News 18 Odia Digital
Vistara airlines offer; ଯଦି ଆପଣଙ୍କର ଦେଶ ତଥା ବିଦେଶରେ କେଉଁ ସ୍ଥାନକୁ ବିମାନରେ ଯାତ୍ରା କରିବାର ଅଛି ତାହେଲେ ଏହା ଆପଣଙ୍କ ପାଇଁ ଖୁସି ଖବର । କାରଣ ଆପଣ ଶସ୍ତାରେ ଟିକେଟ ବୁକିଂ କରିପାରିବେ । ଟାଟା ଗ୍ରୁପ ପ୍ରିମିୟମ ଏୟାରଲାଇନସ୍ ଭିସ୍ତାରା ଆପଣଙ୍କୁ ଏହି ସୁଯୋଗ ଦେଉଛି । ଅଷ୍ଟମ ବାର୍ଷିକୀରେ ଭିସ୍ତାରା ଏହି ଅଫର ଯାତ୍ରୀଙ୍କ ପାଇଁ ରଖିଥିବା ସୂଚନା ମିଳିଛି ।
ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭିସ୍ତାରାର ଏକ ଟୁଇଟ ରହିଛି ଯେଉଁଥିରେ କମ୍ପାନି ଲେଖିଛି ଯେ, ଯାତ୍ରା ପାଇଁ ଆପଣ ଆଗୁଆ ସିଟ ଚୟନ କଲେ ଆକ୍ସେସ ବ୍ୟାଗେଜ ଉପରେ ପ୍ରାୟ ୨୩ ପ୍ରତିଶତ ରିହାତି ପାଇପାରିବେ ।
ଏହା ହେଉଛି ଭିସ୍ତାର ପକ୍ଷରୁ ଜାରି ହୋଇଥିବା ଅଫିସିଆଲ ଲିଙ୍କ୍ ।
https://bit.ly/3IFmP90
https://twitter.com/airvistara/status/1612063484006789123?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1612063484006789123%7Ctwgr%5E5994def3b9a630c3f42f4946b85dd0733775cc22%7Ctwcon%5Es1_&ref_url=https%3A%2F%2Fzeenews.india.com%2Fhindi%2Fbusiness%2Ftata-group-vistara-airlines-sale-2023-now-you-can-book-ticket-in-1899-rupess-only%2F1520880
ତେବେ ସୂଚନା ମୁତାବକ ଏହି ଅଫର ଆଉ ୩ ଦିନ ରହିଛି । ଅର୍ଥାତ ଜାନୁଆରୀ ୧୨ ତାରିଖ ଭିତରେ ଟିକେଟ ବୁକିଂ କଲେ ଆପଣ ଏହି ସୁବିଧା ପାଇପାରିବେ । ଦେଶ ଭିତରେ ଆପଣ ମାତ୍ର ୧୮୯୯ ଟଙ୍କାରେ ଆପଣ ବିମାନଯାତ୍ରା କରିପାରିବେ । ସେହିପରି ଆନ୍ତର୍ଜାତୀୟ ଟିକେଟର ଦାମ ୧୩,୨୯୯ ଟଙ୍କାରୁ ଆରମ୍ଭ ହୋଇଥିବା ସୂଚନା ମିଳିଛି ।
ଯାତ୍ରା କରିବାର ସମୟସୀମାଭିସ୍ତାରା ଏହି ଅଫର ମାଧ୍ୟମରେ ସମୟସୀମା ମଧ୍ୟ ଧାର୍ଯ୍ୟ କରିଛି । ଜାନୁଆରୀ ୨୩ରୁ ସେପ୍ଟେମ୍ୱର ୩୦ ମଧ୍ୟରେ ଯାତ୍ରା କରିବା ପାଇଁ ଆପଣ ଏହି ଅଫରରେ ଟିକେଟ ବୁକିଂ କରିପାରିବେ । ଏହି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଟିକେଟ କାଟିଲେ ଆପଣଙ୍କୁ ଆଗୁଆ ସିଟ୍ ଚୟନ ଓ ଆକ୍ସେସ ବ୍ୟାଗେଜ ଉପରେ ୨୩% ରିହାତି ମିଳିବ ।
https://odia.news18.com/news/odisha/elephant-fear-in-chandanpur-more-than-50-employees-of-the-forest-department-are-there-4srm-090123-srm-amp-146911.htmlPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।