ଏହି ବ୍ୟାଙ୍କ ସେଭିଂ ଆକାଉଣ୍ଟରେ ସୁଧ ହାର ବୃଦ୍ଧି କଲା
News18 Odia Digital
ନୂଆ ଦିଲ୍ଲୀ: କରୋନା ମହାମାରୀର ଏହି ଯୁଗରେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଗ୍ରାହକଙ୍କୁ ବହୁତ ଆରାମ ଦେଇଛି । ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଗ୍ରାହକଙ୍କ ସେଭିଂ ଆକାଉଣ୍ଟରେ ସୁଧ ହାର ବୃଦ୍ଧି କରିଛି । ବର୍ତ୍ତମାନ ଏୟାରଟେଲ ପେମେଣ୍ଟ ବ୍ୟାଙ୍କର ସଞ୍ଚୟ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କାରୁ ଅଧିକ ଜମା ଉପରେ ବାର୍ଷିକ ୬% ସୁଧ ମିଳିବ ।ବର୍ତ୍ତମାନ ଏୟାରଟେଲ ପେମେଣ୍ଟ ବ୍ୟାଙ୍କରେ ୫.୫ କୋଟିରୁ ଅଧିକ ଗ୍ରାହକ ଅଛନ୍ତି ।
ଜାଣନ୍ତୁ କ’ଣ କହିଲା ବ୍ୟାଙ୍କ?ଏୟାରଟେଲ ପେମେଣ୍ଟସ ବ୍ୟାଙ୍କ କହିଛି ଯେ ନୂତନ ଆରବିଆଇ ଗାଇଡଲାଇନ ଅନୁଯାୟୀ ପେମେଣ୍ଟସ ବ୍ୟାଙ୍କର ସଞ୍ଚୟ ଖାତାର ଦୈନିକ ସୀମା ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଏହାକୁ ପ୍ରଥମେ କାର୍ଯ୍ୟକାରୀ କରିଛି । ଏୟାରଟେଲରେ ୫.୫ କୋଟିରୁ ଅଧିକ ଉପଭୋକ୍ତା ଅଛନ୍ତି । ଏଥି ସହିତ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଉପରେ ବାର୍ଷିକ ସୁଧ ହେଉଛି ୨.୫ ପ୍ରତିଶତ ରହିଛି । ଏୟାରଟେଲ ପେମେଣ୍ଟ ବ୍ୟାଙ୍କରେ ୫ ଲକ୍ଷ ବ୍ୟାଙ୍କିଙ୍ଗ ପଏଣ୍ଟ ରହିଛି । ବ୍ୟାଙ୍କ ଉଭୟ ସହରୀ ଡିଜିଟାଲ୍ ଓ ଗ୍ରାମୀଣ ଅଣ୍ଡରବ୍ୟାଙ୍କ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ୍ ସେବା ଯୋଗାଏ ।
ଗ୍ରାହକଙ୍କ ପାଇଁ ହେବ ବଡ଼ ଲାଭଏୟାରଟେଲ ପେମେଣ୍ଟସ ବ୍ୟାଙ୍କର ସିଇଓ ଅନୁବ୍ରତ ବିଶ୍ୱ କହିଛନ୍ତି ଯେ ଆରବିଆଇରୁ ସଞ୍ଚୟ ଜମା ସୀମା ବୃଦ୍ଧି ପେମେଣ୍ଟ ବ୍ୟାଙ୍କ ପାଇଁ ଏକ ବଡ ପଦକ୍ଷେପ । ଆମର ୫ ଲକ୍ଷରୁ ଅଧିକ ବ୍ୟାଙ୍କିଂ ପଏଣ୍ଟ ଓ ସୁରକ୍ଷା ଡିଜିଟାଲ ପ୍ଲାଟଫର୍ମ ଅଛି । ଉପଭୋକ୍ତାମାନେ ଏକ ସୁରକ୍ଷିତ ଢଙ୍ଗରେ ଡିଜିଟାଲ୍ କାରବାର କରିପାରିବେ । ଉଭୟ ସହରୀ ଡିଜିଟାଲ ଓ ଗ୍ରାମୀଣ ଗ୍ରାହକଙ୍କ ଦୃଷ୍ଟିରୁ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ବଜାର ଅଗ୍ରଣୀ ଅଟେ । ଏୟାରଟେଲ ଥ୍ୟାଙ୍କସ ଆପରୁ (Airtel Thanks App) ଭିଡିଓ କଲ ମାଧ୍ୟମରେ ଏୟାରଟେଲ ପେମେଣ୍ଟସ ବ୍ୟାଙ୍କରେ ଏକ ଆକାଉଣ୍ଟ ଖୋଲାଯାଇପାରିବ । ବ୍ୟାଙ୍କ Rewards123 ନାମକ ଏକ ଡିଜିଟାଲ୍ ସେଭିଂ ଆକାଉଣ୍ଟ୍ ପ୍ରଦାନ କରେ । ଯାହା ଡିଜିଟାଲ୍ କାରବାର କରୁଥିବା ଗ୍ରାହକଙ୍କୁ ଏକ ମୂଲ୍ୟବାନ ସେବା ପ୍ରଦାନ କରିଥାଏ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।