟ ମୂଳ ଅମ୍ରାପାଲି ଗନଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।

ଟାଇମ୍ ୧୦୦ nextରେ ବିଶ୍ୱ ୧୦୦ ଟି ଉଦୀୟମାନ ତାରକା ମାନ୍ୟତା ପାଇଛନ୍ତି ଯେଉଁମାନେ ବିଶ୍ୱକୁ ଉନ୍ନତ କରିବା ଓ ଭବିଷ୍ୟତକୁ ପରିଭାଷିତ କରିବା ପାଇଁ ଅସାଧାରଣ ପଦକ୍ଷେପ ନେଇଛନ୍ତି।

ମାଗାଜିନରେ ଆକାଶଙ୍କ ବିଷୟରେ ଉଲ୍ଲେଖ ରହିଛି ଯେ ସେ ଜଣେ ଭାରତୀୟ ବ୍ୟବସାୟ ପରିବାରର ଓ ବ୍ୟବସାୟରେ ତାଙ୍କର ଉନ୍ନତ ହେବାର ଆଶା କରାଯାଉଛି। ସେ ମଧ୍ୟ କଠିନ ପରିଶ୍ରମ କରୁଛନ୍ତି। ଜୁନ୍ ମାସରେ, ୩୦ ବର୍ଷିୟ ଜୁନିଅର ଅମ୍ବାନୀ ୪୨୬ ନିୟୁତରୁ ଅଧିକ ଗ୍ରାହକ ଥିବା ଭାରତର ବୃହତ୍ତମ ଟେଲିକମ୍ କମ୍ପାନୀ ଜିଓର ଚେୟାରମ୍ୟାନ୍ ଭାବରେ ପଦୋନ୍ନତି ଦିଆଯାଇଥିଲା।

ଆକାଶ ଅମ୍ବାନୀଙ୍କ ବିଷୟରେ ଟାଇମ୍ ମାଗଜିନ୍ କହିଛି ଯେ ଗୁଗୁଲ୍ ଓ ଫେସବୁକ୍ ସହିତ ବିଲିୟନ ଡଲାରର ପୁଞ୍ଜି ବିନିଯୋଗ କାରବାରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଆକାଶ ମାତ୍ର ୨୨ ବର୍ଷ ବୟସରେ ଜିଓ ବୋର୍ଡରେ ଏହା କରିଛନ୍ତି, ଯାହା ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା।

ଅମ୍ରାପାଲି ଗୁନଙ୍କୁ only fans ସାଇଟରେ ସିଇଓ ଭାବରେ ନିଯୁକ୍ତ କରାଯାଇଥିଲା,ଯେତେବେଳେ ସେ ଗୋଟିଏ କଣ୍ଟେଣ୍ଟ କ୍ରିଏଟର ସାଇଟରେ କାମ କରୁଥିଲେ। ତାଙ୍କ ନେତୃତ୍ୱରେ only fans ଫ୍ୟାନ୍ସ ଏକ ସୁରକ୍ଷା ଓ ସ୍ୱଚ୍ଛତା କେନ୍ଦ୍ର ଆରମ୍ଭ କରିଥିଲେ ଓ ପ୍ଲାଟଫର୍ମର ଲୋକପ୍ରିୟତା ବଢ଼ିବାରେ ଲାଗିଛି।

ଏହି ତାଲିକାରେ ବ୍ୟବସାୟ, ମନୋରଞ୍ଜନ, କ୍ରୀଡା, ରାଜନୀତି, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ଭବିଷ୍ୟତ ଗଠନ ଦିଗରେ ସହାୟକ ହେଉଥିବା ବ୍ଯକ୍ତି ୧୦୦ ଜଣଙ୍କ ନାମନେତା ଅନ୍ତର୍ଭୁକ୍ତ। ଏହି ତାଲିକାରେ ଆମେରିକୀୟ ଗାୟକ SZA, ଅଭିନେତ୍ରୀ ସିଡନୀ ସ୍ୱନି, ବାସ୍କେଟବଲ ଖେଳାଳି ଜା ମୋରାଣ୍ଟ, ସ୍ପେନର ଟେନିସ ଖେଳାଳି କାର୍ଲୋସ ଅଲକାରାଜ, ଅଭିନେତା ତଥା ଟେଲିଭିଜନ ବ୍ୟକ୍ତିତ୍ୱ କେକେ ପାମର ଓ ପରିବେଶ କାର୍ଯ୍ୟକର୍ତ୍ତା ଫରଭିଜା ଫରହାନ ମଧ୍ୟ ଅଛନ୍ତି।
Published by:Soumya Das
First published: