ବିଲକିସ ଆପଣଙ୍କ ଝିଅ ନୁହଁନ୍ତି କି? କୁଆଡେ ଗଲା ବେଟି ବିଚାଓ..PMଙ୍କୁ ଓୱାଇସିଙ୍କ ପ୍ରଶ୍ନ

ବିଲକିସ ଆପଣଙ୍କ ଝିଅ ନୁହଁନ୍ତି କି? କୁଆଡ଼େ ଗଲା ଆପଣଙ୍କ 'ବେଟି ବାଚାଓ, ବେଟି ପଢ଼ାଓ' ସ୍ଲୋଗାନ: PMଙ୍କୁ ଓୱାଇସିଙ୍କ ପ୍ରଶ୍ନ

ଅସାଦୁଦ୍ଦିନ ଓୱାଇସି

ଅସାଦୁଦ୍ଦିନ ଓୱାଇସି

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱାଇସି ବିଲକିସ୍ ବାନୋ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଲକିସ ଆପଣଙ୍କ ଝିଅ ନୁହେଁ କି ବୋଲି କହିଛନ୍ତି ଓୱାଇସି । ସେ ମୋଦିଙ୍କ 'ବେଟି ବାଚାଓ, ବେଟି ପଢ଼ାଓ' ସ୍ଲୋଗାନ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି।

ଓୱାଇସି ଏକ ସମାବେଶକୁ ସମ୍ବୋଧିତ କରି କହିଛନ୍ତି,"ବିଜେପି ସରକାର ଏଭଳି କୁକୁରମାନଙ୍କୁ ଛାଡିଦିଆନ୍ତି ଯେଉଁମାନେ ମହିଳାଙ୍କ ଦୁଷ୍କର୍ମ କରୁଛନ୍ତି। ବିଜେପିର ମାନବିକତା କୁଆଡେ ଗଲା? କୁଆଡେ ଗଲା ପ୍ରଧାନମନ୍ତ୍ରୀଙ୍କ 'ବେଟି ବାଚାଓ, ବେଟି ପଢ଼ାଓ' ସ୍ଲୋଗାନ?

ଗର୍ଭବତୀ ବିଲକିସ୍ ବାନୋ ଓ ତାଙ୍କ ମା ଓ ଅନ୍ୟ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଜାମିନ ଦେଇ ପିଏମ ମୋଦିଙ୍କ ସ୍ଲୋଗାନକୁ ବିଜେପି ସରକାର ମିଥ୍ୟା ବୋଲି ପ୍ରମାଣ କରିଛନ୍ତି ବୋଲି କହିଛନ୍ତି ଓୱାଇସି । ୨୦୦୨ ବିଲକିସ୍ ବାନୋ ମାମଲାରେ ଗୁଜୁରାଟ ସରକାର ଗତ ମାସରେ ୧୧ ଜଣ ଦୋଷୀଙ୍କୁ ଜାମିନ ପ୍ରଦାନ କରିଥିଲେ।

ଜାନୁୟାରୀ ୨୧, ୨୦୦୮ ରେ, ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ୧୧ ଜଣଙ୍କୁ ବିଲକିସ୍ ବାନୋଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।
Published by:Soumya Das
First published: