ଅଜୟ ଦେବଗନ୍ ୨୨ ବର୍ଷ ପରେ ସଞ୍ଜୟ ଲୀଲା ଭନସାଲୀଙ୍କ ସହ କାମ କରିବେ ଏହି ଫିଲ୍ମରେ

ଅଜୟ ସୁଟିଂ ପାଇଁ ଫିଲ୍ମର ସେଟରେ ମଧ୍ୟ ପହଞ୍ଚିଛନ୍ତି । ତାଙ୍କ ସହ ଏହି ଫିଲ୍ମରେ ଆଲିଆ ଭଟ୍ଟ ମଧ୍ୟ ଅଛନ୍ତି । ଏଥିରେ ଆଲିଆଙ୍କ ଡାଇଲଗ୍ ଖୁବ୍ ଶକ୍ତିଶାଳୀ ରହିଛି । ଫିଲ୍ମର ଟିଜର୍ ରିଲିଜ୍ ହୋଇଛି ।

ଅଜୟ ଦେବଗନ୍ ୨୨ ବର୍ଷ ପରେ ସଞ୍ଜୟ ଲୀଲା ଭନସାଲୀଙ୍କ ସହ କାମ କରିବେ ଏହି ଫିଲ୍ମରେ
ଅଜୟ ଦେବଗନ୍‌
  • News18 Odia
  • Last Updated: February 27, 2021, 2:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡର ଭେଟେରାନ୍ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନସାଲୀ (Sanjay Leela Bhansali) ଓ ଅଭିନେତା ଅଜୟ ଦେବଗନ୍ (Ajay Devgan) ପ୍ରାୟ ୨୨ ବର୍ଷ ପରେ ଏକାଠି କାମ କରିବାକୁ ଯାଉଛନ୍ତି । ଏଥି ପାଇଁ ଅଜୟ ଆଜି ଠାରୁ ଶୁଟିଂ ଆରମ୍ଭ କରିବେ । ଏହି ଚଳଚ୍ଚିତ୍ରର ସେଟରେ ଅଜୟ ଦେବଗନଙ୍କ ସହ ଆଲିଆ ଭଟ୍ଟ (Alia Bhatt) ମଧ୍ୟ ସୁଟିଂ କରିବେ। ଅଜୟ ଦେବଗନ ସଞ୍ଜୟ ଲୀଲା ଭନସାଲୀଙ୍କ 'ଗଙ୍ଗୁବାଇ କାଠିଆବାଡି଼' (Gangubai Kathiawadi) ଫିଲ୍ମରେ ଅଭିନୟ କରୁଛନ୍ତି ।

‘ଗଙ୍ଗୁବାଇ କାଠିଆୱାଡି଼’ ଫିଲ୍ମର ଟିଜର୍‌ ଭନସାଲୀ ନିଜ ଜନ୍ମ ଦିନ ଅବସରରେ ରିଲିଜ୍‌ କରିଥିଲେ । ଏହି ଟିଜରରେ ଆମେ ଅଜୟ ଦେବଗନଙ୍କ ଝଲକ ଦେଖିବାକୁ ମିଳି ନ ଥିଲା, କିନ୍ତୁ ଟ୍ରେଲରେ ଅଜୟ ଦେବଗନଙ୍କୁ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ କେଉଁ ଚରିତ୍ରରେ ଅଭିନୟ କରୁଛନ୍ତି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ ପାଇନାହିଁ।

ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍ଫୋନ୍ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?

'ଗଙ୍ଗୁବାଇ କାଠିଆୱାଡି଼'ର ଟିଜରରେ ଆଲିଆଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି । ଫିଲ୍ମର ଟିଜରରେ 'ଗଙ୍ଗୁବାଇ କାଠିଆୱାଡ଼ି' ଏକ ଧଳା ଶାଢ଼ୀ ପିନ୍ଧିଥିବା ଦେଖାଯାଉଛନ୍ତି ଓ ନିଜ ଦୁଇ ହାତ ଉପରକୁ ଉଠାଇ ଅଭିବାଦନ କରୁଥିବା ଦେଖାଯାଇଛନ୍ତି । ଏହି ଫିଲ୍ମରେ ତାଙ୍କର କମାଠିପୁରାକୁ ଆସିବା ଠାରୁ ଆରମ୍ଭ କରି ରାଜନୀତିର ଯାତ୍ରା ବିଷୟରେ ଏକ ଝଲକ୍‌ ଦେଖାଇ ଦିଆଯାଇଛି । କେବଳ ସେତିକି ନୁହେଁ, ତାଙ୍କର ସଂଳାପ ମଧ୍ୟ ବହୁତ ଶକ୍ତିଶାଳୀ ଅଛି ।

ସଞ୍ଜୟ ଲୀଲା ଭନସାଲୀଙ୍କ ସହ ଅଜୟ ଦେବଗନ୍


ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବୀଭତ୍ସ ହତ୍ୟା; ମହିଳାଙ୍କ ମୁଣ୍ଡ କାଟି ନେଇ ବାକି ଶରୀରକୁ ଫିଙ୍ଗିଦେଲେ ରାସ୍ତାରେ

ଫିଲ୍ମରେ ଆଲିଆଙ୍କ ସଂଳାପ ଷ୍ଟାଇଲ୍‌ ଆଶ୍ଚର୍ଯ୍ୟଜନକ ହୋଇଛି । ଏକ ସଂଳାପରେ ଆଲିଆ କହୁଛନ୍ତି, ‘‘ଗଙ୍ଗୁ ଚନ୍ଦ୍ର ଥିଲା ଆଉ ଚନ୍ଦ୍ର ହିଁ ରହିବ।’’ ଅନ୍ୟ ଏକ ସଂଳାପରେ ଆଲିଆ ଗଙ୍ଗୁବାଇରେ ପରିଣତ ହୋଇ କହୁଛନ୍ତି, ‘‘ସମ୍ମାନର ସହ ବଞ୍ଚିବା ... କାହାକୁ ଭୟ ନ କରିବା ... ନା ପୋଲିସ, ବିଧାୟକ କିମ୍ବା ମନ୍ତ୍ରୀଙ୍କ ଠାରୁ ... କାହାରି ବାପକୁ ଭୟ ନ କରିବା…’’

‘ଗଙ୍ଗୁବାଇ କାଠିଆୱାଡି଼’ ଫିଲ୍ମର ଟିଜର ଏଇଠି ଦେଖନ୍ତୁ:




ଅଜୟ ଦେବଗନ ଓ ସଞ୍ଜୟ ଲୀଲା ଭନସାଲୀଙ୍କ ଦୁହେଁ ସାଙ୍ଗରେ ୧୯୯୯ର ଚଳଚ୍ଚିତ୍ର ‘ହମ ଦିଲ ଦେ ଚୁକେ ସନମ୍‌’ରେ କାମ କରିଥିଲେ । ଅଜୟ ଦେବଗନ ସେହି ଚଳଚ୍ଚିତ୍ରର ଦ୍ୱିତୀୟ ମୁଖ୍ୟ ହିରୋ ଥିଲେ ।



ସେହି ଚଳଚ୍ଚିତ୍ରରେ ସଲମାନ ଖାନ ଓ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଥିଲେ । ଏହା ସେହି ବର୍ଷର ସବୁ ଠାରୁ ସୁପରହିଟ୍ ଫିଲ୍ମ ଥିଲା । ଚଳଚ୍ଚିତ୍ରର ଗୀତଗୁଡିକ ଆଜି ପର୍ଯ୍ୟନ୍ତ ପସନ୍ଦ କରାଯାଉଛି ।
Published by: Anand Shankar Thankur Das
First published: February 27, 2021, 2:55 PM IST