ପତ୍ନୀ ଓ ଶାଶୁଙ୍କ ନିର୍ଯାତନା ସହିନପାରି ଫାଶୀ ଲଗାଇଲେ ଯୁବକ; ବାପା ଏଫ୍ଆଇଆର୍ ଦାଖଲ କଲେ

ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅର ପତ୍ନୀ ଓ ତାଙ୍କ ଶାଶୁ ମିଳିତ ଭାବେ ସବୁବେଳେ ଟଙ୍କା ମାଗୁଥିଲେ । ଯେତେବେଳେ ପୁଅ ସେମାନଙ୍କୁ ଟଙ୍କା ଦେଇ ପାରୁନଥିଲେ ସେତେବେଳେ ତାଙ୍କୁ ମାଡ଼ପିଟ କରୁଥିଲେ। ଏହି କାରଣରୁ ତାଙ୍କ ପୁଅ ଆତ୍ମହତ୍ୟା କରିଛନ୍ତି ।

ପତ୍ନୀ ଓ ଶାଶୁଙ୍କ ନିର୍ଯାତନା ସହିନପାରି ଫାଶୀ ଲଗାଇଲେ ଯୁବକ; ବାପା ଏଫ୍ଆଇଆର୍ ଦାଖଲ କଲେ
ପତ୍ନୀ ଓ ଶାଶୁଙ୍କ ନିର୍ଯାତନା ସହିନପାରି ଫାଶୀ ଲଗାଇଲେ ଯୁବକ
  • News18 Odia
  • Last Updated: January 10, 2021, 11:35 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଗୁଜୁରାଟ: ଅହମ୍ମଦାବାଦ ନରୋଡାଠାରେ ଜଣେ ଯୁବକ ନିଜ ଶାଶୁ ଓ ପତ୍ନୀଙ୍କ ନିର୍ଯାତନାର ଅତିଷ୍ଠ ହୋଇ ଆତ୍ମହତ୍ୟା କରିଦେଇଛନ୍ତି । ଏହି ପୂରା ମାମଲାରେ ଯୁବକଙ୍କର ବାପା ନାରୋଡା ପୋଲିସ ଷ୍ଟେସନରେ ଉଭୟ ମହିଳାଙ୍କ ବିରୋଧରେ ପୁଅଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇବାର ଏକ ମାମଲା ରୁଜୁ କରିଛନ୍ତି । ବାପା ଅଭିଯୋଗ କରିଛନ୍ତି ଯେ ତାଙ୍କ ପୁଅଙ୍କ ପତ୍ନୀ ଓ ତାଙ୍କ ଶାଶୁ ମିଳିତ ଭାବେ ସବୁବେଳେ ଟଙ୍କା ମାଗୁଥିଲେ । ଯେତେବେଳେ ପୁଅ ସେମାନଙ୍କୁ ଟଙ୍କା ଦେଇ ପାରୁନଥିଲେ ସେତେବେଳେ ତାଙ୍କୁ ମାଡ଼ପିଟ କରୁଥିଲା । ଯେଉଁ କାରଣରୁ ତାଙ୍କ ପୁଅ ଆତ୍ମହତ୍ୟା କରିଛନ୍ତି । ପୋଲିସ ଏଫଆଇଆର ଅନୁଯାୟୀ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଗାନ୍ଧିନଗରର ୬୦ ବର୍ଷୀୟ ରାଜେନ୍ଦ୍ର କୁମାର ପାଣ୍ଡ୍ୟା ଜଣେ ଅବସରପ୍ରାପ୍ତ କର୍ମଚାରୀ । ତାଙ୍କର ଗୋଟିଏ ପୁଅ ଅନିଲ ପାଣ୍ଡ୍ୟା ତାଙ୍କ ସହ ବହୁ ବର୍ଷ ଧରି ରହୁଥିଲେ । ରାଜେନ୍ଦ୍ର କହିଛନ୍ତି ଯେ ସେ ପାଞ୍ଚ ବର୍ଷ ପୂର୍ବେ ଅନିଲ ପ୍ରିୟା ଆକା ସୋଫିଆ ନାମକ ଜଣେ ଝିଅକୁ ଭଲ ପାଉଥିଲେ । ଗତ ଏକ ମାସ ଧରି ଅନିଲଙ୍କ ପତ୍ନୀ ପ୍ରିୟା ଓ ଶାଶୁ ଶିଳ୍ପାବେନଙ୍କ ସହ ନାରୋଡାର ଦେବନନ୍ଦନ ସଙ୍କଳ୍ପ ସହରରେ ରହୁଥିଲେ ।

ରାଜେନ୍ଦ୍ର କୁମାର ଅଭିଯୋଗ କରିଛନ୍ତି ଯେ ଅନିଲଙ୍କ ଶାଶୁ ସବୁବେଳେ ଅନିଲଙ୍କଠାରୁ ଟଙ୍କା ମାଗୁଥିଲେ । ଦୁଇମାସ ପୂର୍ବେ ଯେତେବେଳେ ଅନିଲ ଟଙ୍କା ଦେବାରେ ଅସମର୍ଥ ହୋଇଥିଲେ ସେତେବେଳେ ତାଙ୍କ ଶାଶୁ ଅନିଲଙ୍କୁ ତାଙ୍କ ଝିଅ ସହିତ ମିଶି ଅସଦାଚରଣ କରିଥିଲେ । ଏହା ପରେ ଦିନେ ଅନିଲ ଫୋନରେ ଏକ ବାର୍ତ୍ତା ପଠାଇଥିଲେ ଯେଉଁଥିରେ ସେ କହିଥିଲେ ଯେ ତାଙ୍କ ଶାଶୁ ଓ ପତ୍ନୀ ତାଙ୍କୁ କିପରି ହଇରାଣ କରୁଛନ୍ତି ଓ ତାଙ୍କୁ ମଧ୍ୟ ମାଡ଼ପିଟ କରୁଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ତାଙ୍କ ସହ କିଛି ଅଘଟଣ ଘଟେ ତେବେ କେବଳ ତାଙ୍କ ଶାଶୁ ଓ ପତ୍ନୀ ଦାୟୀ ରହିବେ । ଏହି ବାର୍ତ୍ତାର କିଛି ଦିନ ପରେ ଅନିଲ ନିଜ ଦେହରେ ଫାଶୀ ଲଗାଇ ଦେଇଥିଲେ ।
Published by: Jagdish Barik
First published: January 10, 2021, 11:27 AM IST