ଏୟାରଟେଲ ଓ୍ବାଇ-ଫାଇ କଲିଂ ଏବେ ସମସ୍ତ ଘରୋଇ ବ୍ରଡବ୍ୟାଣ୍ଡ ନେଟଓ୍ବାର୍କରେ କାମ କରିବ

ଟେଲିଫୋନ ନେଟଓ୍ବାର୍କ କମ୍ପାନୀ ଏୟାରଟେଲ ଏକ ନୂଆ ଓ୍ବାଇଫାଇ କଲିଂ ପ୍ଲାନ ଆଣିଛି । ଏଥିରେ ସାରା ଦେଶରୁ ୟୁଜରମାନେ ଯେ କୌଣସି ଓ୍ବାଇଫାଇ ନେଟଓ୍ବାର୍କରୁ ଫ୍ରି କଲିଂ କରିପାରିବେ ।

ଏୟାରଟେଲ ଓ୍ବାଇ-ଫାଇ କଲିଂ ଏବେ ସମସ୍ତ ଘରୋଇ ବ୍ରଡବ୍ୟାଣ୍ଡ ନେଟଓ୍ବାର୍କରେ କାମ କରିବ
ଏୟାରଟେଲ ଓ୍ବାଇଫାଇ କଲିଂ ଯୋଜନା
  • News18 Odia
  • Last Updated: January 10, 2020, 5:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗୋଟିଏ ମାସରୁ କମ୍ ସମୟମଧ୍ୟରେ ଏକ ମିଲିୟନ ଓ୍ବାଇଫାଇ କଲିଂ ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପରେ ଏୟାରଟେଲ ପୁରା ଭାରତରେ ଏହି ସେବାକୁ ବିସ୍ତାର କରିବା ପାଇଁ ଯୋଜନା କରିଛି । ଏହା ଦ୍ବାରା ଟେଲିଫୋନ ଗ୍ରାହକମାନେ ଯେକୌଣସି ଓ୍ବାଇଫାଇ ବ୍ରଡବ୍ୟାଣ୍ଡ କନେକସନରୁ ଓ୍ବାଇଫାଇ କଲିଂର ଉପଯୋଗ କରିପାରିବେ । ଓ୍ବାଇଫାଇ କଲିଂ ସେବା ଯାହା ଗ୍ରାହକମାନଙ୍କୁ ଓ୍ବାଇଫାଇରେ ଭଏସ କଲ୍ କରିବାର ସୁବିଧା ଦେଇଥାଏ । ପ୍ରଥମରୁ ଏୟାରଟେଲ ଏକ୍ସଟ୍ରୀମ ଫାଇବର ହୋମ ବ୍ରଡବ୍ୟାଣ୍ଡରେ ସୀମିତ ଥିଲା ।

ଏହି ଘୋଷଣା ଜିଓର ଓ୍ବାଇଫାଇ କଲିଂ ସେବା ଘୋଷଣାର ଗୋଟିଏ ଦିନ ପରେ ହୋଇଛି । ଏଥିରେ ଗ୍ରାହକଙ୍କୁ ଭଏସ ଏବଂ ଭିଡିଓ କଲିଂ କରିବାର ସୁବିଧା ଦିଆଯାଇଛି । ଏାୟାରଟେଲ ଫ୍ରି ଓ୍ବାଇଫାଇ କଲିଂ ସେବା ଗୁଜୁରାଟ, ହରିଆନା, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ପୂର୍ବ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ସମେତ ପୁରା ଭାରତରେ ଉପଲବ୍ଧ ହେବ । ଏହି ସେବା ଦିଲ୍ଲୀ ଏନସିଆରରୁ ଆରମ୍ଭ ହୋଇ ପରେ ମୁମ୍ବାଇ, କଲିକତା, ଆନ୍ଧ୍ରପ୍ରଦେଶ, କର୍ନାଟକ ଏବଂ ତାମିଲନାଡୁ ଦୂରସଞ୍ଚାର ସର୍କଲରେ ଉପଲବ୍ଧ କରାଯାଇଛି ।

ତେବେ ବଡ଼ ପରିବର୍ତ୍ତନ ଏହା ହେଉଛି କି ଏୟାରଟେଲର ଗ୍ରାହକ ବର୍ତ୍ତମାନ ଯେ କୌଣସି ଓ୍ବାଇଫାଇ କଲିଂ ସେବାର ଉପଯୋଗ କରିପାରିବେ । ଏୟାରଟେଲ ନିଜର ଓ୍ବେବସାଇଟରେ ଏ ସମ୍ପର୍କରେ ସୂଚନା ଦେଇଛି ଯାହା ପୂର୍ବରୁ କେବଳ ନିଜର ବ୍ରଡବ୍ୟାଣ୍ଡ ପାଇଁ ଉପଲବ୍ଧ ଥିଲା ।

ଏହି ସେବା ପାଇବା ଲାଗି ହେଲ ଏୟାରଟେଲର ପ୍ରିପେଡ ଅଥବା ପୋଷ୍ଟପେଡ କେନକସନ୍  ସହ ଏକ ସ୍ମାର୍ଟ ଫୋନ ଯାହା ଓ୍ବାଇଫାଇରେ ଶବ୍ଦ ସମ୍ଭାଳିବାର ଦକ୍ଷତା ରଖୁଥିବ । ଏହାର ଅପଡେଟ ଲାଗି ଗ୍ରାହକଙ୍କୁ ନ୍ୟୁନତମ ସଫ୍ଟଓ୍ବାର ଉପଯୋଗ କରିବାକୁ ପଡ଼ିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏଣ୍ଡ୍ରୋଏଡ ଉପଭୋକ୍ତା ସେଟିଂକୁ ଯାଇ ନିଜ ଫୋନର ସଫଓ୍ବାର ଅପଡେଟ ଯାଞ୍ଚ କରନ୍ତୁ । ସେହିପରି ଆପଲ ଉପଭୋକ୍ତା ସେଟିଂରେ ସେଲ୍ୟୁଲାର ବିକଳ୍ପକୁ ଯାଇ ଭୋଲ୍ଟି କିମ୍ବା ଓ୍ବାଇଫାଇ କଲିଂ ବିକଳ୍ପକୁ ଚାଲୁ ରଖିବା ଆବଶ୍ୟକ ।

ବର୍ତ୍ତମାନ ଆପଲ ଆଇଫୋନ ଯେଉଁଥିରେ ଏୟାରଟେଲ ଓ୍ବାଇଫାଇ କଲିଂ କାମ କରୁଛି ସେଗୁଡ଼ିକ ହେଲା ଆଇଫୋନ୧୧ ପ୍ରୋ, ଆଇଫୋନ ୧୧, ଆଇଫୋନ ଏକ୍ସଆର, ଆଇଫୋନ ଏକ୍ସଏସ୍, ଆଇଫୋନ ଏକ୍ସଏସମାକ୍ସ, ଆଇଫୋନ ଏକ୍ସ, ଆଇଫୋନ ୭, ଆଇଫୋନ୮ ପ୍ଲସ,  । ସେହିପରି ଓ୍ବାନପ୍ଲସ ୭, ଓ୍ବାନପ୍ଲସ ୭ ପ୍ରୋ, ୭ଟି, ୭ଟି ପ୍ରୋ,  । ସାଓମି ଫୋନମାନଙ୍କ ମଧ୍ୟରେ ରେଡମି କେ୨୦, ରେଡମି କେ୨୦ ପ୍ରୋ ଏବଂ ପକୋ ଏଫ୧ରେ ଏୟାରଟେଲ ଫ୍ରି ଓ୍ବାଇଫାଇ କଲିଂ କାମ କରୁଛି । ବର୍ତ୍ତମାନ ସାମସଙ୍ଗ ଗାଲାକ୍ସି ଜେ୬, ଗାଲାକ୍ସି ଅନ୬, ଗାଲାକ୍ସି ଏମ୩୦ ଏବଂ ଗାଲାକ୍ସି ଏ ୧୦ରେ ଉପଲବ୍ଧ ରହିଛି ।
First published: January 10, 2020, 5:25 PM IST
corona virus btn
corona virus btn
Loading