News18 Odia Digital
Nepal Plane Crash: ନେପାଳର ପୋଖରାଠାରେ ୟତି ଏୟାରଲାଇନ୍ସ ATR-72 ବିମାନ ଦୁର୍ଘଟଣାରେ ୬୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ସମ୍ପର୍କରେ ନେପାଳରେ ଦିନିକିଆ ଜାତୀୟ ଶୋକ ଘୋଷଣା କରାଯାଇଛି।
ଏହି ଦୁର୍ଘଟଣାରେ ଏୟାର ହୋଷ୍ଟେସ୍ ଓସିନ୍ ଆଲେଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଯିଏ ଦୁର୍ଘଟଣା ପୂର୍ବରୁ ବିମାନ ଭିତରୁ ଏକ ଟିକଟକ୍ ଭିଡିଓ ସେୟାର କରିଥିଲେ, ଯାହା ବର୍ତ୍ତମାନ ଭାଇରାଲ ହେଉଛି। କିଏ ଜାଣିଥିଲା ଏହା ଓସିନଙ୍କର ଶେଷ ଭିଡିଓ ହେବ ବୋଲି। ଭିଡିଓ ଦେଖିବା ପରେ ସମସ୍ତଙ୍କ ଆଖିରେ ଲୁହ ଆସିଯାଉଛି।
ଏହି ଭିଡିଓରେ ‘ପେହଲା ନଶା ପେହଲା ଖୁମାର’ ଗୀତ ଶୁଣିବାକୁ ମିଳୁଛି ମୃତ୍ୟୁ ବରଣ କରିଥିବା ସୁନ୍ଦର ଓସିନ୍ ହସୁଥିବା ଦେଖାଯାଉଛନ୍ତି। ସେ ଭିଡିଓ ପ୍ରସ୍ତୁତ କରିବା ସମୟରେ ଯାତ୍ରୀମାନେ ବିମାନରେ ଆସି ନଥିଲେ।
ଅନ୍ୟପକ୍ଷରେ, ଏହି ଦୁର୍ଘଟଣା ସମ୍ପର୍କରେ ନେପାଳର ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ବିମାନ ଦୁର୍ଘଟଣା ପାଣିପାଗ କାରଣରୁ ନୁହେଁ ବରଂ ବୈଷୟିକ ତ୍ରୁଟି ହେତୁ ଘଟିଛି। ଏହି ଦୁର୍ଘଟଣାରେ ନେପାଳର ଫେମସ ଗାୟକ ନୀରା ଛନ୍ତୟାଲ ମଧ୍ୟ ଜଣେ ଯାତ୍ରୀ ଥିଲେ। ସେ କିଛି କାର୍ଯ୍ୟକ୍ରମରେ ଗୀତ ଗାଇବାକୁ ଯାଉଥିଲେ। ତାଙ୍କର ବି ମୃତ୍ୟୁ ଘଟିଛି।
ନେପାଳ ବିମାନ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରି କହିଛନ୍ତି, ‘‘ନେପାଳରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ମୁଁ ଆଘାତ ପାଇଛି, ଯେଉଁଥିରେ ଭାରତୀୟ ନାଗରିକଙ୍କ ସମେତ ବହୁମୂଲ୍ୟ ଜୀବନ ଚାଲିଯାଇଛି। ଦୁଃଖର ଏହି ସମୟରେ, ମୋର ପ୍ରାର୍ଥନା ଶୋକସନ୍ତପ୍ତ ପରିବାର ସହିତ ଅଛି।’’
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।