News18 Odia Digital
ନୂଆ ଦିଲ୍ଲୀ: ପ୍ରେମିକା ସହ କିଛି ସମୟ ବିତାଇବାକୁ ଚାଁହୁଥିଲା ସାଙ୍ଗ। ତେଣୁ ମିଛରେ ବିମାନରେ ବୋମା ଥିବାର ମିଛ କଲ କରି ସୂଚନା ଦେଲା ଆଉ ଏକ ସାଙ୍ଗ। ଯାହା ଦ୍ୱାରା ବିମାନ କିଛି ସମୟ ପାଇଁ ଅଟକିଯିବ ଓ ସାଙ୍ଗ ଜଣଙ୍କ ତାଙ୍କ ପ୍ରେମିକା ସହ ସମୟ କାଟି ପାରିବେ। କିନ୍ତୁ ସବୁ ଯୋଜନା ବିଫଳ ହୋଇଗଲା। ଶେଷକୁ ବନ୍ଧା ହୋଇ ଜେଲ ଗଲା ସାଙ୍ଗ।
ଜାତୀୟ ରାଜଧାନୀର ଆଇଜି ବିମାନ ବନ୍ଦରରେ ସ୍ପାଇସଜେଟ(SpiceJet)ର ଦିଲ୍ଲୀ-ପୁଣେ ବିମାନରେ ବୋମା ଥିବା ନେଇ ମିଥ୍ୟା କଲ କରିଥିବାରୁ ୨୪ ବର୍ଷିୟ ଟ୍ରେନି ଟିକେଟ୍ ଏଜେଣ୍ଟଙ୍କୁ ଗିରଫ କରାଯାଇଛି।ଅଭିଯୁକ୍ତ ଏପରି କଲ କରିଥିଲେ ଯାହା ଦ୍ୱାରା ତାଙ୍କ ପିଲାଦିନର ବନ୍ଧୁ ପୁଣେ ଯାଉଥିବା ତାଙ୍କ ମହିଳା ବନ୍ଧୁମାଙ୍କ ସହ ଅଧିକ ସମୟ ବିତାଇ ପାରିବେ। ପୋଲିସର ସୂଚନାନୁସାରେ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅଭିନବ ପ୍ରକାଶ ଓ ସେ ଜାତୀୟ ରାଜଧାନୀର ଦ୍ୱାରକା ସେକ୍ଟର ୨୨ର ବାସିନ୍ଦା। ପ୍ରକାଶଙ୍କ ଗିରଫଦାରୀ ବିଷୟରେ ଶୁଣିବା ପରେ ତାଙ୍କର ଉଭୟ ସାଙ୍ଗ ପଳାଇ ଯାଇଥିଲେ।
https://odia.news18.com/news/trending/rajasthan-engineer-suspended-for-trying-to-touch-draupadi-murmu-feet-3ssd-14012023-ssd-148053.htmlସୂଚନାଯୋଗ୍ୟ, ଗୁରୁବାର ଦିନ ସ୍ପାଇସଜେଟ କଲ୍ ସେଣ୍ଟରକୁ SG-8938 ବିମାନରେ ବୋମା (Bomb in Flight)ସମ୍ପର୍କରେ ସୂଚନା ମିଳିଥିଲା। ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ସୂଚନା CISF କଣ୍ଟ୍ରୋଲ ରୁମକୁ ଦିଆଯାଇଥିଲା ଓ ପରେ ଏହାକୁ ଆଇଜି ବିମାନବନ୍ଦର(IG Airport) ପୋଲିସ ଷ୍ଟେସନକୁ ସୂଚନା ଦିଆଯାଇଥିଲା। ସେ କହିଛନ୍ତି ଯେ ଅଭିଯୋଗ ଗ୍ରହଣ କରିବା ପରେ ସମ୍ପୃକ୍ତ ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଥିଲା।
ଡେପୁଟି କମିଶନର (ବିମାନବନ୍ଦର) ରବି କୁମାର ସିଂ କହିଛନ୍ତି ଯେ ଅନୁସନ୍ଧାନ ବେଳେ ପୋଲିସ ଜାଣିବାକୁ ପାଇଲା ଯେ ଯେଉଁ ନମ୍ବରରୁ କଲ ଆସିଥିଲା ତାହା ପ୍ରକାଶଙ୍କର ଅଟେ, ଯାହା ପରେ ପ୍ରକାଶଙ୍କୁ ଗିରଫ କରାଯାଇଥିଲା। ସିଂ କହିଛନ୍ତି ଯେ ପଚରାଉଚରା ବେଳେ ପ୍ରକାଶ କହିଥିଲେ ଯେ ତାଙ୍କ ପିଲାଦିନର ବନ୍ଧୁ ରାକେଶ ଓ କୁନାଲ ସେହରାୱତ ନିକଟରେ ମନାଲି ଯାଇଥିଲେ ଓ ସେଠାରେ ସେମାନେ ଦୁଇଜଣ ମହିଳାଙ୍କ ସହ ବନ୍ଧୁତା କରିଥିଲେ। ଉଭୟ ମହିଳା ଗୁରୁବାର ଦିନ ପୁଣେକୁ ବିମାନ ନମ୍ବର SG-8938 ଯୋଗେ ଯାଉଥିଲେ।
https://odia.news18.com/photogallery/festival/history-significance-scientific-importance-of-makar-sankranti-3ssd-14012023-ssd-148017.htmlପ୍ରକାଶଙ୍କ ବନ୍ଧୁମାନେ ତାଙ୍କୁ କହିଥିଲେ ଯେ ସେମାନେ ନିଜ ସାଙ୍ଗମାନଙ୍କ ସହିତ ଅଧିକ ସମୟ ବିତାଇବାକୁ ଚାହୁଁଛନ୍ତି ଓ ବିମାନ ବିଳମ୍ବ କରିବାକୁ ଯୋଜନା କରିବାକୁ ମଧ୍ୟ କହିଛନ୍ତି। ପ୍ରକାଶ କଷ୍ଟମର କେୟାରକୁ କଲ କରି କହିଲେ, ବିମାନ ନମ୍ବର SG-8938 ରେ ଏକ ବୋମା ଅଛି। ପୋଲିସ କହିଛି ଯେ ଅଭିଯୁକ୍ତମାନେ ବିମାନରେ ଥିବା ମହିଳାଙ୍କ ସହ ଯୋଗାଯୋଗ କରିଥିଲେ ଓ ବିମାନ ବିଳମ୍ବ କିମ୍ବା ବାତିଲ ହୋଇଥିବା ଜାଣିବା ପରେ ସେମାନଙ୍କ ଯୋଜନାର ସଫଳତାକୁ ପାଳନ କରିଥିଲେ। ପୋଲିସ କହିଛି ଯେ ପ୍ରକାଶଙ୍କ ଗିରଫ ଖବର ପାଇବା ପରେ ସେହରାବତ ଓ ରାକେଶ ପଳାଇ ଯାଇଥିଲେ, ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।