News 18 Odia Digital
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ କର୍ମଚାରୀଙ୍କ କମାଯାଇଥିବା ଦରମା ପୁଣି ଥରେ ବଢ଼ିବ ବୋଲି ଘୋଷଣା କରିଛନ୍ତି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ । ଏୟାର ଇଣ୍ଡିଆ ସିଇଓ ଏବଂ ମ୍ୟାନେଜିଂ ଡିରେକ୍ଟରଙ୍କ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରୁ ଷ୍ଟାପ୍ମାନଙ୍କର ଦରମା ପୁଣି ପୂର୍ବାବସ୍ଥାକୁ ଫେରାଇ ଅଣାଯିବାର କାର୍ଯ୍ୟକ୍ରମ ରହିଛି ।
କରୋନା ପରିସ୍ଥିତି ପାଇଁ ବିମାନ କର୍ତ୍ତୃପକ୍ଷ ସବୁ ଷ୍ଟାପ ବା କର୍ମଚାରୀମାନଙ୍କ ଦରମା ହ୍ରାସ କରିଥିଲେ। ଏୟାର ଲାଇନ୍ସକୁ ଟାଟା ନେବା ପରେ କର୍ମଚାରୀମାନଙ୍କର ଦରମା ବଢ଼ାଇବା ପାଇଁ ଘୋଷଣା କରାଯାଇଛି । ଯାତ୍ରୀଙ୍କ ଅଭାବ ଯୋଗୁ ବିମାନ କର୍ତ୍ତୃପକ୍ଷ ବହୁତ କ୍ଷତିରେ ଚାଲୁଥିଲେ । ଫଳରେ ଷ୍ଟାପମାନଙ୍କର ଦରମା ହ୍ରାସ କରାଯାଇଥିଲା । ଇଣ୍ଡିଗୋ ନଭେମ୍ବରରୁ ଏହାର ପାଇଲଟ୍ମାନଙ୍କ ଦରମାକୁ ପ୍ରି-କୋଭିଡ୍ ସ୍ତରକୁ ଫେରାଇ ଆଣିବାକୁ ଯୋଜନା କରୁଛି ବୋଲି ବିମାନ କାର୍ଯ୍ୟର ମୁଖ୍ୟ କର୍ମଚାରୀମାନଙ୍କୁ ଲେଖିଛନ୍ତି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।