ଇତିହାସ ସୃଷ୍ଟିକଲା ତାନାଜୀ: ଦେଶର ୩ ସେନା ମୁଖ୍ୟ ଅଜୟ ଦେବଗନଙ୍କ ସହ ମିଶି ଦେଖିଲେ ତାନାଜୀ

ତାନାଜୀ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିବା ସହ ଆୟ କରୁଥିବାବେଳେ ଏକ ନୂଆ ଇତିହାସ ସୃଷ୍ଟି କରିଛି । ପ୍ରଥମଥର ଲାଗି ଦେଶର ତିନି ସେନା ପ୍ରମୁଖ ଏହି ଫିଲ୍ମଟିକୁ ଦେଖିଛନ୍ତି ।

ଇତିହାସ ସୃଷ୍ଟିକଲା ତାନାଜୀ: ଦେଶର ୩ ସେନା ମୁଖ୍ୟ ଅଜୟ ଦେବଗନଙ୍କ ସହ ମିଶି ଦେଖିଲେ ତାନାଜୀ
ଫିଲ୍ମର ଏକ ଦୃଶ୍ୟରେ ଅଜୟ ଦେବଗନ ଓ କାଜୋଲ
  • News18 Odia
  • Last Updated: January 21, 2020, 11:02 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ଼ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ତାନାଜୀ ଦି ଅନସଙ୍ଗ ଓ୍ବାରିଅରକୁ ସାରା ଦେଶରେ ଜବରଦସ୍ତ ଭଲପାଇବା ମିଳିଥିବା ବେଳେ ଫିଲ୍ମଟି ବର୍ତ୍ତମାନ ଆଉ ଏକ ଇତିହାସ ସୃଷ୍ଟି କରିଛି । ଦେଶର ତିନି ସେନାର ମୁଖ୍ୟ ପ୍ରଥମଥର ମିଳିତ ଏହି ଫିଲ୍ମଟିକୁ ଦେଖିଛନ୍ତି ଯାହା ଏହି ଫିଲ୍ମର ଲୋକପ୍ରିୟତାକୁ ଦର୍ଶାଉଛି ।

ଅବସରପ୍ରାପ୍ତ ନେଭି ଅଫିସର ହରିନ୍ଦର ସିଂ ସିକ୍କା ନିଜ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ୍ କରି ଲେଖିଛନ୍ତି କି ‘‘ତାନାଜୀ ଇତିହାସ ସୃଷ୍ଟି କରିଛି କାହିଁକି ନା ଏହି ଫିଲ୍ମକୁ ଦେଶର ତିନି ସେନା ପ୍ରମୁଖ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଭାଣେ, ନେଭି ମୁଖ୍ୟ ଆଡମିରାଲ କରମବୀର ସିଂ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶଲ ରାକେଶ କୁମାର ସିଂ ଭଦୋରିଆ ମିଳିତ ଭାବେ ଅଜୟ ଦେବଗନ ଓ କାଜୋଲଙ୍କର ଦେଶର ହିରୋଙ୍କ ଉପରେ ନିର୍ମିତ ଐତିହାସିକ ଚଳଚ୍ଚିତ୍ରକୁ ଦେଖିଛନ୍ତି । ସେମାନେ ଏହି ଫିଲ୍ମକୁ ଦିଲ୍ଲୀରେ ଦେଖିଛନ୍ତି । ବନ୍ଧୁମାନେ ଏହି ଫିଲ୍ମକୁ ନିଶ୍ଚିତ ଦେଖନ୍ତୁ ଏହା ସବୁଠାରୁ ନିଆରା‘‘ ।

ଏହା ସହ ହରିନ୍ଦର ସିକ୍କା ଏହି  ତିନି ସେନା ପ୍ରମୁଖଙ୍କ ସହ ଅଜୟ ଦେବଗନଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ପରେ ହରିନ୍ଦରଙ୍କ ଏହି  ଟୁଇଟ୍କୁ ସେୟାର କରି ଅଜୟ ଦେବଗନ ଲେଖିଛନ୍ତି କି ‘‘ ୩ ସେନା ପ୍ରମୁଖଙ୍କ ସହିତ ସନ୍ଧ୍ୟା ବିତାଇବାର ସମ୍ମାନ ପ୍ରାପ୍ତ କଲି । ତାନାଜୀକୁ ମିଳୁଥିବା ଭଲପାଇବା ଲାଗି ସମସ୍ତଙ୍କୁ ହୃଦୟର ସହ ଧନ୍ୟବାଦ ଅର୍ପଣ କରୁଛି’’ । ସେମାନଙ୍କ ସହିତ ପ୍ରଯୋଜକ ଭୁଷଣ କୁମାର ମଧ୍ୟ ଏହି ଫିଲ୍ମକୁ ଦେଖିଥିଲେ ।

ପୂର୍ବତନ ନେଭି ଅଫିସର ହରିନ୍ଦର ସିକ୍କାଙ୍କ ଦ୍ବାରା କରାଯାଇଥିବା ଟୁଇଟ୍


ସେହିପରି ଫିଲ୍ମର ଆୟ ସମ୍ପର୍କରେ ଦେଖିବା ତ ଏହି ଫିଲ୍ମଟି ଜଲଦି ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଥିବା ଜଣାପଡ଼ୁଛି । ଫିଲ୍ମଟି ବର୍ତ୍ତମାନ ସୁଦ୍ଧା ୧୬୭.୪୫ କୋଟି ଟଙ୍କା ଆୟ କରିସାରିଥିବାବେଳେ ହଲରେ ଦର୍ଶକ ଏହାକୁ ପ୍ରବଳ ଭଲପାଇବା ଦେଉଛନ୍ତି । କେବଳ ଛୁଟିଦିନ ନୁହେଁ ସପ୍ତାହର ଅନ୍ୟ ଦିନ ଗୁଡ଼ିକରେ ବି ଏହି ଫିଲ୍ମକୁ ଦେଖିବାକୁ ଦର୍ଶକ ହଲକୁ ଆସୁଛନ୍ତି ।
First published: January 21, 2020, 11:02 AM IST
corona virus btn
corona virus btn
Loading