Airtelର ସବୁଠୁ ଶସ୍ତା ପ୍ଲାନ! ମାତ୍ର ୧୯ ଟଙ୍କାରେ ମିଳିବ ମାଗଣା କଲିଂ ଓ ଇଣ୍ଟରନେଟ୍ ଡାଟା, ଜାଣନ୍ତୁ ବୈଧତା

Airtel ୧୯ ଟଙ୍କା ପରି ଏକ ଶସ୍ତା ପ୍ଲାନ ମଧ୍ୟ ପ୍ରଦାନ କରେ । ଯେଉଁଥିରେ ମାଗଣା ଅସୀମିତ କଲିଂ ଓ ଡାଟା ମଧ୍ୟ ଉପଲବ୍ଧ ରହିଛି । ଆଜି ଆମେ ଆପଣଙ୍କୁ ଏୟାରଟେଲର (Airtel) ଏହି ଅତି ଶସ୍ତା ପ୍ଲାନ ବିଷୟରେ କହୁଛୁ ...

Airtelର ସବୁଠୁ ଶସ୍ତା ପ୍ଲାନ! ମାତ୍ର ୧୯ ଟଙ୍କାରେ ମିଳିବ ମାଗଣା କଲିଂ ଓ ଇଣ୍ଟରନେଟ୍ ଡାଟା, ଜାଣନ୍ତୁ ବୈଧତା
Airtel ର ସବୁଠୁ ଶସ୍ତା ପ୍ଲାନ!
  • News18 Odia
  • Last Updated: March 13, 2021, 1:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ରିଚାର୍ଜ (Recharge) କରିବା ପାଇଁ ଅଧିକାଂଶ ଲୋକ ଶସ୍ତା, ଲାଭଦାୟକ ଓ ଅଧିକ ବେନିଫିଟ ଦେଉଥିବା ପ୍ଲାନ ଖୋଜିଥାନ୍ତି । ଯଦି ଆପଣଙ୍କ କ୍ଷେତ୍ରରେ ଏହା ହୁଏ ତେବେ ଆଜିର ସମୟରେ ଟେଲିକମ୍ କମ୍ପାନୀଗୁଡିକ (Telecom companies) ମଧ୍ୟରେ ଚାଲିଥିବା ପ୍ରତିଦ୍ବନ୍ଦିତା ମଧ୍ୟରେ ଶସ୍ତା ପ୍ଲାନ ପାଇବା ସମ୍ଭବ । କମ୍ପାନୀଗୁଡିକ ଗ୍ରାହକଙ୍କୁ ଏକରୁ ଅଧିକ ଶସ୍ତା ପ୍ଲାନ ପ୍ରଦାନ କରୁଛନ୍ତି । ଅଧିକାଂଶ ସମୟରେ ଆମେ ଫୋନ୍ ରିଚାର୍ଜ କରିବା ସମୟରେ ଡାଟା ଓ ଲାଭ ଦେଖୁ ।

ଅନେକ ଥର ଆମେ ଅଧିକ ଡାଟା ଚାହୁଁନାହୁଁ ଓ କେବଳ କଲିଂ ପାଇଁ ପ୍ଲାନ ଚାହୁଁଥାଉ । ଏପରି ପରିସ୍ଥିତିରେ ଯଦି ଆପଣ ଏକ ପ୍ଲାନ ପାଉଛନ୍ତି ଯାହା ୨୦ ଟଙ୍କାରୁ କମ୍, ତେବେ ଆପଣ କ’ଣ କରିବେ? ହଁ ଆଜ୍ଞା, ଏୟାରଟେଲ ଏହାର ଗ୍ରାହକଙ୍କ ପାଇଁ ଏପରି ଶସ୍ତା ପ୍ଲାନ ପ୍ରଦାନ କରେ । ଯେଉଁଥିରେ ଗ୍ରାହକମାନେ କମ୍ ଦରରେ ମାଗଣା କଲିଂର ଲାଭ ପାଇଥା’ନ୍ତି ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ବର୍ବରତା: ଅବୈଧ ପ୍ରେମ ଅଭିଯୋଗରେ ପୁରୁଷ ମହିଳାଙ୍କ ହାତ ବାନ୍ଧି ଗାଁ ଦାଣ୍ଡରେ ବୁଲାଇଲେ

ଏୟାରଟେଲ ପ୍ରିପେଡ୍ ରିଚାର୍ଜ ତାଲିକାରେ ୧୯ ଟଙ୍କା ପରି ଏକ ଶସ୍ତା ପ୍ଲାନ ମଧ୍ୟ ପ୍ରଦାନ କରିଥାଏ । ଯାହା ଗ୍ରାହକମାନେ ମାଗଣା କଲିଂ ପାଇଁ ରିଚାର୍ଜ କରିପାରିବେ । ଜାଣନ୍ତୁ ଏୟାରଟେଲର ଅତି ଶସ୍ତା ୧୯ ଟଙ୍କା ପ୍ଲାନ ବିଷୟରେ । ଯେଉଁଥିରେ ମାଗଣା କଲିଂ ସହ ଡାଟା ମଧ୍ୟ ଉପଲବ୍ଧ, ଓ ମୂଲ୍ୟ ବହୁତ କମ୍ ।

ଏହା ବି ପଢ଼ନ୍ତୁ | ବିଧାନ ସଭା ଭିତରେ MLA ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ କଲେ; କହିଲେ, ‘‘ସରକାର ଶୁଣୁନାହାନ୍ତି’’

ଏୟାରଟେଲ ଏହି ପ୍ଲାନକୁ 'Truly Unlimited' ବର୍ଗରେ ରଖିଛି । ଅର୍ଥାତ୍ ଏଥିରୁ ଅନଲିମିଟେଡ଼ କଲିଂ ମିଳିଥାଏ । ଏହି ପ୍ଲାନର ବିଶେଷତା ବିଷୟରେ କହିବାକୁ ଗଲେ ଏହା ହେଉଛି ଏହାର ମାଗଣା କଲ୍, କାରଣ ଏତେ କମ୍ ଦାମରେ, 'Unlimited Call' ବହୁତ ଲାଭଦାୟକ ହୋଇଥାଏ ।



ଯଦିଓ ଏହି ପ୍ଲାନର ବୈଧତା ଗ୍ରାହକମାନଙ୍କ ପାଇଁ ସୀମିତ ହୋଇପାରେ । ଏହି ପ୍ଲାନର ବୈଧତା ମାତ୍ର ୨ ଦିନ ରହିଛି । ତେଣୁ ଏୟାରଟେଲ ଗ୍ରାହକମାନେ ୧୯ ଟଙ୍କା ରିଚାର୍ଜ କରି ଦୁଇ ଦିନ ମାଗଣାରେ କଥା ହୋଇପାରିବେ । ଅନ୍ୟପକ୍ଷରେ ଇଣ୍ଟରନେଟ୍ ଡାଟା ବିଷୟରେ କହିବାବେଳେ ଏଥିରେ ଗ୍ରାହକଙ୍କୁ ୨୦୦MB ଡାଟା ଦିଆଯାଉଛି । ଏହି ପ୍ଲାନରେ କୌଣସି ମାଗଣା SMS ସୁବିଧା ନାହିଁ ।
Published by: Jagdish Barik
First published: March 13, 2021, 1:18 PM IST